ଗରିବଙ୍କ ପାଇଁ ଲଢିବ ବିଜେଡି: ଅରୁଣ ସାହୁ
ଭୁବନେଶ୍ବର, ୧୪ା୨(ବ୍ୟୁରୋ):କେନ୍ଦ୍ର ସରକାର ତାଙ୍କର ସଦ୍ୟ ବଜେଟରେ କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କା ହ୍ରାସ କରିଛନ୍ତି। ଏହାସହ ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇଦେବା ଯୋଗୁ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀ ଧାନ ବିକ୍ରି କରିବାରେ ଗୁରୁତର ଭାବେ ପ୍ରଭାବିତ ହେବେ ା ପୂର୍ବରୁ ଓଡ଼ିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠୁଥିବା ବେଳେ ବର୍ତ୍ତମାନ ତାହାକୁ ମାତ୍ର ୪ ଲକ୍ଷ ମେଟ୍ରିକ୍ ଟନ୍କୁ ହ୍ରାସ କରାଯାଇଛି ା
କେବଳ ବରଗଡ଼ ପରି ଗୋଟିଏ ଜିଲା ୪ ଲକ୍ଷ ଟନ୍ ଉତ୍ପାଦନ କରେ। ଓଡ଼ିଶାର ଅନ୍ୟ ୨୯ ଜିଲାର ଚାଷୀଙ୍କ ଅବସ୍ଥା କ’ଣ ହେବ ବୋଲି ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅରୁଣ କୁମାର ସାହୁ ପ୍ରଶ୍ନ କରିଛନ୍ତି ା ଏହା ବିରୋଧରେ ବିଜେଡି ୩ ଦିନିଆ ଆନ୍ଦୋଳନ ଲାଗି ଯୋଜନା ପ୍ରସ୍ତୁତ କରିଛି।
ବିଜୁ ଯୁବ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟ ଠାରେ ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅରୁଣ କହିଛନ୍ତି, କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମ୍ଜିକେଏୱାଇ)କୁ ବନ୍ଦ କରିଦେଇଛନ୍ତି। ଏହା ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (ଏନ୍ଏଫ୍ଏସ୍ଏ) ଅଧୀନରେ ୫ କିଲୋଗ୍ରାମ ମାଗଣା ଚାଉଳ ବ୍ୟତୀତ ପ୍ରତି ମାସରେ ଆଉ ୫ କିଲୋଗ୍ରାମ ମାଗଣା ଚାଉଳ ଯୋଗାଉଥିଲା ା ପିଏମ୍ଜିକେଏୱାଇ ବନ୍ଦ ହେତୁ ଧାନ କ୍ରୟ ମଧ୍ୟ କ୍ଷତିଗ୍ରସ୍ତ ହେବ। ଚାଷୀମାନେ ଏମ୍ଏସ୍ପିରୁ ବଞ୍ଚିତ ହେବେ ା କେନ୍ଦ୍ରର ଧାନ କିଣା ନୀତି ଯାହାକି ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କୁ ବିଶେଷକରି ପଶ୍ଚିମ ଓଡ଼ିଶାର ଚାଷୀଙ୍କୁ ପ୍ରଭାବିତ କରିବ। ସେଥିଲାଗି ମଙ୍ଗଳବାର ପୂର୍ବାହ୍ନରେ ବିଜେଡି ପକ୍ଷରୁ ରାଜଭବନ ସମ୍ମୁଖରେ ଆନ୍ଦୋଳନ କରିବା ସହିତ ଓଡ଼ିଶାର ଚାଷୀଙ୍କ ସମସ୍ତ ଖାଦ୍ୟଶସ୍ୟ ଉଠାଇବାକୁ ଦାବି କରିବ ା ଯଦି ୧୫ ଦିନ ମଧ୍ୟରେ ଦାବି ପୂରଣ ନ ହୁଏ ତେବେ ବିଜେଡି ଓଡ଼ିଶାର କୃଷକଙ୍କୁ ନେଇ ଅବହେଳା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଆରମ୍ଭ କରିବ ା ଏହାସହ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ପ୍ରଦାନ କରିବେ। ଲକ୍ଷ ଲକ୍ଷ ଚାଷୀଙ୍କ ସପକ୍ଷରେ ବିଜେଡି ଦାବି କେନ୍ଦ୍ର ନିକଟରେ ଉପସ୍ଥାପନ କରିବାକୁ ଉକ୍ତ ପ୍ରତିନିଧିମଣ୍ଡଳୀ ଅନୁରୋଧ କରିବେ ା
ପିଏମ୍ଜିକେଏୱାଇ କାର୍ଯ୍ୟକ୍ରମ ବନ୍ଦକୁ ବିରୋଧ କରି ଆସନ୍ତା ୧୫ରେ ରାଜ୍ୟର ସମସ୍ତ ୩୦ ଜିଲାରେ ବିଜେଡି ପ୍ରତି ପଞ୍ଚାୟତ ମୁଖ୍ୟାଳୟରେ ସାମୂହିକ ଅଂଶଗ୍ରହଣ ପାଇଁ ଆନ୍ଦୋଳନ କାର୍ଯ୍ୟକ୍ରମ ଆୟୋଜନ କରିବ। ଆସନ୍ତା ୧୬ରେ ବିଜେଡି ପ୍ରତି ଜିଲାପାଳଙ୍କ କାର୍ଯ୍ୟାଳୟ ତଥା ଓଡ଼ିଶାର ପ୍ରତ୍ୟେକ ବ୍ଲକ ସମ୍ମୁଖରେ ଆନ୍ଦୋଳନ କରିବ। ପିଏମ୍ଜିକେଏୱାଇ କେନ୍ଦ୍ର ଦ୍ୱାରା ପୁନଃ ଆରମ୍ଭ ଦାବି ନେଇ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସବୁ ଜିଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ା ଯଦି ତାହା ଶୀଘ୍ର ନ ହୁଏ, ତେବେ ବିଜେଡି ରାସ୍ତାକୁ ଓହ୍ଲାଇ ଗରିବ ଏବଂ ଓଡ଼ିଶାର କୃଷକଙ୍କ ଅଧିକାର ପାଇଁ ଲଢ଼ିବ ବୋଲି ଅରୁଣ ସୂଚନା ଦେଇଛନ୍ତି ା

**mitolyn reviews**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.