banner
Breaking

ସିରିଜ କବଜା କଲା ଭାରତ

1

କୋଲକାତା : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆକୁ ଜିତିବା ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ଦଳ ୨-୦ରେ ଆଗୁଆ ରହିଛି। ଗୁରୁବାର ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଦ୍ୱିତୀୟ ଦିନିକିଆରେ ବୋଲରଙ୍କ ସଫଳତା ସହ ଲୋକେଶ ରାହୁଲଙ୍କ ଲଢୁଆ ଅର୍ଦ୍ଧଶତକ ବଳରେ ଭାରତ ୪ ଉଇକେଟରେ ଏହି ମ୍ୟାଚ ଜିତିଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ବେଳେ ଗୋଟିଏ ପରିବର୍ତ୍ତନ ସହିତ ପଡିଆକୁ ଓହ୍ଲାଇଥିଲା ଭାରତ। ୟୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ କୁଲଦୀପ ଯାଦବ ଏହି ମ୍ୟାଚ ଖେଳିଥିଲେ। ଶ୍ରୀଲଙ୍କାର ଟପ୍‌ ୩ ବ୍ୟାଟରଙ୍କଠାରୁ ଭଲ ଅବଦାନ ମିଳିଥିଲ। ତେବେ ମିଡିଲ ଓଭରରେ କୁଲଦୀପ ଯାଦବ ଓ ଉମ୍ରାନ ମଲିକଙ୍କ ଘାତକ ବୋଲିଂ ବଳରେ ଶ୍ରୀଲଙ୍କା ମାତ୍ର ୨୧୫ ରନରେ ସୀମିତ ରହିଥିଲା। ଦିନିକିଆ ପଦାର୍ପଣ କରିଥିବା ନୁଓ୍ବାନିଡୁ ଫର୍ନାଣ୍ଡୋ ଟପ୍‌ ସ୍କୋରର ରହିବା ସହିତ ୫୦ ରନ୍‌ ସ୍କୋର କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ କୁଶଲ ମେଣ୍ଡିସ ୩୪ ଓ ଦୁନିଥ ଓ୍ବେଲାଲାଗେ ୩୨ ରନ୍‌ର ଇନିଂସ ଖେଳିଥିଲେ। ଏକଦା ୧ ଉଇକେଟରେ ୧୦୨ ରନ୍‌ କରିଥିବା ବେଳେ ଶ୍ରୀଲଙ୍କା ପରବର୍ତ୍ତୀ ୫୧ ରନରେ ୭ ଉଇକେଟ ହରାଇଥିଲା। ୧୫୨ ରନରେ ୭ ଉଇକେଟର ପତନ ଘଟିଥିଲେ ମଧ୍ୟ ଓ୍ବାନିନ୍ଦୁ ହସରଙ୍ଗା ୨୧, ଦୁନିଥ ଓ୍ବେଲାଲାଗେ ୩୨, କସୁନ୍‌ ରଜିଥା ୧୭ ଓ ଚାମିକା କରୁଣାରତ୍ନେଙ୍କ ୧୭ ରନ୍‌ ବଳରେ ଭ୍ରମଣକାରୀ ଦଳ ୨୧୫ ରନରେ ପହଞ୍ଚିଥିଲା। ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ କୁଲଦୀପ୍‌ ଯାଦବ ୩ଟି ଲେଖାଏ ଉଇକେଟ ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉମ୍ରାନ୍‌ ମଲିକ ୨ ଓ ଅକ୍ଷର ପଟେଲ ଗୋଟିଏ ଉଇକେଟ ନେଇଥିଲେ। ଅନ୍ୟପଟେ ଲୋକେଶ ରାହୁଲ ଅପରାଜିତ ଧୈର୍ଯ୍ୟପୂର୍ଣ୍ଣ ୬୪ ରନ୍‌ କରିବା ସହିତ ଭାରତକୁ ବିଜୟୀ କରିଥିଲେ। ଦୁଇ ଓପନର ରୋହିତ ଶର୍ମା(୧୭) ଓ ଶୁବମାନ ଗିଲ୍‌(୨୧) ଭାରତକୁ ଏକ ଦ୍ରୁତ ଆରମ୍ଭ ପ୍ରଦାନ କରିଥିଲେ। ୪୧ ରନ୍‌ ମଧ୍ୟରେ ଉଭୟ ଓପନର ପ୍ୟାଭିଲିୟନ୍‌ ଫେରିଥିବା ବେଳେ ଗତ ମ୍ୟାଚର ଶତକ ହାସଲକାରୀ ବିରାଟ କୋହଲି(୪) ମଧ୍ୟ ବିଫଳ ହୋଇଥିଲେ। ଶ୍ରେୟସ ଆୟାର (୨୮) ପୁଣି ଏକ ଭଲ ଆରମ୍ଭ ପାଇଥିଲେ ହେଁ ଏହାକୁ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ। ୮୬ ରନରେ ୪ ଉଇକେଟ ହରାଇ ଭାରତ ସଙ୍କଟରେ ପଡିଥିବା ବେଳେ ଅସୀମ ଧୈର୍ଯ୍ୟର ପରିଚୟ ଦେଇଥିଲେ ଲୋକେଶ ରାହୁଲ। ଅପରାଜିତ ୬୪ ରନର ଇନିଂସ ଖେଳିବା ସହିତ ସେ ଭାରତକୁ ବିଜୟୀ କରିଥିଲେ। ୧୦୩ ବଲର ଏହି ଇନିଂସରେ ୬ ଚୌକା ସାମିଲ ଥିଲା। ଶ୍ରୀଲଙ୍କା ପକ୍ଷରୁ ଚାମିକା କରୁଣାରତ୍ନେ ଓ ଲାହିରୁ କୁମାରା ୨ଟି ଲେଖାଏ ଉଇକେଟ ନେଇଥିଲେ। ଭାରତ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜକୁ ଆଗୁଆ ଜିତି ନେଇଥିବା ବେଳେ ଅନ୍ତିମ ମ୍ୟାଚଟି ବର୍ତ୍ତମାନ ଏହାର ଗୁରୁତ୍ୱ ହରାଇଛି। କୁଲଦୀପ ଯାଦବଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଛି।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.