banner
Breaking

ପ୍ରଥମ ଏକଦିବସୀୟ ଜିତିଲା ଇଣ୍ଡିଆ

1

ଗୁଆହାଟୀ : ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ମଙ୍ଗଳବାର ଗୁଆହାଟିର ବାରସାପରା କ୍ରିକେଟ ଷ୍ଟାଡିୟମରେ ତିନିଟିକିଆ ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଭ୍ରମଣକାରୀ ଦଳ ଶ୍ରୀଲଙ୍କାକୁ ପରାଜିତ କରିଛି। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଶ୍ରୀଲଙ୍କା ଶେଷରେ ପରାଜୟ ସ୍ବୀକାର କରିଛି। ପ୍ରଥମ ମ୍ୟାଚରେ ଟିମ୍‌ ଇଣ୍ଡିଆ ଯାତ୍ରା ଦମଦାର ବିଜୟରୁ ଆରମ୍ଭ ହୋଇଛି। ଲଢୁଆ ବ୍ୟାଟିଂ ସତ୍ତ୍ୱେ ଶ୍ରୀଲଙ୍କା ହାରିଛି।

ଶ୍ରୀଲଙ୍କା ଅଧିନାୟକ ଦାସୁନ ଶାନାକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଟିମ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ ପ୍ରଥମେ ବ୍ୟାଟିଂ କରିଥିଲା। ଭାରତ ଧାର୍ଯ୍ୟ ୫୦ ଓଭରରେ ୭ ଓ୍ବିକେଟ ହରାଇ ୩୭୩ ରନର ବିଶାଳ ସ୍କୋର କରିଥିଲା। ଫଳରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୩୭୪ ରନ ରହିଥିଲା। ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ୫୦ ଓଭରରେ ଶ୍ରୀଲଙ୍କା ୮ ଓ୍ବିକେଟ ହରାଇ ୩୦୬ ରନ କରିଥିଲା।

ଭାରତ ପକ୍ଷରୁ ରୋହିତ ଶର୍ମା ଏବଂ ଶୁଭମାନ ଗିଲ ଓପନିଂ କରି ଦମଦାର ବ୍ୟାଟିଂ କରିଥିଲେ। ରୋହିତ ୬୭ ବଲରେ ୮୩ ରନ କରିଥିବାବେଳେ ଶୁଭମାନ ୬୦ ବଲରେ ୭୦ ରନ କରିଥିଲେ। ସେହିପରି ବିରାଟ କୋହଲି ୮୭ ବଲରେ ୧୧୩ ରନ, ଶ୍ରେୟଶ ଆୟର ୨୪ ବଲରେ ୨୮ ରନ କରିଥିଲେ। କେଏଲ ରାହୁଲ ୨୯ ବଲରେ ୩୯ ରନ ସଂଗ୍ରହ କରିଥିବାବେଳେ ହାର୍ଦ୍ଦିକ ପାଣ୍ଡ୍ୟା ୧୨ ବଲରେ ୧୪ ରନ କରିଥିଲେ।

ଶ୍ରୀଲଙ୍କା ପକ୍ଷରୁ ପାଥୁମ ନିଶାଙ୍କା ୮୦ ବଳରେ ୭୨ ରନ କରିଥିବାବେଳେ ଧନଞ୍ଜୟ ଡି ସିଲଭା ୪୦ ବଲରେ ୪୭ ରନ କରିଥିଲେ। ଦାସୁନ ଶାନାକା ଅପରାଜିତ ରହି ୮୮ ବଲରେ ୧୦୮ ରନ କରିଥିଲେ।

Khansweb Solution Bhubaneswar
1 Comment
  1. mitolyn says

    **mitolyn**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.