ନୂଆଦିଲ୍ଲୀ,୨୦।୧୦: ପାକିସ୍ତାନ ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଘଂନ କରିବା ପରେ ଭାରତୀୟ ସେନା ପକ୍ଷରୁ ରବିବାର କଡା ଜବାବ ଦିଆଯାଇଛି। ଭାରତୀୟ ସେନା ପାକ ଅଧିକୃତ କାଶ୍ମୀର(ପିଓକେ) ଉପରେ ଆକ୍ରମଣ କରି ୩ଟି ଆତଙ୍କବାଦୀ କ୍ୟାମ୍ପକୁ ଉଡାଇ ଦେଇଛି ବୋଲି ସେନାଧ୍ୟକ୍ଷ ବିପିନ ରାଓ୍ବତ କହିଛନ୍ତି। ଏହି ଆକ୍ରମଣରେ ୬ରୁ ୧୦ ଜଣ ପାକିସ୍ତାନ ସେନା ନିହତ ହୋଇଥିବାବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଫଳରେ ସେଠାରେ ହାଇଆଲର୍ଟ ଜାରି କରାଯାଇଛି ବୋଲି ସେ କହିଛନ୍ତି। ଉଭୟ ପକ୍ଷର ଗୁଳିବିନିମୟରେ ଭାରତୀୟ ସେନାର ଦୁଇ ଜଣ ଯବାନ ଶହୀଦ ହୋଇଛନ୍ତି। ଏହା ସହ ଜଣେ ସ୍ଥାନୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନି ଜଣ ଆହତ ହୋଇଛନ୍ତି।

ଏହାକୁ ନେଇ ଦେଶରେ ରାଜନୀତି ଆରମ୍ଭ ହୋଇଯାଇଛି। ନିର୍ବାଚନ ଆସିବା ପୂର୍ବରୁ ଏଭଳି ସର୍ଜିକାଲ ଷ୍ଟ୍ରାଇକ୍ ହୁଏ ବୋଲି କଂଗ୍ରେସ ଅଭିଯୋଗ କରିଛି। କଂଗ୍ରେସ ନେତା ଅଖିଳେଶ ସିଂ କହିଛନ୍ତି, ନିର୍ବାଚନ ପୂର୍ବରୁ ସର୍ଜିକାଲ ଷ୍ଟ୍ରାଇକ ଦେଶରେ ଏକ ନୂଆ ଢାଞ୍ଚା ଆରମ୍ଭ ହୋଇଯାଇଛି। ସୋମବାର ମହାରାଷ୍ଟ୍ର ଏବଂ ହରିୟାଣା ନିର୍ବାଚନ ଅନୁଷ୍ଠିତ ହେଉଥିବାବେଳେ ଭୋଟରଙ୍କ ଧ୍ୟାନ ଆକର୍ଷଣ ପାଇଁ ଏଭଳି ସର୍ଜିକାଲ ଷ୍ଟ୍ରାଇକ କରାଯାଉଥିବା ସେ କହିଛନ୍ତି।
Breaking
ଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି
