ରାଜ୍ୟରେ ସୁରୁଖୁରୁରେ ଚାଲିଛି ଶେଷ ପର୍ଯ୍ୟାୟ ମତଦାନ
ଭୁବନେଶ୍ବର: ଆଜି ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ । ଭୋଟ୍ ଦେଇ ନିଜର ମତ ସାବ୍ୟସ୍ତ କରୁଛନ୍ତି ଓଡିଶାବାସୀ । ତେବେ ରାଜ୍ୟରେ ସୁରୁଖୁରୁରେ ମତଦାନ ଚାଲିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ । ସେ କହିଛନ୍ତି, ସେ କହିଛନ୍ତି, ୬ ଟି ସଂସଦୀୟ କ୍ଷେତ୍ର ଓ ୪୨ ଟି ବିଧାନସଭା ପାଇଁ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି ।
୬ ଟି ଲୋକସଭା ତଥା ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂପୁର, ଭଦ୍ରକ, ବାଲେଶ୍ୱର, ଓ ମୟୁରଭଞ୍ଜରେ ମତଦାନ ସୁରୁଖୁରୁରେ ଚାଲିଛି । ଯେଉଁଠି ତ୍ରୁଟି ଥିଲା ଠିକ୍ କରାଯାଇଛି । ସେ ଆହୁରି କହିଛନ୍ତି, ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ମତଦାନ ନେଇ ଅଧିକ ଉତ୍ସାହ ରହିଛି । ଯୁବ ଭୋଟରମାନେ ମଧ୍ୟ ଏହାକୁ ନେଇ ନିଜ ସଠିକ ମତ ପୋଷଣ କରନ୍ତୁ ବୋଲି ଶ୍ରୀ ଧଳ କହିଛନ୍ତି । ଦିନ ୧୧ ଟା ସୁଦ୍ଧା ୨୨.୯୭ ପ୍ରତିଶତ ଭୋଟିଂ ହୋଇଛି ।
୨୦୧୯ ରେ ଏହି ୬ଟି ସ୍ଥାନରେ ୭୪.୩୮ ପ୍ରତିଶତ ଥିଲା, ଚଳିତ ଥର ମଧ୍ୟ ଭଲ ହେବ ବୋଲି ଆଶା । ଗଣମାଧ୍ୟମ ସଂସ୍ଥା ମାନଙ୍କୁ ଅନୁରୋଧ ସତ୍ୟ ଖବର ପ୍ରସାରଣ କରନ୍ତୁ, କାରଣ ଅନେକ ସମୟରେ ଭୁଲ୍ ଖବର ଭୋଟର ମାନଙ୍କୁ ନିରୁତ୍ସାହିତ କରିଥାଏ ।

n2n43z
Is 2phcomlogin working for everyone else? Had some issues getting in earlier. Seems alright now though. Here is the actual link 2phcomlogin
ikolax
Signed up to 58win1vip. All good so far. Easy to use interface, so no complaints from me so far. Good gaming everyone!58win1vip
g915v0