banner
Breaking

ନକଲି ରସିଦରେ ଲକ୍ଷାଧିକ ଲୁଟ ,ମହିଳା ଯାତ୍ରା କଳାକାରଙ୍କୁ ରାସ୍ତାରେ ଅଟକାଇ ଅସଦାଚରଣ ଅଭିଯୋଗ

1

ଭୁବନେଶ୍ୱର : ନକଲି ରସିଦ୍ ତିଆରିକରି ରାଜଧାନୀ ଓ ପାର୍ବତୀ ଗଣନାଟ୍ୟର ୨୦୧୯/୨୦ ର ଲିଜ୍‌ଧାରୀ ତଥା ମ୍ୟାନେଜର ବିଭିନ୍ନ କମିଟିଠାରୁ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଛନ୍ତି । ଏବଂ ବିଭିନ୍ନ ସ୍ଥାନକୁ ଯାତ୍ରାପାର୍ଟି ଯାତ୍ରାପରିବେଷଣ କରିବାକୁ ଯାଉଥିବା ସମୟରେ ଅସାମାଜିକ ଲୋକ ଓ ଗୁଣ୍ଡା ଲଗାଇ ଜୈନିକ ମ୍ୟାନେଜର କଳାକାର ମାନଙ୍କ ଗାଡିକୁ ରାସ୍ତା ମଝିରେ ଅଟକାଇ ଅଶ୍ଲୀଳ ଭାଷା ପ୍ରୟୋଗ କରିବା ସହ ମହିଳା ଜାତ୍ରା କଳାକାର ମାନଙ୍କୁ ଅସଦାଚରଣ କରୁଛନ୍ତି ବୋଲି ଆଜି ପଟିଆ ଜାତ୍ରାପଡିଆ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନିରେ ମୁଖ୍ୟ କାର୍ଯ୍ୟନିର୍ବାହୀ ହର ପ୍ରସାଦ ବାରିକ୍ ,ପରିଚାଳକ ଓ କଳାକାର ମାନେ କହିଛନ୍ତି । ସୋମନଙ୍କ ସୁଚନା ଅନୁଯାଇ ୨୦୧୯/୨୦ ରେ ମଧୁସୁଦନ ପ୍ରଧାନ ନାମକ ଜୈନିକ ବ୍ୟକ୍ତି ରାଜଧାନୀ ଅପେରାକୁ ଏକ ବର୍ଷ ପରିଚାଳନା କରିବା ପାଇଁ ଲିଜ୍ ସୁତ୍ରରେ ପ୍ରଜୋଜକ ପବିତ୍ର ପାତ୍ରଙ୍କ ଠାରୁ ନେଇଥିଲେ । ଏ ବାବଦକୁ ମଧୁସୁଦନ ପ୍ରଥମେ ୭୧ ଲକ୍ଷ ତାଙ୍କ ଠାରୁ ନେଇଥିଲେ । ବାର୍ଷିକ ୫୦ ଲକ୍ଷ ସହ ନେଇଥିବା ୭୧ ଲକ୍ଷ ଟଙ୍କା ଫେରାଇବାକୁ ଚୁକ୍ତି କରିଥିଲେ । କିନ୍ତୁ ପରମୁର୍ହୁରେ ମଧୁସୁଦନ ପବିତ୍ରଙ୍କୁ ଟଙ୍କା ଟିଏ ନଫେରାଇବା ସହ ପାର୍ଟିକୁ ରାଜରାସ୍ତାରେ ଛିଡାକରି ଚାଲିଗଲେ । ତାପରେ ମଧ୍ୟ ନିଜକୁ ମାଲିକ ବୋଲି ସମସ୍ତ ସ୍ଥାନରେ ସମ୍ବୋଧନ କରି ଏକ ନକଲି ରସିଦ୍ କରି ବିଭିନ୍ନ ଅନୁଷ୍ଠାନରୁ ଲକ୍ଷାଧିକ ଟଙ୍କା ଚାନ୍ଦା ଆଦାୟ କରିଥିଲେ । ଯାହା ଜାଣିବାପରେ ପ୍ରଜୋଯକ ମାନ୍ୟବର ଉଚ୍ଚନ୍ୟାୟାଳୟଙ୍କ ଦ୍ଵାରସ୍ତ ହୋଇଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ମଧୁସୁଦନ ଜାତ୍ରାପାର୍ଟିର କଳାକାର ମାନଙ୍କୁ ଜାତ୍ରା ପରିବେଷଣ କରିବାକୁ ଯାଉଥିବା ସମୟରେ ରାସ୍ତା ଉପରେ ବିଭିନ୍ନ ସ୍ଥାନରେ ଅଟକାଇବା ସହ ଗୁଣ୍ଡା ଲଗାଇ ଧମକ ଓ ଅକଥନୀୟ ଅତ୍ୟାଚାର କରୁଥିଲେ । ଶେଷରେ ବାଧ୍ୟହୋଇ ମୁଖ୍ୟ କାର୍ଯ୍ୟନିର୍ବାହୀ ହରପ୍ରସାଦ ବାରିକ୍ ଗଣମାଧ୍ୟମ ଜରିଆରେ ମଧୁବାବୁ ରାଜଧାନୀ ଓ ପାର୍ବତୀ ଗଣନାଟ୍ୟର କୈାଣସି ସଦସ୍ୟ ହୋଇନଥିବାରୁ ତାଙ୍କୁ କେହି ଟଙ୍କାଟିଏ ନଦେବାକୁ ସେ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପାର୍ବତୀ ଗଣନ୍ୟାଟ୍ୟ ପରିଚାଳକ ପ୍ରତାପ କୁମାର ଦାସ, ରାଜଧାନୀ ଅପେରା ପରିଚାଳକ ଗୈ।ତମ ସ୍ବାଇଁ ,ହାସ୍ୟ ଅଭିନେତା ଦୟାନିଧି ଉପାଧ୍ୟାୟ, ଅଭିନେତା ଲକ୍ଷ୍ମୀଧର ନାୟକ ଓ ଅନ୍ୟ କଳାକାର ମାନେ ଉପସ୍ଥିତ ଥିଲେ ।

Khansweb Solution Bhubaneswar
1 Comment
  1. mitolyn official says

    **mitolyn official**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.