ଢେଙ୍କାନାଳ : ଆରୋମା ଶିକ୍ଷା ଓ ସେବା ସମିତି ପକ୍ଷରୁ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଠାରେ ଏକ ହୋଟେଲ ପରିସରରେ ଖାଦ୍ୟ ସୁରକ୍ଷା ସମ୍ବଦ୍ଧୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆରୋମା ଶିକ୍ଷା ଓ ସେବା ସମିତିର ରାଜ୍ୟ ସଂଯୋଜକ ବିଭୂତି ଭୂଷଣ ଲେଙ୍କା, ଓରିଜନ ଉଦ୍ୟୋଗର ରାଜ୍ୟ ସଂଯୋଜକ ମନୋଜ କୁମାର ମହାନ୍ତି ଏବଂ ମୁଖ୍ୟ ପ୍ରଶିକ୍ଷକ ରଞ୍ଜନ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ବ୍ୟବସାୟୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ବର୍ତ୍ତମାନ ସମାଜ ପାଇଁ ଖାଦ୍ୟ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ କଥା । ଏଥିପାଇଁ ସମସ୍ତ ବ୍ୟବସାୟୀମାନେ ଯତ୍ନବାନ ହେବା ଦରକାର । ଖାଦ୍ୟ ପ୍ରସ୍ତୁତି, ବିକ୍ରି ସମୟରେ କିପରି ପରିସ୍କାର, ପରିଚ୍ଛନ୍ନତା ଅବଲମ୍ବନ କରିବେ ଓ ଖାଦ୍ୟ ଅପମିଶ୍ରଣ କିପରି ରୋକାଯାଇ ପାରିବ ସେ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସମସ୍ତ ଖାଦ୍ୟ ସାମଗ୍ରୀ ଜନିତ ବ୍ୟବସାୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦ ଖାଦ୍ୟ ସୁରକ୍ଷା ପ୍ରମାଣପତ୍ର ନିହାତି ଆବଶ୍ୟକ ।

ଓଡିଶାରେ ଆରୋମା ଶିକ୍ଷା ଓ ସେବା ସମିତିକୁ ଖାଦ୍ୟ ସୁରକ୍ଷା ପ୍ରମାଣପତ୍ର ଦେବା ପାଇଁ ଦାୟିତ୍ୱ ଦିଆଯାଇଛି । ସେଠାରୁ ଖାଦ୍ୟ ପଦାର୍ଥ ଓ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ଜଡିତ ବ୍ୟବସାୟୀ ଓ ବ୍ୟକ୍ତିମାନେ ପ୍ରଶିକ୍ଷଣ ଗ୍ରହଣ କରି ପ୍ରମାଣପତ୍ର ନେଇ ପାରିବେ ବୋଲି ପ୍ରଶିକ୍ଷକମାନେ କହିଥିଲେ । ଏଥିରେ ୧୦୦ ରୁ ଉର୍ଦ୍ଧ୍ୱ ବ୍ୟବସାୟୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଜବାହାରଲାଲ ଓଝା, ଆଲୋକ ପ୍ରଭା ସାହୁ ପରିଚାଳନା କରିଥିଲେ । ପ୍ରଭାକର ରାଉତ, ବିରି ନାରାୟଣ, ରାମଚନ୍ଦ୍ର, ସୁଧୀର, ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ସଂଯୋଜକ ଶ୍ରୀନିବାସ ରଥ ଏବଂ କବିରାଣୀ ନାୟକ, ଶ୍ରୀକାନ୍ତ, ସଂଗ୍ରାମ କେଶରୀ ବଳିଆରସିଂହ ସହଯୋଗ କରିଥିଲା ବେଳେ ନୃସିଂହ ଚରଣ ଧନ୍ୟବାଦ ଅର୍ପଣ କରିଥିଲେ ।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
