ଗଣତନ୍ତ୍ର ଦିବସରେ ସ୍ବତନ୍ତ୍ର ପଗଡି ପିନ୍ଧିଲେ ମୋଦି।
ନୂଆଦିଲ୍ଲୀ : ଆଜି ପବିତ୍ର ୭୨ତମ ସାଧାରଣତନ୍ତ୍ର ଦିବସ। ଗଣତନ୍ତ୍ର ଦିବସ ଓ ସ୍ୱାଧୀନତା ଦିବସ ଅବସରରେ ପଗଡି ପିନ୍ଧିବାର ପରମ୍ପରାକୁ ବଜାୟ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଳିତ ବର୍ଷ ସ୍ୱତନ୍ତ୍ର କେଶରୀ ରଙ୍ଗର ପଗଡି ପିନ୍ଧିଛନ୍ତି। ଏହାସହ ମୋଦୀ ପାରମ୍ପରିକ କୁର୍ତ୍ତା ପାଇଜାମା ଜ୍ୟାକେଟ ସହ କାନ୍ଧରେ ସାଲ୍ ପରିଧାନ କରିଛନ୍ତି। ଏହାସହ ଆଜିର ମହାନ ଦିନରେ ଜାତୀୟ ଯୁଦ୍ଧ ସ୍ମାରକୀରେ ସହିଦ୍ ଙ୍କୁ ମୋଦୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ୭୨ ତମ ଗଣତନ୍ତ୍ର ଦିବସ ପାଳନ ପାଇଁ ଗୁଜରାଟର ଜାମନଗରର ସ୍ୱତନ୍ତ୍ର ପଗଡି ପିନ୍ଧିଛନ୍ତି।ସୂଚନା ଅନୁଯାୟୀ, ଜାମନଗରର ରାଜ ପରିବାର ତରଫରୁ ଏହି ପଗଡି ପ୍ରଧାନମନ୍ତ୍ରୀଙ୍କୁ ଉପହାରରେ ପ୍ରଦାନ କରାଯାଇଥିଲା।
ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ମୋଦୀ ଭିନ୍ନ ପ୍ରକାର ପଗଡି ପିନ୍ଧିଥିବାର ନଜର ଆସିଛନ୍ତି। ୨୦୧୫ ମସିହା ପରଠାରୁ ପ୍ରଧାନମନ୍ତ୍ରୀ ଗଣତନ୍ତ୍ର ଦିବସ ଅବସରରେ ଏପରି ଭିନ୍ନ ପ୍ରକାର ପଗଡି ପିନ୍ଧିଥିବାର ନଜର ଆସୁଛନ୍ତି।