banner
Breaking

୨୩ ବର୍ଷ ପଛୁଆବର୍ଗଙ୍କୁ ଠକିଛନ୍ତି ରାଜ୍ୟ ସରକାର

1

ଭୁବନେଶ୍ବର, ୨୨ା୩(ବ୍ୟୁରୋ): ରାଜ୍ୟ ସରକାର ପଛୁଆବର୍ଗଙ୍କ ସର୍ଭେ କରିବାକୁ ଯାଉଛନ୍ତି। ମାତ୍ର ଏହା ସେହି ବର୍ଗ ପାଇଁ ଉପହାସ ସଦୃଶ। ୨୩ ବର୍ଷ ଏହି ବର୍ଗକୁ ଠକିବା ପରେ ପୁଣି ଠକିବା ପାଇଁ ପ୍ରୟାସ କରାଯାଉଛି ବୋଲି ମଙ୍ଗଳବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ମଙ୍ଗଳବାର ଶ୍ରୀକାନ୍ତ କହିଛନ୍ତି, ରାଜ୍ୟ ସରକାରଙ୍କ ସର୍ଭେ କ’ଣ ଜାତିଭିତ୍ତିକ ଜନଗଣନା। ଏହାକୁ ରାଜ୍ୟ ସରକାର ସ୍ପଷ୍ଟ କରନ୍ତୁ। ପଛୁଆ ବର୍ଗଙ୍କ ସର୍ଭେ ନଁ।ରେ ରାଜ୍ୟ ସରକାର ସେହି ବର୍ଗ (ରାଜ୍ୟର ୫୪% ଲୋକଙ୍କୁ) ଠକୁଛନ୍ତି। ଜାତିଭିତ୍ତିକ ଜନଗଣନା ନ କରି ସର୍ଭେ ନଁ।ରେ ରାଜ୍ୟ ସରକାର ଓଡ଼ିଶାର ୫୪% ପଛୁଆ ବର୍ଗଙ୍କୁ ଠକିବାକୁ ଯାଉଛନ୍ତି। ରାଜ୍ୟରେ ୨୫ ବର୍ଷର ଶାସନ କାଳରେ ପଛୁଆବର୍ଗଙ୍କ ସାମ୍ବିଧାନିକ ଅଧିକାର (ଶିକ୍ଷା ଓ ଚାକିରି) କ୍ଷେତ୍ରରୁ ବଞ୍ଚିତ ହୋଇଛନ୍ତି। ଏହାଦ୍ୱାର ରାଜ୍ୟର ଲକ୍ଷ ଲକ୍ଷ ପଛୁଆବର୍ଗର ଯୁବତୀଯୁବକମାନେ ଚାକିରି ଓ ଶିକ୍ଷାର ସୁଯୋଗ ହରାଉଛନ୍ତି। ରାଜ୍ୟରେ ମାତ୍ର ୬% ଲୋକଙ୍କ ହାତରେ ରାଜନୈତିକ କ୍ଷମତା, ପ୍ରଶାସନିକ କ୍ଷମତା ଠୁଳ ହୋଇଛି। ରାଜ୍ୟର ପ୍ରାୟ ୩୮.୫% ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗରୁ ବୈଷୟିକ ଶିକ୍ଷା ଓ ମେଡିକାଲ ଶିକ୍ଷାର ସଂଖ୍ୟା ଅନୁପାତରେ ସଂରକ୍ଷଣ ଦିଆଯାଉନାହିଁ। ଲୋକଙ୍କୁ ଭୁଅଁ। ବୁଲେଇ ଏହି ବର୍ଗ ପ୍ରତି ଦରଦ ଅଛି ବୋଲି କହି ୨୦୨୪ ପୂର୍ବରୁ ଭୋଟ୍ ନେବାକୁ ଆଉ ଏକ ଉଦ୍ୟମ କରାଯାଉଛି। ଏହି ବର୍ଗର ସାମ୍ବିଧାନିକ ହକ୍ ହାସଲ ପାଇଁ ‘ଅଧିକାର ଯାତ୍ରା’ ଆରମ୍ଭ କରାଯିବ। ରାଜ୍ୟର ସମସ୍ତ ସମଭାବାପନ୍ନ ରାଜନୈତିକ ଦଳ ଓ ସାମାଜିକ ସଙ୍ଗଠନକୁ ଏହି ଅଭିିଯାନରେ ସାମିଲହେବା ପାଇଁ ନିବେଦନ କରୁଛୁ ବୋଲି ଶ୍ରୀକାନ୍ତ କହିଛନ୍ତି।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.