କୋଲକାତା : ଏଜବାଷ୍ଟନ୍ ଟେଷ୍ଟରେ ଇଂଲଣ୍ଡ ଠାରୁ ଭାରତ ୩୧ ରନ୍ରେ ହାରିବା ପରେ ଅନେକ ସମାଲୋଚନାର ସାମନା କରିଛି ଟିମ୍ ଇଣ୍ଡିଆ ଓ ଅଧିନାୟକ ବିରାଟ କୋହଲି । ଏମିତିକି ଖବର ଆସିଲା ଦଳରେ ବାରମ୍ବାର ଖେଳାଳି ଓ ବ୍ୟାଟିଂ ଅର୍ଡର ପରିବର୍ତ୍ତନ ନକରିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ସେ ତାଙ୍କ ଇନଷ୍ଟାଗ୍ରାମରେ ଏହି ମନ୍ତବ୍ୟ ରଖିଥିଲେ ବୋଲି କୁହାଗଲା । ତେବେ ଏ ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ମୁହଁ ଖୋଲିଛନ୍ତି ଗାଙ୍ଗୁଲି । ସେ କହିଛନ୍ତି ମୋର କୌଣସି ଇନଷ୍ଟାଗ୍ରାମ୍ ନାହିଁ । ଯେଉଁଥିରେ ଏଭଳି ପ୍ରତିକ୍ରିୟା ଆସିଛି ତାହା ଏକ ଫେକ୍ ବା ଜାଲ୍ ଇନଷ୍ଟାଗ୍ରାମ୍ । ଏଥିରୁ କୌଣସି ଖବର କିମ୍ବା ପ୍ରତିକ୍ରିୟା ନନେବାକୁ ସେ ସମସ୍ତଙ୍କୁ କହିଛନ୍ତି । ଏ ନେଇ ସେ ଇନଷ୍ଟାଗ୍ରାମ୍ରେ ଅଭିଯୋଗ କରିବେ ବୋଲି ମଧ୍ୟ ଗାଙ୍ଗୁଲି କହିଛନ୍ତି । ଅନ୍ୟପକ୍ଷରେ ଗାଙ୍ଗୁଲିଙ୍କର ଏହି ଜାଲ୍ ଇନଷ୍ଟାଗ୍ରାମ ଆଉ ଏବେ ଦେଖିବାକୁ ମିଳୁନି ।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
