banner
Breaking

ଏନଡିଏର ଉପରାଷ୍ଟ୍ରପତି ହେଲେ ଜଗଦୀପ ଧନଖର

1

ନୂଆଦିଲ୍ଲୀ : ଭାଜପାର ସଂସଦୀୟ ବୋର୍ଡ ବୈଠକରେ ଉପରାଷ୍ଟ୍ରପତି ପଦ ପାଇଁ  ଜଗଦୀପ ଧନଖରଙ୍କୁ ଏନଡ଼ିଏ ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି। ଦିଲ୍ଲୀରେ ଅନୁଷ୍ଠିତ ଏହି ସଂସଦୀୟ ବୋର୍ଡର ଏହି ବୈଠକରେ ଭାଜପାର ବହୁ ବଡ ନେତା ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ନିତିନ ଗଡକରୀ, ରାଜନାଥ ସିଂ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନ ମଧ୍ୟ ଯୋଗଦେଇଥିଲେ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡା ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି।

ଜଗଦୀପ ଧନଖର ବର୍ତ୍ତମାନ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି। ଜେପି ନଡ୍ଡା କହିଛନ୍ତି ଯେ ଜଗଦୀପ ଧନଖର ଜଣେ କୃଷକଙ୍କ ପୁଅ ଯିଏ ନିଜକୁ ଲୋକମାନଙ୍କର ରାଜ୍ୟପାଳ ଭାବରେ ନିଜର ବରିଚୟ ପ୍ରତିଷ୍ଠିତ କରିଛନ୍ତି। ଜଗଦୀପ ଧନଖର ତିନି ଦଶନ୍ଧିରୁ ଅଧିକ ସମୟ ଧରି ରାଜନୀତିରେ ଅଛନ୍ତି। ୧୯୮୯ ଲୋକସଭା ନିର୍ବାଚନରେ ଝୁନଝୁନରୁ ଏମ୍‌ପି ଭାବରେ ନିର୍ବାଚିତ ହେବା ପରେ ସେ ରାଜନୀତିରେ ପ୍ରବେଶ କରିଥିଲେ। ଏହା ପରେ ସେ ୧୯୯୦ରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। ୧୯୯୩ ରେ ସେ ଅଜମେର ଜିଲାର କିଶାନଗଡ ନିର୍ବାଚନମଣ୍ଡଳୀରୁ ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଜୁଲାଇ ୨୦୧୯ରେ, ସେ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବରେ ନିଯୁକ୍ତ ହୋଇଥିଲେ। ସେ କଠିନ ପରିଶ୍ରମ କରି ରାଜ୍ୟର ଜନ କଲ୍ୟାଣ ପ୍ରସଙ୍ଗ ଉପରେ ଆଲୋକପାତ କରି ପିପୁଲ୍ସ ଗଭର୍ଣ୍ଣର ଭାବରେ ପରିଚିତ ହୋଇଥିଲେ।
ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ରେ ଶେଷ ହେବ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଜୁଲାଇ ୧୯ ରହିଛି। ଅଗଷ୍ଟ ୬ ରେ ଉପରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.