banner
Breaking

ସକାରାତ୍ମକ ଭାବନାରେ ମହାମାରୀକୁ ଜୟ କରିହେବ-ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର,୪/୫(ବ୍ୟୁରୋ) :  ଓଡିଆ ଲୋକମାନେ ଅସୀମ ଧୈର୍ଯ୍ୟ ଓ ସାହସର ସହ କରୋନା ମହାମାରୀର ମୁକାବିଲା କରୁଛନ୍ତି। ଓଡିଆ ମାନଙ୍କ ଡିଏନଏରେ ବିପର୍ଯ୍ୟୟ ମୁକାବିଲାର ଶକ୍ତି ଅଛି। ଏପରି କିଛି ମନ୍ତବ୍ୟ ଦେବା ସହ ଫେସବୁକ୍‍ ଲାଇଭ ମାଧ୍ୟମରେ ଅନଲାଇନରେ ସାଧାରଣ ଲୋକମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହି ଫେସବୁକ ଲାଇଭ କାର୍ଯ୍ୟକ୍ରମରେ ଶ୍ରୀ ପ୍ରଧାନ ଲୋକମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିବା ବେଳେ କହିଛନ୍ତି ଯେ, ଓଡିଆ ଜାତି ଖ୍ରୀଷ୍ଟପୂର୍ବ ୨୬୧ କଳିଙ୍ଗ ଯୁଦ୍ଧରେ ମଧ୍ୟ ହାରିନଥିଲା। ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷର ମଣିଷ ମଡକକୁ ସାମ୍ନା କରି ପୁଣି ଓଡିଶାକୁ ପୁନନିର୍ମାଣ କରିଥିଲା। ୧୯୧୮ ସ୍ପାନିଶ୍‍ ଫ୍ଲୁର ମଧ୍ୟ ଓଡିଶା ସଫଳତାର ସହ ମୁକାବିଲା କରିଥିଲାା ୧୯୪୩ ମସିହା ବେଙ୍ଗଲ ଫେମିନି ହେଉ ଅଥବା ସ୍ୱାଧୀନତୋର ଭାରତର ୧୯୭୧ ମସିହାର ବାତ୍ୟା ଓ ୧୯୯୯ ମସିହାର ମହାବାତ୍ୟା, ବନ୍ୟା, ମରୁଡି ଭଳି ପ୍ରାକୃତିକ ଦୁର୍ବିପାକରେ ଓଡିଶା ହାର୍‍ ମାନିନି। ବର୍ଷେ ପୂର୍ବେ ଫଣି ପ୍ରଭାବକୁ ଓଡିଶାବାସୀ ସଫଳତାର ସହ ମୁକାବିଲା କରିଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ , ଆଜିଭଳି ଅଭାବନୀୟ ସମୟରେ ଦେଶବାସୀ ଓ ଓଡିଶାବାସୀଙ୍କୁ ସକରାତ୍ମକ ଭାବନା ଆଣିବାର ଆବଶ୍ୟକତା ରହିଛି। ବୈଶ୍ୱିକ ମହାମାରୀ ପଞ୍ଚାୟତ, ବ୍ସକ, ସବ ଡିଭିଜନ, ଜିଲା, ରାଜ୍ୟରେ ସମସ୍ତେ ଏକମନ ଓ ଏକପ୍ରାଣରେ ନିଜ ନିଜର ଦାୟିତ୍ୱ ନିର୍ବାହ କରୁଛନ୍ତି। ତେଣୁ ଏହି ଘଡିସନ୍ଧି ମୁହୂର୍ତରେ ସରକାରୀ ବ୍ୟବସ୍ଥାକୁ ଦୋଷଦେବା ନୁହେଁ ମାତ୍ର ବ୍ୟବସ୍ଥାକୁ ତିଆରି କରିବା ସହ ହାତ ବଢାଇବାର ଆବଶ୍ୟକତା ରହିଛି। ବର୍ତ୍ତମାନର ସମୟ ହେଉଛି ଆହ୍ୱାନପୂର୍ଣ୍ଣ। ତେଣୁ ବାହାରୁ ଫେରୁଥିବା ଓଡିଆ ଭାଇ ଭଉଣୀମାନଙ୍କୁ ମୋର ଅନୁରୋଧ ଧୈର୍ଯ୍ୟ ଧରନ୍ତୁ, ଟିକେ କଷ୍ଟ ସହି ସହଯୋଗ କରନ୍ତୁ। ରାଜ୍ୟରେ ଥିବା ଭାଇଭଉଣୀଙ୍କୁ ନିବେଦନ ଆପଣମାନେ ମଧ୍ୟ ତାଙ୍କୁ ସହଯୋଗର ହାତ ବଢାନ୍ତୁ। ବାହରୁ ଆସୁଥିବା ଲୋକଙ୍କ ଯତ୍ନ ନିଅନ୍ତୁ। ରାଜ୍ୟ ସରକାରଙ୍କ ନିୟମକୁ ପାଳନ କରନ୍ତୁ। ଆମେ ସମସ୍ତେ ମିଳିମିଶି ଏହି ସଙ୍କଟର ମୁକାବିଲା କରିପାରିବା ବୋଲି ସେ କହିଛନ୍ତି।ବର୍ତମାନ ଦେଶ ଦୁନିଆ ବଦଳିଯାଇଛି। ଏପରି ସ୍ଥିତିରେ ଡିଜିଟାଲାଇଜେସନ ଲୋକମାନଙ୍କ ମଧ୍ୟରେ ପ୍ରମୁଖ ମାଧ୍ୟମ ହୋଇଛି। ଓଡିଆ ଲୋକ ନୂଆ ନୂଆ ଜିନିଷ ଉଭାବନ କରୁଛନ୍ତି। କୋରାପୁଟ ଲକ୍ଷ୍ମୀପୁରର ଆଦିବାସୀ ଝିଅ ବ୍ୟାଙ୍କ୍‍ ଆକାଣ୍ଟକୁ ସକ୍ରିୟ କରି ଗାଁ ଗାଁ ବୁଲି ଲାପଟପ୍‍ ମାଧ୍ୟମରେ ଲୋକ ମାନଙ୍କୁ ସହଯୋଗ କରିବା ସହ ସୋମାନଙ୍କ ଟଙ୍କା ଦେଉଛନ୍ତି। ପରିବା ଦୋକାନୀମାନେ ବଳକା ପରିବାକୁ ନ ଫୋପାଡି ଗରିବ ଅସହାୟ ଲୋକଙ୍କୁ ବାଣ୍ଟୁଛନ୍ତି। ସମସ୍ତେ ବିଦେଶୀ ଭିଡିଓ କନଫରେନ୍ସିଂ ଆପରେ ନିର୍ଭର କରୁଥିବା ବେଳେ ଏନଆଇଟି ରାଉରକେଲାର ଛାତ୍ରଛାତ୍ରୀମାନେ ଏକ ଭିଡିଓ ଆପର ବିକଶିତ କରି ନୂଆ ନୂଆ ପ୍ଲାଟଫର୍ମ ତିଆରି କରିବାରେ ଲାଗିଛନ୍ତି।

ଉପସାଗରୀୟ ୬ଟି ସମ୍ପନ୍ନ ଦେଶରେ ରହୁଥିବା ଓଡିଆ ମାନେ ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କ ପଦକ୍ଷେପକୁ ମଧ୍ୟ ପ୍ରଶଂସା କରଛନ୍ତି। ଆଜିର ଘଡିସନ୍ଧି ମୁହୂର୍ତରେ ବିଶ୍ୱ ଲକ୍‍ ଡାଉନ୍‍ ସମସ୍ତଙ୍କୁ ବଡ ସୁଯୋଗ ଦେଇଛି ବୋଲି ସେ କହିଛନ୍ତି। ଭାରତରେ ଲୋକମାନେ ପ୍ରଧାନମନ୍ତ୍ରୀଙ୍କ ଆଦେଶ ତଥା ଲକ୍‍ ଡାଉନକୁ ସଠିକ୍‍ ଭାବରେ ପାଳନ କରୁଥିବାରୁ ଅନ୍ୟ ରାଷ୍ଟ୍ରମାନଙ୍କ ତୁଳନାରେ ଦେଶ ସ୍ୱାଭାବିକ ସ୍ଥିତିରେ ଅଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ଭାରତର ଜଣେ ଜଣେ ନାଗରିକ ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି। ଆଗକୁ ମଧ୍ୟ ଭାରତ ସରକାର ଓ ରାଜ୍ୟ ସରକାରଙ୍କ ସହ ସହଯୋଗୀ ହୋଇ ଧୈର୍ଯ୍ୟର ସହ କାମ କରିବାକୁ ଆହ୍ୱାନ କରିଛନ୍ତି। ଶ୍ରୀ ପ୍ରଧାନ ଲୋକମାନଙ୍କୁ ମାସ୍କ ପିନ୍ଧିବା, ନିୟମିତ ବ୍ୟବଧାନରେ ହାତକୁ ସଫା କରିବା, ସାମାଜିକ ଦୂରତ୍ୱ ମାନିବା, ଆରୋଗ୍ୟ ସେତୁ ଡାଉନଲୋଡ କରିବା ଏବଂ ଏଥିପାଇଁ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ପାଇଁ ପରାମର୍ଶ ଦେଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଗରିବଙ୍କ ସହାୟତା ପାଇଁ ୩ ମାସ ପାଇଁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା କରିଛନ୍ତି। ଏହି ଯୋଜନାରେ ଗରିବ ଲୋକଙ୍କୁ ବ୍ୟକ୍ତି ପିଛା ମାସକ ପିଛା ୫ କେଜି ଚାଉଳ ଓ ପରିବାର ପିଛା ମାସିକ ୧ କିଲୋ ଡାଲି ଯୋଗାଇ ଦିଆଯାଉଛି। ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ମାଗଣାରେ ହିତାଧିକାରୀଙ୍କୁ ୩ ମାସ ପାଇଁ ଗ୍ୟାସ ସିଲିଣ୍ଡର ଯୋଗାଇବା ପାଇଁ ବ୍ୟବସ୍ଥା ହୋଇଛି। ନିଜ ଜୀବନକୁ ବାଜିରେ ଲଗାଇକରୋନା ଯୋଦ୍ଧା ଏଲପିଜି ଡେଲିଭରି ବୟ ଘର ଘର ବୁଲି ପ୍ରତିଦିନ ୬୦ ଲକ୍ଷ ଗ୍ୟାସ ଯୋଗାଉଥିବା ସେ ମତବ୍ୟକ୍ତ କରିଛନ୍ତି। ସେହିପରି ଗରିବ, ଦିବ୍ୟାଙ୍ଗ, ବିଧବା ଓ ବାର୍ଧକ୍ୟ ଭତାଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ୧ ହଜାର ଟଙ୍କା,କୃଷକ ସମ୍ମାନ ନିଧିରେ ଚାଷୀଙ୍କୁ ୨ ହଜାର ଟଙ୍କା, ଜନଧନ ଆକାଣ୍ଟ ଥିବା ମହିଳାଙ୍କୁ ମାସିକ ୫୦୦ ଟଙ୍କା ସହାୟତା ଯୋଗାଇ ଦିଆଯାଉଛି। ମନରେଗାରେ ମଜୁରୀକୁ ମଜୁରୀ ବୃଦ୍ଧି କରାଯାଇଛି, ଜିଲା  ଖଣିଜ ପାଣ୍ଠିରୁ କରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାକୁ ପ୍ରଧାନମନ୍ତ୍ରୀ ମୋଦି ଘୋଷଣା କରିଛନ୍ତି।

ଏସ୍‍ଡିଆର୍‍ଏଫ୍‍ ପାଣ୍ଠିରୁ କରୋନା ମୁକାବିଲା ପାଇଁ ବିଶେଷ ଭାବରେ ରାଜ୍ୟ ସରକାରଙ୍କୁ ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ବିଶ୍ୱରେ କରୋନା ମହାମାରୀ ଦ୍ୱାରା ତୈଳ ବଜାର ଉପରେ ପଡିଥିବା ପ୍ରଭାବ ଏବଂ ତୈଳ ଯୋଗାଣ ନେଇ ଦେଶରେ ଥିବା ସମ୍ଭାବନା ଓ କୋରାନା ମହାମାରୀ ସହ ଜଡିତ ଅନେକ ପ୍ରଶ୍ନର ଉତ୍ତର ରଖିଥିଲେ।

Khansweb Solution Bhubaneswar

Leave A Reply

Your email address will not be published.