୧୪ ଓ ୮ ନମ୍ବର ଓ୍ବାର୍ଡରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ଭୁବନେଶ୍ୱର : ଭୁବନେଶ୍ୱର ମହାେଗର ନିଗମ ଅର୍ନ୍ତଗତ ୧୪ ଓ୍ବାର୍ଡର ନୀଳାଦ୍ରି ବିହାର ଓ ୮ ନମ୍ବର ଓ୍ବାର୍ଡର ହାଉସି଼୍°ବୋର୍ଡ କଲୋନୀ ଏବଂ ଡିଷ୍ଟିକ୍ଟ ସେଣ୍ଟର ଠାରେ ୨. ୫ କୋଟି ବୟ ଅଟକଳରେ ବିଭିନ୍ନ ରାସ୍ତା ଓ ଡ୍ରେନ କାମର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଓ ମେୟର ସୁଲୋଚନା ଦାସଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି।
ଏଥିରେ ଲୁମ୍ବିନୀ ବିହାର, ଜଳବାୟୁ ଟାଓ୍ବାର,ଓମଫେଡ ବସ୍ତି, ରିକ୍ସା କଲୋନୀ, ହରେକୃଷ୍ଣ ନଗର ଓ ସୀତାନାଥ ନଗର ବସ୍ତିର ରାସ୍ତା ଓ ଡ୍ରେନ ରହିଛି। ଭୁବନେଶ୍ୱର ଜିଲ୍ଲା ବିଜେଡ଼ି ସମ୍ପାଦକ ମନୋଜ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ଡେପୁଟି ମେୟର ମଞ୍ଜୁଲତା କହଁର, ଓଡ଼ିଆ ମୋ ପରିବାରର ସମ୍ପାଦକ ତଥା ବରିଷ୍ଠ ନେତା ସୁବାଷ ଚନ୍ଦ୍ର ପାତ୍ର,୧୪ ନମ୍ବର ଓ୍ବାର୍ଡର କର୍ପୋରେଟର ମୋନାଲିସା ସାହୁ,୮ ନମ୍ବର ଓ୍ବାର୍ଡର କର୍ପୋରେଟର ଲାଲ ମୋହନ ଟୁଡୁ, ୧୪ ନମ୍ବର ଓ୍ବାର୍ଡର ସଭାପତି ଧନେଶ୍ଵର ବାରିକ,ଯୁବନେତା କାଳିଚରଣ ସିଂ, ପ୍ରଭାତ କୁମାର ସେଠୀ,ମିଲି ରଣା,ସନ୍ଧ୍ୟାରାଣୀ ସିଂ, ନୀଳାଦ୍ରି ବିହାର ଆବାସିକ ସଂଘର ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବି ମନମୋହନ ପଟ୍ଟନାୟକ, ସମ୍ପାଦକ ଦେବେନ୍ଦ୍ର ପାତ୍ର, ଲୁମ୍ବିନୀ ବିହାରର ସଭାପତି, ସମ୍ପାଦକ, କର୍ମକର୍ତ୍ତା ଓ ସମସ୍ତ ବସ୍ତିର ମୁରବୀ , ଯୁବକ ଏବଂ ମହିଳାମାନେ ଉପସ୍ଥିତ ଥିଲେ।
ପ୍ରଥମେ ମଙ୍ଗଳା ବସ୍ତିର ବାସିନ୍ଦାମାନେ ବିଧାୟକ ଓ ମେୟରଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ। ମେୟର ମଙ୍ଗଳା ବସ୍ତି ବୁଲିବା ସହିତ ଲୋକମାନଙ୍କ ସମସ୍ୟା ପଚାରି ବୁଝିଥିଲେ। ସେହିପରି ହାଉସି°ବୋର୍ଡ କଲୋନୀ ରାଧାକୃଷ୍ଣ ଲେନ୍ ବସ୍ତିରେ ବିଧାୟକ ଓ ମେୟରଙ୍କୁ ପାରମ୍ପରିକ ବାଦ୍ୟରେ ସ୍ବାଗତ କରାଯାଇଥିଲା। ଏଥିରେ ୮ ନମ୍ବର ଓ୍ବାର୍ଡ ସଭାପତି ଲକ୍ଷ୍ମୀଧର ସାହୁ, ବରିଷ୍ଠ ନାଗରିକ ସତ୍ୟ ନାରାୟଣ ମହାନ୍ତି, ହାଡିବନ୍ଧୁ ଦାସ, ପ୍ରଫୁଲ୍ଲ ଦାସ, ନିରଞ୍ଜନ ସାମଲ, ରବିନ୍ଦ୍ରନାଥ ପଟ୍ଟନାୟକ ଓ ବହୁ ଜନସାଧାରଣ ଉପସ୍ଥିତ ଥିଲେ। ଅଞ୍ଚଳ ବାସୀ ମୁଖ୍ୟମନ୍ତ୍ରୀଙ୍କ ଏହି ଉନ୍ନତି ମୂଳକ କାର୍ଯ୍ୟ ପାଇଁ ଆଶୀର୍ବାଦ କରିବା ସହିତ ବିଧାୟକ ଓ ମେୟରଙ୍କୁ କୃତଜ୍ଞତା ଜଣାଇଛନ୍ତି।