banner
Breaking

ବନ୍ଦ ହେଲା ନବମ ଓ ଏକାଦଶ ଶ୍ରେଣୀ ସ୍କୁଲ ପାଠପଢ଼ା।

0

ଭୁବନେଶ୍ବର : ରାଜ୍ୟ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି କ୍ରମରେ ନବମ ଓ ଏକାଦଶ ଶ୍ରେଣୀ କ୍ଲାସ ବନ୍ଦ କରିବାକୁ ସ୍ଥିର କରିଛନ୍ତି। କରୋନା ସଂକ୍ରମଣ ସ୍ଥିତିକୁ ଦେଖି ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଆସନ୍ତା କାଲିଠାରୁ ଏହି ନିଷ୍ପତ୍ତି ଲାଗୁ ହେବ। ସମସ୍ତ ସରକାରୀ, ଘରୋଇ ଓ ଅନୁଦାନ ପ୍ରାପ୍ତ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ। ତେବେ ଏପ୍ରିଲ ୩୦ ପର୍ଯ୍ୟନ୍ତ କ୍ଳାସ ବନ୍ଦ ରହିବ।  ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ ତୁରନ୍ତ ହଷ୍ଟେଲ ଛାଡିବାକୁ ନିର୍ଦେଶ ଦିଆଯାଇଛି। ତେବେ ପୂର୍ବ ନିଷ୍ପତ୍ତି ଅନୁସାରେ ଏପ୍ରିଲ ୨୫ ପର୍ଯ୍ୟନ୍ତ ଦଶମ ଓ ଦ୍ବାଦଶ ଶ୍ରେଣୀରେ ପାଠପଢା ଜାରି ରହିବ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ମଧ୍ୟ ସେମା​​‌ନଙ୍କର ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.