ପୁରୀ,୧ ।୧୧(ଓଡ଼ିଆ ନ୍ୟୂଜ): ବିରୋଧୀଙ୍କୁ ଶିକ୍ଷା ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସ୍ବର୍ରଦ୍ଵାରରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମାଧିକୁ ନେଇ ବାରମ୍ବାର ସମାଲୋଚନା କରୁଥିବା ନେତାଙ୍କୁ ଲାଗିଛି ଶକ୍ତ ଧକ୍କା।ନିଜ ପିତାଙ୍କ ସମାଧିକୁ ଉଠାଇ ଜନସେବାର ମାନେ ବୁଝାଇ ଦେଇଛନ୍ତି ଜନପ୍ରିୟ ନେତା। ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ୱର୍ଗଦ୍ୱାରର ଉନ୍ନତି କରଣ ନେଇ ସମୀକ୍ଷା ହୋଇଥିଲା। ଏହା ପରେ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱର୍ଗଦ୍ୱାରର ଉନ୍ନତି ପାଇଁ ୫ କୋଟି ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ସିଏମଆରଏଫରୁ ଖର୍ଚ୍ଚ ଭରଣା କରାଯିବ । ଏହି ଅର୍ଥରେ ଶବଦାହ, ଅସ୍ଥି ସଂଗ୍ରହ ଓ ଶବଦାହକଙ୍କ ସୁବିଧା କରାଯିବ । ବୃକ୍ଷରୋପଣ ଓ ଆନୁଷଙ୍ଗିକ ବ୍ୟବସ୍ଥା ମଧ୍ୟ କରାଯିବ ।
ସେହିପରି ସ୍ୱର୍ଗଦ୍ୱାରରୁ ବିଜୁ ପଟ୍ଟନାୟକଙ୍କ ସମାଧି ହଟାଇବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ । ଏପରି ନିଷ୍ପତ୍ତି ପରେ ନବୀନ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜୁବାବୁ କୋଟି କୋଟି ଓଡିଆଙ୍କ ହୃଦୟରେ ରହିଛନ୍ତି । ସ୍ୱର୍ଗଦ୍ୱାରରେ ତାଙ୍କ ଉଦ୍ଦେଶ୍ୟରେ ଯାହା ଥିଲା ତାହା ରାଜ୍ୟର ସେବାରେ ଲାଗିବ ।’ ଏହା ସହ ସ୍ୱର୍ଗଦ୍ୱାରକୁ ବିଶ୍ୱାସର ପବିତ୍ର ଭୂମି କହିଛନ୍ତି ନବୀନ ।
Breaking
କୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ
