ଭୁବନେଶ୍ବର (ବ୍ୟୁରୋ) : ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ଅସୀମ କ୍ଷମତା । ଜିଲାପାଳଙ୍କ ପରି କ୍ଷମତା ନେଇ କରୋନା ଲଢ଼େଇରେ ସରପଞ୍ଚମାନଙ୍କୁ ଦିଆଯାଇଛି ସ୍ବାଧୀନତା । ପଞ୍ଚାୟତରେ ସଙ୍ଗରୋଧ ଗୃହ ଦାୟିତ୍ବଠାରୁ ଆରମ୍ଭ କରି ଗରିବ ଲୋକଙ୍କୁ ଖାଦ୍ୟ ବଣ୍ଟନ ଏବଂ ରାଜ୍ୟ ଓ ରାଜ୍ୟବାହାରୁ ଆସୁଥିବା ଲୋକଙ୍କୁ କ୍ବାରେଣ୍ଟାଇନରେ ରଖିବା ଦାୟିତ୍ବ । କରୋନା ଲଢ଼େଇ ନିମନ୍ତେ ରାଜ୍ୟସ୍ତରରେ ନିଆଯାଉଥିବା ନିଷ୍ପତ୍ତିର କାର୍ଯ୍ୟାନ୍ବୟନ ଦାୟିତ୍ବ ସରପଞ୍ଚଙ୍କ ହାତରେ ଟେକି ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟର କିଛି ସରପଞ୍ଚମାନଙ୍କ ସହ ଭିଡ଼ିଓ କନଫରେନ୍ସିଂ ଜରିଆରେ କଥା ହେବେ । କରୋନା ଲଢ଼େଇରେ ସେମାନଙ୍କ ଭୂମିକା ସମ୍ପର୍କରେ ଗୁରୁମନ୍ତ୍ର ଦେବେ । ବିଭିନ୍ନ ପଞ୍ଚାୟତଗୁଡ଼ିକରେ ବହୁ ଲୋକ ରାଜ୍ୟବାହାରୁ ବିଭିନ୍ନ ବାଟ ଦେଇ ପହଞ୍ଚୁଛନ୍ତି । ଗତ ମାସକ ମଧ୍ୟରେ ଏପରି ବହୁ ଲୋକ ମଧ୍ୟ ଆସିଛନ୍ତି । ତେଣୁ ସରପଞ୍ଚମାନଙ୍କୁ ସେମାନଙ୍କର ଦାୟିତ୍ବ ଅନୁପାଳନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେବେ ବୋଲି ସୂଚନା ମିଳିଛି ମଙ୍ଗଳବାର କରୋନା ଯୋଦ୍ଧାଙ୍କ ନିମନ୍ତେ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । କରୋନା ମୁକାବିଲା ସଂଗ୍ରାମରେ ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରୁଥିବା ଡ଼ାକ୍ତର, ସ୍ବାସ୍ଥ୍ୟକର୍ମୀ, ନର୍ସ ଆଦିଙ୍କର ମୃତ୍ୟୁ ଘଟିଲେ ସେମାନଙ୍କୁ ସହିଦ ମାନ୍ୟତା ଦିଆଯିବା ସହ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ବାକିଥିବା ଅବସର ଦିନ ପର୍ଯ୍ୟନ୍ତ ସେ ପାଉଥିବା ବେତନ ତାଙ୍କ ନିକଟତମ ସମ୍ପର୍କୀୟଙ୍କୁ ପ୍ରଦାନ କରାଯିବାକୁ ଘୋଷଣା କରିଛନ୍ତି । ସେହିପରି ଡ଼ାକ୍ତରଙ୍କୁ ଆକ୍ରମଣ କଲେ ଆକ୍ରମଣକାରୀଙ୍କ ବିରୋଧରେ ଜାତୀୟ ନିରାପତ୍ତା ଆଇନ (ଏନ୍ଏସଏ) ଲାଗୁ ଘୋଷଣା କରି ଛାମୁଆ ଯୋଦ୍ଧାମାନଙ୍କର ମନୋବଳ ବଢ଼ାଇଛନ୍ତି । ଏହି ସ୍ଥିତିରେ ଆସନ୍ତାକାଲି ସରପଞ୍ଚମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ ସବୁଠାରୁ ଗୁରତ୍ବପୂର୍ଣ୍ଣ ବୋଲି ଅନେକ ମନେ କରୁଛନ୍ତି ।
Breaking
ଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି
