banner
Breaking

ଜାନୁଆରୀ ୧୫ରୁ ନମ୍ବର ପ୍ଲେଟ୍ ଯାଞ୍ଚ

0

ଭୁବନେଶ୍ୱର : ଗାଡ଼ିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ(ଏଚ୍‌ଏସ୍‌ଆର୍‌ପି) ନ ଥିଲେ ଚାଲାଣ କଟିବ । ଜାନୁଆରୀ ୧୫ ତାରିଖରୁ ଏହି ନିୟମ କଡ଼ାକଡ଼ି କରାଯିବ। ତେବେ ୫ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଚାଲାଣ କଟାଯିବ ବୋଲି ଅତିରିକ୍ତ ପରିବହନ କମିଶନର (ଏନ୍‌ଫୋର୍ସମେଣ୍ଟ) ଲାଲ ମୋହନ ସେଠୀ ଏକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ୧/୪/୧୯ ପୂର୍ବରୁ ପଞ୍ଜୀକୃତ ହୋଇଥିବା ଗାଡ଼ିଗୁଡ଼ିକ(ଶେଷ ନମ୍ବର ୧,୨,୩,୪,୫ ଓ ୬ରେ ଶେଷ ହୋଇଥିବା)ରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲାଗି ନ ଥିଲେ ଆସନ୍ତା ୧୫ ତାରିଖରୁ ଚାଲାଣ କଟାଯିବ। କାରଣ ଏସବୁ ନମ୍ବର ପାଇଁ ଏଚ୍‌ଏସ୍‌ଆର୍‌ପି ଲଗାଇବାର ଧାର୍ଯ୍ୟ ସମୟ ଶେଷ ହୋଇଯାଇଛି। ୨୦୨୨ ଡିସେମ୍ବର ୩୧ ସୁଦ୍ଧା ଏହି ସବୁ ନମ୍ବର ଥିବା ଗାଡ଼ିରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାକୁ କୁହାଯାଇଥିଲା।

ସେହିଭଳି ଓଡ଼ିଶା ରେଜିଷ୍ଟ୍ରେସନ ମାର୍କ ଓ ରେଜିଷ୍ଟ୍ରେସନ ନମ୍ବର ୭ ଏବଂ ୮ ସହିତ ଶେଷ ହେଉଥିବା ଗାଡ଼ି ଗୁଡ଼ିକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାର ଶେଷ ତାରିଖ ଜାନୁଆରୀ ୩୧। ୯ ଓ ୦ ସହିତ ଶେଷ ହେଉଥିବା ଗାଡ଼ି ଗୁଡିକରେ ହାଇସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ ଲଗାଇବାର ଶେଷ ତାରିଖ ଫେବୃୟାରୀ ୨୮। ଏହି ଧାର୍ଯ୍ୟ ସମୟ ଶେଷ ହେଲେ ଏହି ସବୁ ଗାଡ଼ି ଗୁଡ଼ିକର ମଧ୍ୟ ଏଚ୍‌ଏସ୍‌ଆର୍‌ପି ଯାଞ୍ଚ କରାଯିବ ବୋଲି ସେ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.