ନାଲକୋ ପକ୍ଷରୁ ୬ ଟି ପିସିଆର ଭ୍ୟାନ ପ୍ରଦାନ
ଭୁବନେଶ୍ୱର : ନାଲ୍କୋ ପକ୍ଷରୁ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍କୁ ୬ଟି ନୂଆ ପୋଲିସ୍ ନିୟନ୍ତ୍ରଣ କକ୍ଷ (ପିସିଆର) ଭ୍ୟାନ୍ ଯୋଗାଇ ଦିଆଯାଇଛି। ବିଶେଷ କରି ଦ୍ୱୈତ ନଗରୀ (କଟକ-ଭୁବନେଶ୍ୱର) ର ଆଇନ ଶୃଙ୍ଖଳା ନିୟନ୍ତ୍ରଣ ସାଙ୍ଗକୁ ବିଭିନ୍ନ ପରିସ୍ଥିତିର ତଦାରଖ ପ୍ରକ୍ରିୟାକୁ ସୁଦୃଢ଼ କରିବାରେ ଏହା ବେଶ ସହାୟକ ହେବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ମଙ୍ଗଳବାର ସ୍ଥାନୀୟ କମିଶନରେଟ୍ ପୋଲିସ୍ ମୁଖ୍ୟାଳୟଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ନାଲ୍କୋ ପକ୍ଷରୁ ଉକ୍ତ (୬ଟି) ପିସିଆର୍ ଭ୍ୟାନ୍ ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସ୍କୁ ପ୍ରଦାନ କରାଯାଇଥିଲା। ଏ ସମ୍ପର୍କରେ ନାଲ୍କୋ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର କହଛନ୍ତି, ନାଲ୍କୋ କେୟାରିଂ ଓ ଶେୟାରିଂ ମୂଲ୍ୟବୋଧରେ ବିଶ୍ୱାସ କରେ। ଏପରିକି ନାଲ୍କୋ ପକ୍ଷରୁ ପୋଲିସ୍ ପ୍ରଶାସନକୁ ପ୍ରଦାନ କରାଯାଉଥିବା ପିସିଆର୍ ଭ୍ୟାନ୍ ସମାଜରେ ପ୍ରଭାବଶାଳୀ ପୋଲିସ ବ୍ୟବସ୍ଥା ଏବଂ ଆଇନ ଶୃଙ୍ଖଳା ବଜାୟ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ପାତ୍ର ମତ ପ୍ରକାଶ କରିଛନ୍ତି। ସେହିଭଳି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ନାଲ୍କୋର ଏପରି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିବା ସହ ଆଗାମି ଦିନରେ ମଧ୍ୟ କମ୍ପାନୀ ଏପରି ସହାୟତା ଜାରି ରଖିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ ଯେ ନାଲ୍କୋ କ୍ରମାଗତ ଭାବେ ସହାୟତା ସ୍ବରୂପ କମିଶନରେଟ୍ ପୋଲିସ୍କୁ ପିସିଆର ଭ୍ୟାନ୍ ପ୍ରଦାନ କରି ଆସୁଛି। କମିଶନରେଟ୍ ପୋଲିସ୍ ମୁଖ୍ୟାଳୟଠାରେ ଭୁବନେଶ୍ୱର-କଟକ ପୋଲିସ୍ କମିଶନର ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀ ଏବଂ ନାଲ୍କୋର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଶ୍ରୀଧର ପାତ୍ର ଆନୁଷ୍ଠାନିକ ଭାବେ ପତାକା ଦେଖାଇ ଉକ୍ତ ପିସିଆର୍ ଭ୍ୟାନ୍ଗୁଡ଼ିକୁ କମିଶନରେଟ୍ ପୋଲିସ୍ ଏବଂ ନାଲ୍କୋର ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଛନ୍ତି।

**mitolyn official**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.