ନୀଳାଦ୍ରି ବିହାର ବରିଷ୍ଠ ନାଗରିକ ଟ୍ରଷ୍ଟ ପକ୍ଷରୁ ସାଧାରଣତନ୍ତ୍ର ଦିବସ
ଭୁବନେଶ୍ବର: ନୀଳାଦ୍ରି ବିହାର ବରିଷ୍ଠ ନାଗରିକ ଟ୍ରଷ୍ଟ ପକ୍ଷରୁ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଟ୍ରଷ୍ଟର ସମ୍ପାଦକ ବଂଶୀଧର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ସଭାପତି ସାଧୁଚରଣ ସାମନ୍ତରାୟ ପତାକା ଉତ୍ତୋଳନ କରିଥିଲେ। ମୁଖ୍ୟ ଅତିଥି ଭାବେ ଯୁବନେତା ମନୋଜ ସାହୁ ଯୋଗଦେଇ ସାଧାରଣତନ୍ତ୍ର ଦିବସର ମାହାତ୍ମ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ବିତ୍ତ ସମ୍ପାଦକ ମାନଗୋବିନ୍ଦ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଂଚଳର ବହୁ ବରିଷ୍ଠ ନାଗରିକ ଓ ଲକ୍ଷ୍ମୀ ବଜାର କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ।

ସନ୍ଧ୍ୟାରେ ସରସ୍ବତୀଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଯୋଗଦେଇ ମା ଙ୍କ ଆଶୀର୍ବାଦ ଗ୍ରହଣ କରିବା ସହିତ ବରିଷ୍ଠ ନାଗରିକ ମାନଙ୍କର ସୁସ୍ଥ ନିରାମୟ ଜୀବନ କାମନା କରିଥିଲେ। ସମ୍ମାନୀତ ଅତିଥି ଭାବେ କର୍ପୋରେଟର ମୋନାଲିସା ସାହୁ, ଯୁବନେତା ମନୋଜ ସାହୁ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଜନସାଧାରଣ ଯୋଗଦାନ କରି ପ୍ରସାଦ ସେବନ କରିଥିଲେ।

**mitolyn**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.