banner
Breaking

ଏନଟିଏର ନାମ ଲେଖା ପାଇଁ ନୂଆ ଗାଇଡଲାଇନ

0

ଭୁବନେଶ୍ୱର : ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଏନ୍‌ଆଇଟି, ଆଇଆଇଆଇଟି ଏବଂ ସିଏଫ୍‌ଟିଆଇରେ ନାମଲେଖା ପାଇଁ ନୂଆ ଗାଇଡ୍‌ଲାଇନ ଆଣିଛି। ନୂଆ ନିୟମାନୁସାରେ, ଦ୍ବାଦଶ ପରୀକ୍ଷାରେ ୭୫ ପ୍ରତିଶତ ନମ୍ବର ରଖିଥିଲେ ନାମଲେଖା ପାଇଁ ଅନୁମତି ମିଳିବ। ଏହାଛଡ଼ା ଦ୍ବାଦଶ ପରୀକ୍ଷାରେ ଟପ୍‌ ୨୦ରେ ରହିଥିବା ଛାତ୍ରୀଛାତ୍ର ମଧ୍ୟ ନାମ ଲେଖାଇପାରିବେ। ଏନ୍‌ଆଇଟି, ଆଇଆଇଆଇଟି ଏବଂ ସିଏଫ୍‌ଟିଆଇରେ ନାମଲେଖା ମାନଦଣ୍ଡରେ ପରିବର୍ତ୍ତନ ଲାଗି ଦୀର୍ଘଦିନ ଧରି ଦାବି ହେଉଥିବାବେଳେ ଏନ୍‌ଟିଏ ଏଥିରେ ସଂଶୋଧନ କରିଛି। ଜେଇଇ ମେନ୍‌ ର଼୍ୟାଙ୍କ ଆଧାରରେ ନାମ ଲେଖାଉଥିବା ଛାତ୍ରୀଛାତ୍ରଙ୍କ ପାଇଁ ଏହି ଯୋଗ୍ୟତା ଭିତ୍ତିକ ସର୍ତ୍ତ ରଖାଯାଇଛି। ସାଧାରଣ ବର୍ଗର ଛାତ୍ରୀଛାତ୍ରଙ୍କ ପାଇଁ ଦ୍ବାଦଶ ପରୀକ୍ଷାରେ ୭୫ ପ୍ରତିଶତ ନମ୍ବର ରଖିବା ବାଧ୍ୟତାମୂଳକ ହୋଇଥିବାବେଳେ ଅନୁସୂଚିତ ଜାତି/ଜନଜାତି ପିଲାଙ୍କ ପାଇଁ ଏହା ୬୫ ପ୍ରତିଶତ ରହିଛି। ଯଦି କୌଣସି ଛାତ୍ରୀଛାତ୍ର ଜେଇଇ(ମେନ୍‌)-୨୦୨୩ ସେସନ-୧ ପାଇଁ ଆବେଦନବେଳେ ଅସୁବିଧାର ସମ୍ମୁଖୀନ ହୁଅନ୍ତି, ତେବେ ସେମାନେ ଫୋନ୍‌ ନଂ.୦୧୧-୪୦୭୫୯୦୦୦/୦୧୧-୬୯୨୨୭୭୦୦ କିମ୍ବା jeemain@nta.ac.in ଇମେଲ ଆଇଡି ଜରିଆରେ ଯୋଗାଯୋଗ କରିପାରିବେ ବୋଲି ଏନ୍‌ଟିଏ କହିଛି।

Khansweb Solution Bhubaneswar

Leave A Reply

Your email address will not be published.