ନୂଆଦିଲ୍ଲୀ,୩।୧୧ : ଗୁଜୁରାଟରେ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର ତାରିଖ ଘୋଷଣା ନିର୍ବାଚନ କମିଶନଙ୍କ ପକ୍ଷରୁ କରାଯାଇଛି। ଗୁଜୁରାଟରେ ୧୮୨ ବିଧାନସଭା ଆସନ ପାଇଁ ନିର୍ବାଚନ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଡିସେମ୍ବର ୧ ରେ ୮୯ ଟି ବିଧାନସଭା ଆସନ ଏବଂ ଡିସେମ୍ବର ୫ ରେ ୯୩ ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଡିସେମ୍ବର ୮ ରେ ଭୋଟ ଗଣନା କରାଯିବ।
ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନପତ୍ର ଦାଖଲ ପ୍ରକ୍ରିୟା ନଭେମ୍ବର ୫ରୁ ଆରମ୍ଭ ହୋଇ ନଭେମ୍ବର ୧୪ ରେ ଶେଷ ହେବ। ଦ୍ୱିତୀୟ ପର୍ଯ୍ୟାୟ ପାଇଁ ନାମାଙ୍କନ ନଭେମ୍ବର ୧୦ ରୁ ୧୭ ପର୍ଯ୍ୟନ୍ତ ଦାଖଲ କରାଯିବ। ପ୍ରଥମ ପର୍ଯ୍ୟାୟରେ ୮୯ ଟି ଆସନ ପାଇଁ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ହେଉଛି ନଭେମ୍ବର ୧୮ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୯୩ ଟି ଆସନ ପାଇଁ ନଭେମ୍ବର ନାମାଙ୍କନ ପ୍ରତ୍ୟାହାର ତାରିଖ ୨୧ ନଭେମ୍ବର ରହିଛି।




