ଲାଲକିଲ୍ଲାରେ ମୋଦିଙ୍କ ଅଭିଭାଷଣ
ନୂଆଦିଲ୍ଲୀ, ୧୫।୮ : ସ୍ବାଧୀନତାର ଅମୃତ ମହୋତ୍ସବଙ୍କ ଅବସରରେ ଦେଶର ନାମରେ ଆଉ ଏକ ସଫଳତା ଯୋଡ଼ି ହୋଇଛି। ପ୍ରଥମ ଥର ପାଇଁ ଲାଲ୍ କିଲ୍ଲାରେ ତ୍ରିରଙ୍ଗାକୁ ମେଡ୍ ଇନ୍ ଇଣ୍ଡିଆ ସ୍ବଦେଶୀ ତୋପ ଦ୍ୱାରା ସଲାମୀ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ଏହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ୭୫ ବର୍ଷ ପରେ ପ୍ରଥମ ଥର ପାଇଁ ଲାଲ୍ କିଲ୍ଲାରେ ତ୍ରିରଙ୍ଗାକୁ ମେଡ ଇନ ଇଣ୍ଡିଆ ତୋପ ଅଭିବାଦନ ଜଣାଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି, ସ୍ବାଧୀନତାର ୭୫ ବର୍ଷ ପରେ, ଯେଉଁ ଶବ୍ଦ ଆମ କାନ ଶୁଣିବାକୁ ଚାହୁଁଥିଲା ତାହା ଆଜି ପୂରଣ ହୋଇଛି। ଆଜି ମୁଁ ଦେଶର ସେନାର ଯବାନମାନଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି। ଆଜି ମୁଁ ମୋର ଆତ୍ମନର୍ଭରଶୀଳତାକୁ ଏକ ସଂଗଠିତ ସ୍ବରୂପରେ, ସାହସ ରୂପରେ ସେନାର ଯବାନ ଏବଂ କମାଣ୍ଡୋମାନେ ଯେଉଁ ଦାୟିତ୍ୱ ସେମାନଙ୍କ କାନ୍ଧରେ ନେଇଥିଲେ ତାହାକୁ ସାଲ୍ୟୁଟ କରୁଛି।
ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ଚାଇନାକୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ଆତ୍ମନିର୍ଭରଶୀଳ ଭାରତ ପାଇଁ ସ୍ବଦେଶୀ ମନ୍ତ୍ର ଆବଶ୍ୟକ। ସେ କହିଛନ୍ତି ଯେ ଆଜି ଆମର ପାଞ୍ଚ-ପାଞ୍ଚ ବର୍ଷର ପିଲାମାନେ ବିଦେଶୀ ଖେଳନା ସହିତ ନ ଖେଳିବାକୁ ସଂକଳ୍ପ ନେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଆତ୍ମନିର୍ଭର ଭାରତ, ଏହା ପ୍ରତ୍ୟେକ ନାଗରିକ, ପ୍ରତ୍ୟେକ ସରକାର, ସମାଜର ପ୍ରତ୍ୟେକ ୟୁନିଟର ଦାୟିତ୍ୱ ପାଲଟିଛି। ଆତ୍ମନିର୍ଭର ଭାରତ ଏହା ଏକ ସରକାରୀ ଏଜେଣ୍ଡା କିମ୍ବା ସରକାରୀ କାର୍ଯ୍ୟକ୍ରମ ନୁହେଁ, ଏହା ସମାଜର ଏକ ଜନ ଆନ୍ଦୋଳନ, ଯାହାକୁ ଆମକୁ ଆଗକୁ ନେବାକୁ ପଡିବ। ସେ କହିଛନ୍ତି, ଆମକୁ ଦାସତ୍ୱ ମାନସିକତା ତ୍ୟାଗ କରିବାକୁ ପଡ଼ିବ, ଆମ ଦକ୍ଷତା ଉପରେ ବିଶ୍ୱାସ କରିବାକୁ ପଡ଼ିବ। ଆମର ଯୁବବର୍ଗମାନେ ନୂତନ ଆବିଷ୍କାର ସହିତ ଦୁନିଆ ଆଗକୁ ଏବେ ଆସୁଛନ୍ତି

**mitolyn official**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.