banner
Breaking

ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ବକୁଳ ବନ ଉଦ୍‌ଘାଟିତ

0

ଭୁବନେଶ୍ୱର : ପବିତ୍ର ୭୪ତମ ସାଧାରଣତନ୍ତ୍ର ଦିବସ ପାଳନ ଓ ସରସ୍ୱତୀ ପୂଜା ଅବସରରେ ଭୁବନେଶ୍ୱର ମଳିପଡାସ୍ଥିତ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲରେ ସାଧାରଣତନ୍ତ୍ର ଦିବସ ପାଳନ, ସରସ୍ୱତୀ ପୂଜା, ବକୁଳ ବନ ଶିଶୁ ଉଦ୍ୟାନ ଉଦ୍‌ଘାଟନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ସ୍କୁଲର ଅଧ୍ୟକ୍ଷା ନମ୍ରତା ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ତଥା ପୂର୍ବତନ ସାଂସଦ ଡ. ପ୍ରସନ୍ନ କୁମାର ପାଟ୍ଟଶାଣୀ ଯୋଗଦେଇ ବକୁଳ ବନ ଶିଶୁ ଉଦ୍ୟାନ ଉଦଘାଟନ କରି ପଞ୍ଚଶଖାଙ୍କ ଗୁଣଗାନ କରିଥିଲେ । ଆଜିର ପିଲା ଆଗାମୀ କାଲିର ଭବିଷ୍ୟତ ଏହା ଉପରେ ଗୁରୁତ୍ୱ ରଖି ଅଭିଭାବକ ଓ ଶିକ୍ଷକମାନେ ଏହି ଛୋଟ ଛୋଟ ଫୁଲକଢିକୁ ପ୍ରସ୍ଫୁଟିତ କରିବାରେ ଗୁରୁତ୍ୱ ଭୂମିକା ଲିଭାଇବେ ବୋଲି କହିଥିଲେ । ସମ୍ମାନୀତ ଅତିଥି ଭାବେ ସ୍କୁଲର ଚେୟାରମ୍ୟାନ୍ ପବିତ୍ର ରାଉତରାୟ ଜାତୀୟ ପତାକା ଉୋଳନ କରିଥିଲେ । ସେ କହିଥିଲେ ଯେ ଓଡିଶାରେ ଆଧୁନିକ ଶିକ୍ଷା ପ୍ରଣାଳୀର ବ୍ୟାପକ ବିସ୍ତାର ଚାଲିଥିଲା ବେଳେ ଶ୍ରୀକ୍ରିଷ୍ଣା ଇଣ୍ଟରନ୍ୟାସନାଲ ସ୍କୁଲ ପକ୍ଷରୁ ରାଜ୍ୟରେ ପ୍ରଥମଥର ଏକ ଅଭିନବ ଶିକ୍ଷା ପଦ୍ଧତି ଆରମ୍ଭ ହୋଇଛି । ଏଥିରେ ସତ୍ୟବାଦୀର ପ୍ରାଚୀନ ବକୁଳ ବନ ଶିକ୍ଷା ପରି ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କୁ ଶିକ୍ଷା ପ୍ରଦାନ କରାଯିବ । ସିଲାବସ୍ ଶିକ୍ଷା ସହିତ ସ୍ୱାସ୍ଥ୍ୟ, ଶାରିରୀକ, ମାନସିକ, ନୈତିକ, ପରିବେଶ ଓ ଆତ୍ମକୌଶଳ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯାଇ ଆରମ୍ଭରୁ ପିଲାଙ୍କ ଚରିତ୍ର ଗଠନ କରାଯିବ । ଯାହା ଫଳରେ ପିଲାମାନେ ବିଦ୍ୟା ଅର୍ଜନ କରି ସର୍ବଗୁଣ ସମ୍ପନ୍ନ ହୋଇ ବାହାରିବେ । ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ସମାଜସେବୀ ରୁଷି ପଟ୍ଟନାୟକ, ଆଶିଷ କୁମାର, ଶିକ୍ଷାବିତ ଜଲିଲ ଖାଁ ପ୍ରମୁଖ ଯୋଗଦେଇ ସାଧାରଣତନ୍ତ୍ର ଦିବସର ମାହାତ୍ମ୍ୟ ବିଷୟରେ କହିବା ସହିତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଏଭଳି ଅଭିନବ ଶିକ୍ଷା ପ୍ରଦାନ ବ୍ୟବସ୍ଥାକୁ ପ୍ରଶଂସା କରିଥିଲେ । ଶେଷରେ ସ୍କୁଲର ଉପାଧ୍ୟକ୍ଷ କବିନ୍ଦ୍ର ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବିବ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଅତିଥିମାନେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.