କୋଲକାତା : ଏଜବାଷ୍ଟନ୍ ଟେଷ୍ଟରେ ଇଂଲଣ୍ଡ ଠାରୁ ଭାରତ ୩୧ ରନ୍ରେ ହାରିବା ପରେ ଅନେକ ସମାଲୋଚନାର ସାମନା କରିଛି ଟିମ୍ ଇଣ୍ଡିଆ ଓ ଅଧିନାୟକ ବିରାଟ କୋହଲି । ଏମିତିକି ଖବର ଆସିଲା ଦଳରେ ବାରମ୍ବାର ଖେଳାଳି ଓ ବ୍ୟାଟିଂ ଅର୍ଡର ପରିବର୍ତ୍ତନ ନକରିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି । ସେ ତାଙ୍କ ଇନଷ୍ଟାଗ୍ରାମରେ ଏହି ମନ୍ତବ୍ୟ ରଖିଥିଲେ ବୋଲି କୁହାଗଲା । ତେବେ ଏ ଖବର ଗଣମାଧ୍ୟମରେ ପ୍ରକାଶିତ ହେବା ପରେ ମୁହଁ ଖୋଲିଛନ୍ତି ଗାଙ୍ଗୁଲି । ସେ କହିଛନ୍ତି ମୋର କୌଣସି ଇନଷ୍ଟାଗ୍ରାମ୍ ନାହିଁ । ଯେଉଁଥିରେ ଏଭଳି ପ୍ରତିକ୍ରିୟା ଆସିଛି ତାହା ଏକ ଫେକ୍ ବା ଜାଲ୍ ଇନଷ୍ଟାଗ୍ରାମ୍ । ଏଥିରୁ କୌଣସି ଖବର କିମ୍ବା ପ୍ରତିକ୍ରିୟା ନନେବାକୁ ସେ ସମସ୍ତଙ୍କୁ କହିଛନ୍ତି । ଏ ନେଇ ସେ ଇନଷ୍ଟାଗ୍ରାମ୍ରେ ଅଭିଯୋଗ କରିବେ ବୋଲି ମଧ୍ୟ ଗାଙ୍ଗୁଲି କହିଛନ୍ତି । ଅନ୍ୟପକ୍ଷରେ ଗାଙ୍ଗୁଲିଙ୍କର ଏହି ଜାଲ୍ ଇନଷ୍ଟାଗ୍ରାମ ଆଉ ଏବେ ଦେଖିବାକୁ ମିଳୁନି ।
Breaking
ଷ୍ଟ୍ରଙ୍ଗରୁମରେ ପହଁଚିଲା ଇଭିଏମ ଓ ଭିଭିପ୍ୟାଟ ୨୪ ଘଣ୍ଟିଆ ସୁରକ୍ଷା ସହ ସିସିଟିଭି ବ୍ୟବସ୍ଥାସରପଞ୍ଚ ଏବଂ ଶିକ୍ଷକଙ୍କୁ ମିଳିବ ଅବଦୁଲ କାଲାମ ଆୱାର୍ଡ଼ଆଇ ଆଇ ଏମଟି ରେ ଆର୍ଥିକ ବିନିଯୋଗରେ ସମୀକ୍ଷା ଏବଂ ବ୍ୟବସାୟିକ ବିଶ୍ଳେଷଣତା ଉପରେ ଆନ୍ତର୍ଜାତିକ ସମ୍ମିଳନୀଡଲାର ବିଗ୍ବସ୍’ର ନୂତନ ଟେଲିଭିଜନ ବିଜ୍ଞାପନ ଅଭିଯାନ ଆରମ୍ଭଇଞ୍ଜଣା ଜରିପାଟଣା ରାସ୍ତାର ଭିିତ୍ତିପ୍ରସ୍ତର ସ୍ଥାପନ ଓ ମିଶନ ଶକ୍ତି ଗୃହ ଉଦ୍ଘାଟନ