banner
Breaking

କେଶବ ରାଉତଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଉତ୍ସବ

0

ଭୁବନେଶ୍ୱର : ପଟିଆ ଗ୍ରାମର ବରିଷ୍ଠ ମୁରବୀ, ଶାନ୍ତ ସରଳ, ନିଷ୍କପଟ, ଧର୍ମ ପରାୟଣ ତଥା ଉଦାର ହୃଦୟ ବ୍ୟକ୍ତିତ୍ବ ସ୍ବର୍ଗତ କେଶବ ରାଉତଙ୍କ ର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଇଷ୍ଟ ଭିୟୁ ଆପାର୍ଟମେଣ୍ଟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସେ ଜଣେ ମେଳାପି, ପରୋପକାରୀ, ନିଷ୍ଠାପର ବ୍ୟକ୍ତି ଭାବରେ ସ୍ଥାନୀୟ ଅଞ୍ଚଳରେ ବେସ ଜଣାଶୁଣା ଥିଲେ।

ଆଜି ତାଙ୍କ ପ୍ରଥମ ବାର୍ଷିକ ଉତ୍ସବରେ ସକାଳୁ ଜ୍ୟେଷ୍ଠ ପୁତ୍ର ତଥା ୧ ନମ୍ବର ଓ୍ବାର୍ଡର କର୍ପୋରେଟର ମିହିର କୁମାର ରାଉତ ଯଥାବିଧି ଓ ରୀତିନୀତି ଅନୁସାରେ ପିଣ୍ଡଦାନ କରିଥିଲେ। ଏଥିରେ ସମସ୍ତ ପରିବାର,ବନ୍ଧୁ ଓ ଆତ୍ମୀୟ ସ୍ୱଜନ ଉପସ୍ଥିତ ଥିଲେ। ପରେ ଭାଇ ଭୋଜନ ସହିତ ଅନାଥାଶ୍ରମର ପିଲାମାନଙ୍କୁ ଅନ୍ନଦାନ କରାଯାଇଥିଲା।

ସନ୍ଧ୍ୟାରେ ଅନୁଷ୍ଠିତ ଉତ୍ସବରେ କିଟ ଓ କିସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସା°ସଦ ଅଚ୍ୟୁତ ସାମନ୍ତ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ବିଧାୟକ ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, କଟକ ମେୟର ସୁବାଷ ସିଂ ଓ କର୍ପୋରେଟରଙ୍କ ସମେତ ଜ୍ଞାନୀ,ଗୁଣୀ ଓ ବୁଦ୍ଧିଜୀବିମାନେ ଯୋଗଦାନ କରି ସ୍ବର୍ଗତ ରାଉତଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହିତ ଅମର ଆତ୍ମାର ସଦଗତି କାମନା କରିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.