banner
Breaking

କରୋନା ପୀଡ଼ିତଙ୍କୁ ‘ଫର୍ ୟୁ’ ଟ୍ରଷ୍ଟ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ ।

0

ଭୁବନେଶ୍ୱର, ୪/୫(ଓଡ଼ିଆ ନ୍ୟୁଜ) : ରାଜଧାନୀ ଭୁବନେଶ୍ୱରରେ କରୋନା ମହାମାରୀ ପୂର୍ବାପେକ୍ଷା ଅଧିକ ଆୟତ୍ତକୁ ଆସିଯାଇଥିଲେ ମଧ୍ୟ ଲକ୍ ଡାଉନ ଆଗଭଳି ବଳବତ୍ତର ରହିଛି ଏବଂ ନିମ୍ନ ମଧ୍ୟବିତ୍ତ ଶ୍ରେଣୀଙ୍କ ଅବସ୍ଥା ଦିନକୁ ଦିନ ଦୟନୀୟ ହେବାରେ ଲାଗିଛି । ଯେଉଁମାନଙ୍କ ପାଖରେ ରାସନ କାର୍ଡ ନାହିଁ କିମ୍ବା କୌଣସି ସରକାରୀ ସହାୟତା ପାଇବା ପାଇଁ ବ୍ୟବସ୍ଥା ନାହିଁ ଅଥଚ ସେମାନେ ଦୈନନ୍ଦିନ ପାରିଶ୍ରମିକ ଉପରେ ନିର୍ଭର କରିଥାନ୍ତି ସେମାନଙ୍କୁ କରୋନା ମହାମାରୀ କରୁଣ ଅବସ୍ଥାକୁ ନେଇ ଆସିଛି । ଏଭଳି ସ୍ଥିତିରେ ଥିବା ପରିବାରମାନଙ୍କୁ ଠାବ କରି ସହାୟତାର ହାତ ବଢ଼ାଇଛି ‘ଫର୍ ୟୁ’ ଟ୍ରଷ୍ଟ ।

ଗତକାଲି ଧିରୀକୁଟି ବସ୍ତିରେ ଏମିତି ଦୟନୀୟ ଅବସ୍ଥାରେ ଥିବା ଚାରିଶହ ଲୋକଙ୍କ ପାଇଁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା ବେଳେ ଆଜି ତାରିଣୀ ବସ୍ତିରେ ପାଞ୍ଚ ଶହ ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି । ଏହି ପୁଣ୍ୟ କାର୍ଯ୍ୟରେ ଟ୍ରଷ୍ଟ ମୁଖ୍ୟ ସତ୍ୟ ଦାସଙ୍କୁ ସହଯୋଗ କରିଥିଲେ ବିକାଶ ମହାରଣା, ପବିତ୍ର କୁମାର, ସୀମା ପାଢ଼ୀ, ପ୍ରିୟଦର୍ଶୀନୀ ସ୍ବାଇଁ ପ୍ରମୁଖ ।

Khansweb Solution Bhubaneswar

Leave A Reply

Your email address will not be published.