ମେୟର ନିର୍ବାଚନ ନେଇ ଜବାବ ତଲବ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଦିଲ୍ଲୀର ଉପରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ନୋଟିସ ଜାରି କରଛନ୍ତି। ନୋଟିସରେ ମେୟର ନିର୍ବାଚନ ସମ୍ପର୍କରେ ଜବାବ ତଲବ କରାଯାଇଛି। ଆମ ଆଦମୀ ପାର୍ଟିର ମେୟର ପ୍ରାର୍ଥୀ ଶୈଲି ଓବରୋଇଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଆବେଦନର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଏହି ସୂଚନା ଦେଇଛନ୍ତି ଯେଉଁଥିରେ ଆମ ଆଦମୀ ପାର୍ଟି ଉପରାଜ୍ୟପାଳଙ୍କ ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଛି। ଯେଉଁଥିରେ ଉପରାଜ୍ୟପାଳ ମନୋନୀତ ସଦସ୍ୟମାନଙ୍କୁ ମେୟର ଏବଂ ଡେପୁଟି ମେୟର ନିର୍ବାଚନ ପାଇଁ ଭୋଟ ଦେବାର ଅଧିକାର ପ୍ରଦାନ କରିଥିଲେ।