banner
Breaking

ସୁଭଦ୍ରା ଶକ୍ତି ମେଳା: ମନ ମୋହୁଚି ବାରିପଦା ମୁଢି ମାଂସ ସାଙ୍ଗକୁ ମାଛ ଆମ୍ବିଳ

1

ଓଡ଼ିଶାର ସମୃଦ୍ଧ ଐତିହ୍ୟ, କାରିଗରୀ ଏବଂ ମହିଳା ନେତୃତ୍ୱାଧୀନ ଉଦ୍ୟୋଗର ଅଭୁତପୂର୍ବ ପ୍ରଦର୍ଶନ, ଭୁବନେଶ୍ୱରର ଜନତା ମଇଦାନରେ ଚାଲିଥିବା ସୁଭଦ୍ରା ଶକ୍ତି ମେଳା ୨୦୨୫ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଚାଲିଛି। ୩୦୦ରୁ ଅଧିକ ଷ୍ଟଲ୍ ସହିତ, ଏହି ମେଳା ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି) ଏବଂ ଉତ୍ପାଦକ ଗୋଷ୍ଠୀ (ପିଜି) ମାନଙ୍କ ପାଇଁ ହସ୍ତତନ୍ତ, ହସ୍ତଶିଳ୍ପ, ଜୈବିକ ଉତ୍ପାଦ, ଘରୋଇ ସାମଗ୍ରୀ, ମା ମାନଙ୍କ ହାତ ତିଆରି ଖାଦ୍ୟ ଓ ମସଲା ସମେତ ବିଭିନ୍ନ ପ୍ରକାରର ଉତ୍ପାଦ ପ୍ରଦର୍ଶନ କରିବାରେ ଏକ ବୃହତ ମଞ୍ଚ ସାଜିଛି। ମେଳାର ଆକର୍ଷଣ ମଧ୍ୟରେ, ମା ମାନଙ୍କ ଦ୍ୱାରା ପ୍ରସ୍ତୁତ ଖାଦ୍ୟର ସମ୍ଭାର – ‘ସୁଭଦ୍ରା ଶକ୍ତି ମେଳା ଫୁଡ୍ କୋର୍ଟ’ ଏକ ପ୍ରମୁଖ ଆକର୍ଷଣର କେନ୍ଦ୍ର ଭାବରେ ଉଭା ହୋଇଛି, ଯେଉଁଠାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଏସ୍‌ଏଚ୍‌ଜି ଦ୍ୱାରା ପ୍ରସ୍ତୁତ ଓଡ଼ିଆ ପାରମ୍ପରିକ ବ୍ୟଞ୍ଜନର ପ୍ରକୃତ ସ୍ୱାଦ ପରିବେଷଣ କରାଯାଉଛି।
ଓଡ଼ିଶାରେ ପ୍ରତ୍ୟେକ ଜିଲ୍ଲା ତାର ନିଜସ୍ଵ ପରମ୍ପରା ଏବଂ ଖାଦ୍ୟ ପରିଚୟ ରହିଛି । ସାରା ଓଡ଼ିଶାରେ ଏପରି ଏକ ପ୍ରିୟ ଖାଦ୍ୟ ହେଉଛି ମୟୂରଭଞ୍ଜର ମୁଢି ମାଂସ । ଦ୍ୱିତୀୟ ଦିନ ଶେଷ ସୁଦ୍ଧା ୩୮,୨୦୦ ଟଙ୍କାର ବିକ୍ରୟ ସହିତ, ମେଳାର ତୃତୀୟ ଦିବସରେ ମୟୁରଭଞ୍ଜର ରସଗୋବିନ୍ଦପୁର ବ୍ଲକର ମୟୂର ମୁଢ଼ି ଉତ୍ପାଦକ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ମୁଢ଼ି ମାଂସ ଦର୍ଶକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି । ଏଥି ସହିତ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ୭୦୦ରୁ ଅଧିକ ଦର୍ଶକ ଦିଗନ୍ତ ପରିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପ୍ରସ୍ତୁତ ମାଛ ଆମ୍ବିଳର ମଜା ଉଠାଇଛନ୍ତି, ଯାହା ଏସ୍‌ଏଚ୍‌ଜି-ନେତୃତ୍ୱାଧୀନ ଖାଦ୍ୟ ଉଦ୍ୟୋଗର ଲୋକପ୍ରିୟତାକୁ ପ୍ରମାଣିତ କରୁଛି।
ସୁପରିଚିତ ଅଭିନେତ୍ରୀ ଅନୁ ଚୌଧୁରୀଙ୍କ ଆଗମନ ତୃତୀୟ ଦିନର ଉତ୍ସାହକୁ ଆହୁରି ବଢ଼ାଇଥିଲା । ସେ ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ସହ ଏସ୍‌ଏଚ୍‌ଜି ସଦସ୍ୟମାନଙ୍କ ଦ୍ୱାରା ମେଳାରେ ପ୍ରଦର୍ଶିତ ବିଭିନ୍ନ ଉତ୍ପାଦର ପ୍ରଶଂସା କରିଥିଲେ। ଏଥି ସହିତ ସେ ଓଡ଼ିଶାର ମହିଳାମାନଙ୍କର କାରିଗରୀ ଏବଂ ଉଦ୍ୟୋଗିତାର ଭୁରି ପ୍ରଶଂସା କରିବା ସହ ଅଧିକରୁ ଅଧିକ ଲୋକଙ୍କୁ ଏସ୍‌ଏଚ୍‌ଜି ଉତ୍ପାଦକୁ ସମର୍ଥନ କରିବାକୁ ପ୍ରୋତ୍ସାହିତ କରିଥିଲେ। ପରିଦର୍ଶନ ସମୟରେ, ସେ କେନ୍ଦ୍ରାପଡ଼ାର ଉତ୍କଳ ଗ୍ରାମୀଣ ଉତ୍ପାଦକ ଗୋଷ୍ଠୀ ଦ୍ୱାରା ଅତି ସୁନ୍ଦର ହାତ ବୁଣା ଷ୍ଟୋଲ୍ ଏବଂ ନବରଙ୍ଗପୁରର ମା ବନଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ଷ୍ଟଲ୍ ବୁଲି ଦେଖିବା ସହ ସୁନ୍ଦର ଆଦିବାସୀ ଅଳଙ୍କାର କିଣି ମହିଳା ଉଦ୍ୟୋଗୀମାନଙ୍କ ପ୍ରତିଭାର ସମର୍ଥନ କରିଥିଲେ।
ସୁଭଦ୍ରା ଶକ୍ତି ମେଳାର ତୃତୀୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ‘ନୃତ୍ୟାଞ୍ଜଳି ପାରମ୍ପରିକ କଥକ ଅନୁଷ୍ଠାନ’ ଦ୍ୱାରା ଭାରତୀୟ ଶାସ୍ତ୍ରୀୟ ନୃତ୍ୟର ସୌନ୍ଦର୍ଯ୍ୟ ଏବଂ ପରମ୍ପରାର ପ୍ରଦର୍ଶନ, ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଏହାପରେ ଦର୍ଶକମାନେ ଗାୟକ ପ୍ରଭୁପାଦ ମହାନ୍ତି ଏବଂ ତାଙ୍କ ଦଳ ଦ୍ୱାରା ପରିବେଷିତ ମେଲୋଡି ନାଇଟ୍ ର ମଜା ଉଠାଇଥିଲେ ।
ତୃତୀୟ ଦିନ ଶେଷ ସୁଦ୍ଧା ୧୭ ୦୦୦ ରୁ ଅଧିକ ଦର୍ଶକଙ୍କ ଆଗମନ ହୋଇଥିବା ବେଳେ ଏବଂ ଦିନ ଶେଷ ସୁଦ୍ଧା ₹୪୭ ଲକ୍ଷର ମୋଟ ବିକ୍ରୟ ରେକର୍ଡ କରାଯାଇଥିଲା।
ବିବିଧ ଆକର୍ଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମା’ ମାନଙ୍କ ହାତ ତିଆରି ଉତ୍ପାଦର ସମ୍ଭାର ପାଇଁ ଉତ୍ସାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମହିଳା ସଶକ୍ତିକରଣ ଏବଂ ଉଦ୍ୟୋଗିତାର ଏହି ୯ ଦିନିଆ ମହୋତ୍ସବ ୨ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ସର୍ବଶ୍ରେଷ୍ଠ ଏସ୍‌ଏଚ୍‌ଜି ଉତ୍ପାଦ, ସ୍ୱାଦିଷ୍ଟ ବ୍ୟଞ୍ଜନ ଏବଂ ଜୀବନ୍ତ ସାଂସ୍କୃତିକ ପ୍ରଦର୍ଶନ ଉପଭୋଗ କରିବାର ସୁଯୋଗ ପ୍ରଦାନ କରିବ।

Khansweb Solution Bhubaneswar
1 Comment
  1. acb8bet says

    ACB8bet… another one to try. I look for promotion, not much promotion, only the refer a friend, no welcome bonus. You can read more acb8bet.

Leave A Reply

Your email address will not be published.