banner
Breaking

ଜାତୀୟ ରାଜପଥରୁ ହଟିବ ଟୋଲ ପ୍ଲାଜା

1

ନୂଆଦିଲ୍ଲୀ : ଭାରତର ସମସ୍ତ ଜାତୀୟ ରାଜପଥ (ଏନ୍‌ଏଚ୍‌) ରୁ ଟୋଲ୍‌ ପ୍ଲାଜା ହଟାଇବାକୁ କେନ୍ଦ୍ର ସରକାର ବ୍ୟାପକ ଯୋଜନା କରିଛନ୍ତି। ଏପରିକି ଟୋଲ୍‌ ପ୍ଲାଜା ବଦଳରେ ଅଟୋମେଟିକ ନମ୍ବର ପ୍ଲେଟ୍‌ ରିଡର (ଏନ୍‌ପିଆର୍‌) କ୍ୟାମେରା ଏନ୍‌ଏଚ୍‌ର ବିଭିନ୍ନ ସ୍ଥାନରେ ଲଗାଯିବ। ଉକ୍ତ କ୍ୟାମେରା ରାଜପଥରେ ଗମନାଗମନ କରୁଥିବା ଗାଡ଼ିଗୁଡ଼ିକର ନମ୍ବର ପ୍ଲେଟ୍‌କୁ ରିଡ୍‌ କରି ଗାଡ଼ି ମାଲିକଙ୍କ ଲିଙ୍କ୍‌ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟରୁ ସ୍ବତପ୍ରବୃତ୍ତ ଟଙ୍କା କାଟି ନେବ। ଏ ସମ୍ପର୍କରେ ସଡକ ପରିବହନ ଏବଂ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ଉକ୍ତ ଯୋଜନାର ପାଇଲଟ ପ୍ରୋଜେକ୍ଟ ଚାଲିଛି ଏବଂ ଏହାକୁ ସୁବିଧାଜନକ କରିବା ପାଇଁ ଆଇନରେ ସଂଶୋଧନ ମଧ୍ୟ କରାଯାଉଛି।

ଏକ ଜାତୀୟ ଖବରକାଗକର ରିପୋର୍ଟ ଅନୁସାରେ ସରକାର ୨୦୧୯ରେ ଏକ ନିୟମ ପ୍ରସ୍ତୁତ କରିଥିଲେ ଯେ ସମସ୍ତ କାର୍‌ରେ କମ୍ପାନୀର ଫିଟେଡ୍‌ ନମ୍ବର ପ୍ଲେଟ୍‌ ଲାଗିବ। ସେହି ହିସାବରେ ଗତ ୪ ବର୍ଷରେ ଯେତେ ଗାଡ଼ି ଆସିଛି ସେଥିରେ ଭିନ୍ନ ଧରଣର ନମ୍ବର ପ୍ଲେଟ୍‌ ଲାଗିଛି। ତେଣୁ ବର୍ତ୍ତମାନର ଯୋଜନା ଅନୁସାରେ ରାଜମାର୍ଗରେ ଲାଗିଥିବା ସମସ୍ତ ଟୋଲ୍‌ ପ୍ଲାଜାକୁ ହଟାଯାଇ ଉକ୍ତ ସ୍ଥାନରେ ଅତ୍ୟାଧୁନିକ କ୍ୟାମେରା ଲଗାଯିବ। ଉକ୍ତ କ୍ୟାମେରା କାର୍‌ର ନମ୍ବର ପ୍ଲେଟ୍‌କୁ ରିଡ୍‌ କରିବା ମାତ୍ରେ ମାଲିକଙ୍କ ଆକାଉଣ୍ଟରୁ ଟଙ୍କା କଟିଯିବ। ସେହିପରି ଗଡକରୀ କହିଛନ୍ତି, ଆମେ ଏହି ଯୋଜନାର ପାଇଲଟ୍‌ ପ୍ରୋଜେକ୍ଟ ଆରମ୍ଭ କରୁଛୁ।

ହେଲେ ଏଥିରେ ଏକ ସମସ୍ୟା ରହିଛି। ଆଇନତଃ ଟୋଲ୍‌ ପ୍ଲାଜାକୁ ଏଡାଇବା ଏବଂ ଟିକସ ପୈଠ ନ କରିବା ଗାଡ଼ି ମାଲିକଙ୍କୁ ଦଣ୍ଡିତ କରାଯିବାର କୌଣସି ନିୟମ ନାହିଁ। ତେଣୁ ଆମକୁ ପ୍ରଥମେ ଏହାକୁ ଆଇନ ପରିଧିରେ ଆଣିବାକୁ ପଡିବ। ସେହି କାର୍‌ଗୁଡିକ ପାଇଁ ମଧ୍ୟ ଏକ ପ୍ରାବଧାନ ଆଣିପାରୁ, ଯେଉଁ କାର୍‌ ଗୁଡିକରେ ସ୍ବତନ୍ତ୍ର ନମ୍ବର ପ୍ଲେଟ୍‌ ଲାଗି ନାହିଁ। ତେଣୁ ଆମେ କାର୍‌ ମାଲିକଙ୍କୁ ଏକ ନିଶ୍ଚିତ ସମୟସୀମା ଭିତରେ ଉକ୍ତ ନମ୍ବର ପ୍ଲେଟ୍‌ ଲଗାଇବାକୁ କହିପାରିବୁ। ଏଥିପାଇଁ ଏକ ବିଧେୟକ ଅଣାଯିବାର ଆବଶ୍ୟକତା ରହିଛି। ବର୍ତ୍ତମାନ ପାଖାପାଖି ୪୦ହଜାର କୋଟିର ମୋଟ୍‌ ଟୋଲ୍‌ ସଂଗ୍ରହର ପ୍ରାୟ ୯୭% ଫାସ୍‌ଟାଗ୍‌ ଜରିଆରେ ହୋଇଥାଏ। ଅବଶିଷ୍ଟ ୩% ସାଧାରଣ ପ୍ରକ୍ରିୟାରେ ହୋଇଥାଏ। କାରଣ ଉକ୍ତ ଗାଡ଼ିମାଲିକମାନେ ଫାସ୍‌ଟାଗ୍‌ର ବ୍ୟବହାର କରନ୍ତି ନାହିଁ।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.