ଭୁବନେଶ୍ୱର, ୭ା୪(ବ୍ୟୁରୋ): ଓଡିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ପକ୍ଷରୁ ବିଦ୍ୟୁତ୍ ଦର ବୃଦ୍ଧି ପ୍ରତିବାଦରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆର୍ସି) କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଏହି ଅବସରରେ କଂଗ୍ରେସ କର୍ମୀମାନେ ଓଇଆର୍ସି କାର୍ଯ୍ୟାଳୟର ଗେଟ୍ ଖୋଲି ଜୋର ଜବରଦସ୍ତ ଭିତରକୁ ପଶିବାକୁ ଚେଷ୍ଟା କରିଥିଲେ। ବିକ୍ଷୋଭ ଶେଷରେ ରାଜ୍ୟପାଳଙ୍କ ଉଦ୍ଦ୍ୟେଶରେ ଓଆଇଆର୍ସି ଅଧ୍ୟକ୍ଷଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି ବିକ୍ଷୋଭରେ ଯୋଗଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ୨୦୧୬ର ବିମୁଦ୍ରୀକରଣ ଓ ବର୍ତ୍ତମାନର କରୋନା ମହାମାରୀର ସମ୍ମୁଖୀନ ହୋଇ ରାଜ୍ୟବାସୀ ହନ୍ତସନ୍ତ ହୋଇପଡ଼ିଛନ୍ତି। ଏଭଳି ସମୟରେ କର୍ମାଗତ ଭାବେ ୬ ମାସ ତଳେ ୟୁନିଟ୍ ପିଛା ୨୦ ପଇସା ଓ ଏବେ ୩୦ ପଇସା ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ କଂଗ୍ରେସ ବିରୋଧ କରିଛି। ବିଶେଷଭାବେ ଏହାଦ୍ୱାରା ମଧ୍ୟବିତ୍ତ, ନିମ୍ନମଧ୍ୟବିତ୍ତ ଓ ଗରିବ ଶ୍ରେଣୀର ଲୋକ ଗୁରୁତର ପ୍ରଭାବିତ ହୋଇଛନ୍ତି। ତେଣୁ ରାଜ୍ୟ ସରକାର ତୁରନ୍ତ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିନିଅନ୍ତୁ। ପୂର୍ବରୁ ବ୍ଲକ୍ ଓ ନଗର କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯାଇଛି। ଯଦି ସରକାର ନିଜ ନିଷ୍ପତ୍ତି ନ ବଦଳାନ୍ତି ତେବେ କଂଗ୍ରେସ ରାସ୍ତାକୁ ଓହ୍ଲାଇବା ଲାଗି ପଛଘୁଞ୍ଚା ଦେବ ନାହିଁ ବୋଲି ସେ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ଦଳର ବହୁ ବରିଷ୍ଠ ନେତା ଓ କର୍ମୀମାନେ ଯୋଗଦେଇଛନ୍ତି।
Breaking
ଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍
