banner
Breaking

ଖାଦ୍ୟ ସୁରକ୍ଷା ପ୍ରଶିକ୍ଷଣ କର୍ମଶାଳା

0

ଢେଙ୍କାନାଳ : ଆରୋମା ଶିକ୍ଷା ଓ ସେବା ସମିତି ପକ୍ଷରୁ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଠାରେ ଏକ ହୋଟେଲ ପରିସରରେ ଖାଦ୍ୟ ସୁରକ୍ଷା ସମ୍ବଦ୍ଧୀୟ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆରୋମା ଶିକ୍ଷା ଓ ସେବା ସମିତିର ରାଜ୍ୟ ସଂଯୋଜକ ବିଭୂତି ଭୂଷଣ ଲେଙ୍କା, ଓରିଜନ ଉଦ୍ୟୋଗର ରାଜ୍ୟ ସଂଯୋଜକ ମନୋଜ କୁମାର ମହାନ୍ତି ଏବଂ ମୁଖ୍ୟ ପ୍ରଶିକ୍ଷକ ରଞ୍ଜନ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ବ୍ୟବସାୟୀ ମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ । ବର୍ତ୍ତମାନ ସମାଜ ପାଇଁ ଖାଦ୍ୟ ସୁରକ୍ଷା ଏକ ଗୁରୁତ୍ୱପୂର୍ଣ୍ଣ କଥା । ଏଥିପାଇଁ ସମସ୍ତ ବ୍ୟବସାୟୀମାନେ ଯତ୍ନବାନ ହେବା ଦରକାର । ଖାଦ୍ୟ ପ୍ରସ୍ତୁତି, ବିକ୍ରି ସମୟରେ କିପରି ପରିସ୍କାର, ପରିଚ୍ଛନ୍ନତା ଅବଲମ୍ବନ କରିବେ ଓ ଖାଦ୍ୟ ଅପମିଶ୍ରଣ କିପରି ରୋକାଯାଇ ପାରିବ ସେ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ସମସ୍ତ ଖାଦ୍ୟ ସାମଗ୍ରୀ ଜନିତ ବ୍ୟବସାୟ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦ ଖାଦ୍ୟ ସୁରକ୍ଷା ପ୍ରମାଣପତ୍ର ନିହାତି ଆବଶ୍ୟକ ।

ଓଡିଶାରେ ଆରୋମା ଶିକ୍ଷା ଓ ସେବା ସମିତିକୁ ଖାଦ୍ୟ ସୁରକ୍ଷା ପ୍ରମାଣପତ୍ର ଦେବା ପାଇଁ ଦାୟିତ୍ୱ ଦିଆଯାଇଛି । ସେଠାରୁ ଖାଦ୍ୟ ପଦାର୍ଥ ଓ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ଜଡିତ ବ୍ୟବସାୟୀ ଓ ବ୍ୟକ୍ତିମାନେ ପ୍ରଶିକ୍ଷଣ ଗ୍ରହଣ କରି ପ୍ରମାଣପତ୍ର ନେଇ ପାରିବେ ବୋଲି ପ୍ରଶିକ୍ଷକମାନେ କହିଥିଲେ । ଏଥିରେ ୧୦୦ ରୁ ଉର୍ଦ୍ଧ୍ୱ ବ୍ୟବସାୟୀ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଢେଙ୍କାନାଳ ଜିଲ୍ଲା ସଂଯୋଜକ ଜବାହାରଲାଲ ଓଝା, ଆଲୋକ ପ୍ରଭା ସାହୁ ପରିଚାଳନା କରିଥିଲେ । ପ୍ରଭାକର ରାଉତ, ବିରି ନାରାୟଣ, ରାମଚନ୍ଦ୍ର, ସୁଧୀର, ଭୁବନେଶ୍ୱର ମୁଖ୍ୟ କାର୍ଯ୍ୟାଳୟର ସଂଯୋଜକ ଶ୍ରୀନିବାସ ରଥ ଏବଂ କବିରାଣୀ ନାୟକ, ଶ୍ରୀକାନ୍ତ, ସଂଗ୍ରାମ କେଶରୀ ବଳିଆରସିଂହ ସହଯୋଗ କରିଥିଲା ବେଳେ ନୃସିଂହ ଚରଣ ଧନ୍ୟବାଦ ଅର୍ପଣ କରିଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.