ନକଲି ପୋଲିସ ଗିରଫ
ଭୁବନେଶ୍ୱର :କମିଶନରେଟ ପୋଲିସ ଏକ ୯ ଜଣିଆ ନକଲି ପୋଲିସ ଗ୍ୟାଙ୍ଗକୁ ଧରିଛି। ତେଲ ଟ୍ୟାଙ୍କର ସହ ଡ୍ରାଇଭର ଓ ହେଲ୍ପରଙ୍କୁ ଅପହରଣ କରି ନିସ୍ତୁକ ମାଡ଼ ମାରିବା ଏବଂ ମୁଣ୍ଡ ଜାମିନ ରଖି ମାଲିକଙ୍କଠାରୁ ୪ ଲକ୍ଷ ଟଙ୍କା ନେବା ମାମଲାରେ ଗିରଫ ହୋଇଛନ୍ତି। ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ବେଗୁନିଆ ଥାନା ଅଞ୍ଚଳର ସତ୍ୟପ୍ରିୟ ପଟ୍ଟନାୟକ (୪୫), ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳର ଦୀପକ ଜାଲି (୩୨), ବଡ଼ଗଡ଼ ଥାନା ବ୍ରିଟ କଲୋନିର ସ୍ବାଗତ ପଟ୍ଟନାୟକ (୨୨), ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଞ୍ଚଳର ସୁଶାନ୍ତ ଦାସ (୫୦), କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଞ୍ଚଳର ପ୍ରିୟରଞ୍ଜନ ସ୍ବାଇଁ (୨୮), ଜଗତ୍ସିଂହପୁର ଜିଲା ସଦର ଥାନା ଅଞ୍ଚଳର ଏସ୍.ବି. ଅମ୍ରିତ କୁମାର (୨୮) ଓ ମଞ୍ଚେଶ୍ୱର ଥାନା ଚକେଇସିଆଣିର ଅଶୋକ ନାୟକ (୨୬)। ଅନ୍ୟ ୨ଜଣ ନାବାଳକ ଅଛନ୍ତି। ବୁଧବାର ୭ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବାବେଳେ ନାବାଳକଦ୍ୱୟଙ୍କୁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ପୋଲିସ ହାଜର କରିଛି। ଏହି ଗ୍ୟାଙ୍ଗଠାରୁ ଲୁଟ୍ ଟ୍ୟାଙ୍କର ସମେତ ୩ଟି କାର୍, ଗୋଟିଏ ଖେଳନା ବନ୍ଧୁକ, ଗୋଟିଏ ପୋଲିସ ଫ୍ଲିକର ଲାଇଟ୍, ୧୦ ହଜାର ଟଙ୍କା ଓ ୮ଟି ମୋବାଇଲ ଜବତ କରାଯାଇଛି। ଏଥିସହ ୪ ଲକ୍ଷ ଟଙ୍କା ଯାଇଥିବା ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଫ୍ରିଜ୍ କରିଛି।
ସୂଚନା ଅନୁଯାୟୀ, ଅଭିଯୋଗକାରୀ ଶଶିଭୂଷଣ ପାତ୍ରଙ୍କର କୋରାପୁଟ ଜିଲା ପାଡ଼ୁଆଠାରେ ପାତ୍ର ଫିଲିଂ ଷ୍ଟେଶନ ରହିଛି। ସେ ଟ୍ୟାଙ୍କର ଦ୍ୱାରା ପାରାଦୀପରୁ ପାଡ଼ୁଆକୁ ତେଲ ଆଣନ୍ତି। ଗତ ବୁଧବାର ଶଶିଭୂଷଣଙ୍କ ଡ୍ରାଇଭର ମହେଶ ଯାଦବ ଓ ହେଲ୍ପର ମିଥୁନ ଯାଦବ ତେଲ ଆଣିବା ପାଇଁ ପାଡ଼ୁଆରୁ ଉକ୍ତ ଟ୍ୟାଙ୍କର ନେଇ ପାରାଦୀପ ଅଭିମୁଖେ ବାହାରିଥିଲେ। ଜଟଣୀ ଗଙ୍ଗପଡ଼ା ନିକଟରେ ଅଭିଯୁକ୍ତମାନେ ବନ୍ଧୁକ ଦେଖାଇ ନିଜକୁ ପୋଲିସ କହି ଉକ୍ତ ଟ୍ୟାଙ୍କରକୁ ଅଟକାଇଥିଲେ। ଏହାପରେ ସେମାନେ ଟ୍ୟାଙ୍କର ସହ ଡ୍ରାଇଭର ଓ ହେଲ୍ପରଙ୍କୁ ଏୟାରଫିଲ୍ଡ ଥାନା ଅନ୍ତର୍ଗତ କୁହା ଅଞ୍ଚଳସ୍ଥିତ ଏକ ଜଙ୍ଗଲକୁ ନେଇଯାଇଥିଲେ। ସେମାନେ ଡ୍ରାଇଭର ଓ ହେଲ୍ପରଙ୍କୁ ନିସ୍ତୁକ ମାଡ଼ ମାରି ମାଲିକଙ୍କୁ ୪ ଲକ୍ଷ ଟଙ୍କା ମାଗିଥିଲେ। ଏପରିକି ଗଞ୍ଜେଇ ଚାଲାଣ ହେଉଥିବା କହି ଟଙ୍କା ପଠାଅ ବୋଲି ଅଭିଯୁକ୍ତମାନେ କହିଥିଲେ। ଟଙ୍କା ନ ଦେଲେ ଉକ୍ତ ଟ୍ୟାଙ୍କର ସିଜ୍ କରାଯିବ ବୋଲି ଅଭିଯୁକ୍ତମାନେ କହିଥିଲେ। ଏହାପରେ ମାଲିକ ୨ ଲକ୍ଷ ଟଙ୍କା ଲେଖାଏଁ ଡ୍ରାଇଭର ଓ ହେଲ୍ପରଙ୍କ ଆକାଉଣ୍ଟକୁ ପଠାଇବା ପରେ ଅଭିଯୁକ୍ତମାନେ ଉକ୍ତ ଟଙ୍କାକୁ ନେଇଯାଇଥିଲେ। ଗୁରୁବାର କୌଣସିମତେ ଗୁରୁତର ହେଲ୍ପର ମିଥୁନ ସେଠାରୁ ଖସି ଭୟରେ ପୋଲିସକୁ ନ ଜଣାଇ ଚିକିତ୍ସା ପାଇଁ କଲିକତା ପଳାଇଯାଇଥିଲେ। ଏହାପରେ ଗୁରୁତର ଡ୍ରାଇଭର ସେଠାରୁ ଖସି ଆସି ସ୍ଥାନୀୟ ଲୋକଙ୍କ ସହଯୋଗରେ ଥାନାରେ ପହଞ୍ଚିଥିଲେ। ପରେ ମାଲିକ ଶଶିଭୂଷଣ ଥାନାରେ ପହଞ୍ଚି ଏ ସଂକ୍ରାନ୍ତରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା (ନଂ.୧୦୩/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପରେ ମଙ୍ଗଳବାର ବିଭିନ୍ନ ସ୍ଥାନରୁ ଅଭିଯୁକ୍ତଙ୍କୁ ପୋଲିସ କାବୁ କରିଥିଲା।

**mitolyn**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.