ଓଡ଼ିଶା କଂଗ୍ରେସରେ ଝଡ଼
ଭୁବନେଶ୍ୱର : କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ ଏବଂ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ଚିରଞ୍ଜିବୀ ବିଶ୍ୱାଳଙ୍କୁ ଶନିବାର କଂଗ୍ରେସରୁ ନିଲମ୍ବନ କରାଯାଇଛି। ଏହି ଦୁଇ ପ୍ରଭାବଶାଳୀ ନେତାଙ୍କ ନିଲମ୍ବନକୁ ନେଇ ରାଜ୍ୟ କଂଗ୍ରେସରେ ଜୋର୍ଦାର ଚର୍ଚ୍ଚା ଚାଲିଛି। ତେବେ ଏହି ଦୁଇ ନେତା ବିଜେଡିରେ ମିଶିବେ ବୋଲି ଦୀର୍ଘଦିନ ଧରି ଚର୍ଚ୍ଚା ହେଉଥିଲେ ମଧ୍ୟ ବିଜେଡି ଏମାନଙ୍କୁ ଆପଣାଇବ କି ନାହିଁ ତାହା ସ୍ପଷ୍ଟ ଜଣାପଡ଼ିନାହିଁ। ଏଆଇସିସି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କମିଟିର ସଦସ୍ୟ ସଚିବ ତାରିକ ଅନଓ୍ବର ଏକ ପ୍ରେସ୍ ରିଲିଜ ଜାରି କରି ଗଣମାଧ୍ୟମକୁ ଏନେଇ ସୂଚନା ଦେଇଛନ୍ତି । ୨୦୧୯ ସାଧାରଣ ନିର୍ବାଚନ ପରଠାରୁ ଚିରଞ୍ଜୀବ ନିଜକୁ ଦଳୀୟ ସାଂଗଠନିକ କାର୍ଯ୍ୟରୁ ସମ୍ପୂର୍ଣ୍ଣ ଦୂରେଇ ରଖିଥିବା ବେଳେ ମୋକିମ୍ ବିଭିନ୍ନ ସମୟରେ ଦଳୀୟ ନିଷ୍ପତ୍ତି ପାଳନ କରୁ ନ ଥିଲେ । ତେଣୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ନିଲମ୍ବନ କରାଯାଇଛି।

**mitolyn**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.