ବଜାରରେ ମାରୁତି ସୁଜୁକିର ନୂଆ ଗ୍ରାଣ୍ଡ୍ ଭିଟାରା
ତୁସି ମୋଟର୍ସ ନେକ୍ସା ଗଜପତି ନଗର ଠାରେ ଯାନର ଉନ୍ମୋଚନ କଲେ ବଲିଉଡ଼୍ ଅଭିନେତ୍ରୀ ନୀଲମ୍ କୋଠାରୀ
ଭୁବନେଶ୍ୱର : ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡ଼୍ ପକ୍ଷରୁ ବଜାରକୁ ନୂଆ ଗ୍ରାଣ୍ଡ୍ ଭିଟାରା ର ପ୍ରବେଶ ହୋଇଛି । ଭୁବନେଶ୍ୱର ଗଜପତି ନଗର ସ୍ଥିତ ତୁସି ମୋଟର୍ସ ନେକ୍ସା ସୋରୁମ୍ ପରିସରରେ ବଲିଉଡ଼୍ ନୀଲମ୍ କୋଠାରୀ ଉପସ୍ଥିତ ରହି ଯାନଟିକୁ ବଜାର ପ୍ରବେଶ କରାଇଥିଲେ ।
ଏହି ଅବସରରେ ସେ ବିଭିନ୍ନ ଗାଡ଼ି କ୍ରୟ କରିଥିବା ପ୍ରଥମ ୧୫ ଗ୍ରାହକଙ୍କୁ ଚାବି ହସ୍ତାନ୍ତର କରିଥିଲେ । ସେହିଭଳି ଗ୍ରାହକଙ୍କୁ ୧୫ ବୁକିଂ ଡ଼କେଟ୍ ପ୍ରଦାନ କରାଯାଇଥିଲା । ତୁସି ମୋଟର୍ସ ପ୍ରାଇଭେଟ୍ ଲିମିଟେଡ଼୍ ପକ୍ଷରୁ ନୂଆ କାର୍, ସର୍ଭିସ୍ ଏବଂ ସ୍ପେୟାର କ୍ରୟ କ୍ଷେତ୍ରରେ ଲୟାଲ କଷ୍ଟମର୍ କାର୍ଡ଼ ସୁବିଧାର ଆରମ୍ଭ ମଧ୍ୟ କରାଯାଇଛି । କମ୍ପାନୀ ପକ୍ଷରୁ ଏହି ମଡ଼େଲ୍ର ରିଟେଲ୍ ବିକ୍ରି ଆରମ୍ଭ କରାଯାଇଛି । ଯାନଟିରେ ଗ୍ରାହକ ନେକ୍ସାର ସିଗ୍ନେଚର୍ ଡ଼ିଜାଇନ୍ ପାଇପାରିବେ ।
ଏହି ପ୍ରିମିୟମ୍ ଏସ୍ୟୁଭିଟି ରେ ଆକର୍ଷଣୀୟ ପାୱାରଟ୍ରେନ୍ ବିକଳ୍ପ, ଡ଼ାଇନମିକ୍ ଏବଂ ଆଗ୍ରେସିଭ୍ ଏକ୍ସଟେରିୟର ଡ଼ିଜାଇନ୍ ପ୍ରାଚୁର୍ଯ୍ୟପୂର୍ଣ୍ଣ ଇରେିୟର୍, ଅତ୍ୟାଧୁନିକ ଟେକ୍ନାଲୋଜି ବିଶିଷ୍ଟ ନିରାପା ବୈଶିଷ୍ଟ୍ୟ, ୬ ଏୟାର ବ୍ୟାଗ୍ ସୁବିଧା ସହ ଆରାମ ଉପଲବ୍ଧ ହେବ । ଯୁବବର୍ଗଙ୍କ ଚାହିଦାକୁ ନଜରରେ ରଖି ଯାନଟିକୁ ପ୍ରସ୍ତୁତ କରାଯାଇଛି । ଏହା ଦେଶର ଏସ୍ୟୁଭି କ୍ଷେତ୍ରରେ ଏକ ବିପ୍ଳବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଏଥିରେ କଟିଂ ଏଜ୍ ଇଲେିଜେ ଇଲେକ୍ଟ୍ରିକ୍ ହାଇବ୍ରିଡ଼୍ ପାୱାରଟ୍ରେନ୍ ଏବଂ ସର୍ବୋମ ଇନ୍ଧନ ଦକ୍ଷତା ଗ୍ରାହକଙ୍କୁ ମିଳିବ । ଗ୍ରାହକଙ୍କ ପରିର୍ବିତ ଚାହିଦାକୁ ନଜରରେ ରଖି ଯାନଟିରେ ପ୍ରଗତିଶୀଳ ସ୍ମାର୍ଟ ହାଇବ୍ରିଡ଼୍ ଟେକ୍ନେଲୋଜି ଏବଂ ସୁଜୁକିର ଅଲଗ୍ରୀପ ସିଲେକ୍ଟ ଟେକ୍ନୋଲୋଜି ସୁବିଧା ଦିଆଯାଇଛି । ଏହି ଯାନ ରେ ମାରୁତି ସୁଜୁକିର କେ ସିରିଜ ୧.୫ ଲିଟର ଡ଼ୁଆଲ ଜେଟ୍, ଡ଼ୁଆଲ ଭିଭିଟି ଇଞ୍ଜିନ୍ ରହିଛି । ଏହାର ଲିଟର ପିଛା ମାଇଲେଜ୍ ୨୧.୧ କିମି ରହିଛି । ଏହା ସ୍ପିଡ଼୍ ମାନୁଆଲ୍ ଏବଂ ୬ ସ୍ପିଡ଼୍ ଅଟୋମେଟିକ୍ ଟ୍ରାନ୍ସମିଶନ ସହ ଆସୁଛି । ଯାନଟିର ବଜାର ଦର ୧୦.୪୫ ଲକ୍ଷ ଟଙ୍କାରୁ ଆରମ୍ଭ ହୋଇ ୧୭.୫ ଲକ୍ଷ ଟଙ୍କା ଯାଏ ରହିଛି । ଏହି କାର୍ଯ୍ୟକ୍ରମରେ ତୁସି ମୋଟର୍ସର ନିର୍ଦ୍ଦେଶକ ଶ୍ରୀ ଅଂଶୁମାନ ପଟ୍ଟନାୟକ ଓ ପରିଚାଳନା ନିର୍ଦ୍ଦେଶିକା ପ୍ରୀତି ପଲ୍ଲବୀ ପଟ୍ଟନାୟକଙ୍କ ସମେତ ଅନ୍ୟ ପ୍ରମୁଖ ଅଧିକାରୀ ବୃନ୍ଦ ଉପସ୍ଥିତ ଥିଲେ ।