ଏଥର ଗଣତନ୍ତ୍ର ଦିବସରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ
ନୂଆଦିଲ୍ଲୀ : ୨୦୨୪ ଗଣତନ୍ତ୍ର ଦିବସରେ ଏକ କିଛି ସ୍ବତନ୍ତ୍ର ହେବାକୁ ଯାଉଛି। ସୂଚନା ଅନୁଯାୟୀ, ୨୦୨୪ ଜାନୁୟାରୀ ୨୬ରେ କର୍ତ୍ତବ୍ୟ ପଥରେ କେବଳ ମହିଳା ପରେଡ୍ କରୁଥିବା ଦେଖିବାକୁ ମିଳିବ। ଏପରିକି ପରେଡ୍ , ମାର୍ଚିଂ ସ୍ବାର୍ଡ ଏବଂ ସାଂସ୍କୃତିକ ଉପସ୍ଥାପନାରେ କେବଳ ମହିଳା ନଜର ଆସିବେ। ପ୍ରତିରକ୍ଷା ମନ୍ତ୍ରଣାଳୟର ଏକ ପ୍ରସ୍ତାବରେ କୁହାଯାଇଛି , ବିସ୍ତୃତ ଆଲୋଚନା ପରେ ନିଷ୍ପତ୍ତି ନିଆଯାଇଛି ଯେ ଗଣତନ୍ତ୍ର ଦିବସ ୨୦୨୪ରେ କେବଳ ମହିଳା ଅଂଶଗ୍ରହଣ କରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ ଏନେଇ ଗୃହ, ସଂସ୍କୃତି ଏବଂ ନଗର ଉନ୍ନୟନ ମନ୍ତ୍ରଣାଳୟ ସମେତ ବିଭିନ୍ନ ମନ୍ତ୍ରଣାଳୟକୁ ସୂଚନା ଦେଇଥିବା ଜଣାପଡିଛି।

6pnsf6
13uuee
50y26i