ଭୁବନେଶ୍ୱର,୧।୧୧(ବ୍ୟୁରୋ) : ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ଉପରେ କଂଗ୍ରେସ ଜୋର୍ଦାର ବର୍ଷିଛି। ଏହି ଘଟଣାକୁ ନେଇ ଭାଜପା ବାରମ୍ବାର ଆନ୍ଦୋଳନ କରୁଥିବା ବେଳେ ବିଳମ୍ବରେ ହେଲେ ମଧ୍ୟ କଂଗ୍ରେସ ରାସ୍ତାକୁ ଓହ୍ଲାଇଛି। ଏହି ଘଟଣାର ସିବିଆଇ ତଦନ୍ତ ଦାବି ମଧ୍ୟ କରିଛି। ଖୋଦ୍ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ଘଟଣାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରାଯାଉଛି ବୋଲି କହିଛନ୍ତି। ନିରଞ୍ଜନଙ୍କ ଅଧ୍ୟକ୍ଷତାରେ ଗୁରୁବାର ସ୍ମିତାରାଣୀଙ୍କ ମୃତ୍ୟୁ ରହସ୍ୟର ସିବିଆଇ ତଦନ୍ତ ଦାବିରେ ରାଜଭବନ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା କରାଯାଇଥିଲା। ଏହି ଅବସରରେ ନିରଞ୍ଜନ କହିଛନ୍ତି, ଘଟଣାରେ ସମ୍ପୃକ୍ତ ସମସ୍ତ ଦୋଷୀ ଶାସକ ଦଳ ସଦସ୍ୟ। ସେଥିଲାଗି ଅଭିଯୁକ୍ତକୁ ବଞ୍ଚାଇବାକୁ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟା ରୂପ ଦେବାର ଚେଷ୍ଟା କରାଯାଉଛି। ଘଟଣାର ଉଚିତ ତଦନ୍ତ ହେବା ଦରକାର। ଯଦି ସ୍ମିତାରାଣୀଙ୍କୁ ଆତ୍ମହତ୍ୟା କରିବାର ଥିଲା ତେବେ ସେ ଗେଷ୍ଟହାଉସକୁ କାହିଁକି ଗଲେ। ତାଙ୍କୁ ଗେଷ୍ଟ ହାଉସ ଡକାଯାଇ କିଛି ଅଘଟଣ ଜାଣିଶୁଣି କରାଯାଇଛି। ଯଦି ସେଠାରେ ସେ ଆତ୍ମହତ୍ୟା କଲେ ତେବେ ସଙ୍ଗେସଙ୍ଗେ ପୋଲିସକୁ ଟେଲିଫୋନ କରିବାର ଥିଲା। ସେମିତି ନ କରି ପୋଲିସ ଆସିବା ଆଗରୁ କାହିଁକି ହସ୍ପିଟାଲ ନିଆଗଲା ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି। ଏହି ଘଟଣାରେ ନିରଞ୍ଜନଙ୍କ ଅଧ୍ୟକ୍ଷତାରେ ପିସିସିର ଏକ କମିଟି ପୀଡିତାଙ୍କ ପରିବାର ପାଇଁ ନ୍ୟାୟ ଦାବିରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଛନ୍ତି। ସୂଚନାଯୋଗ୍ୟ ଯେ, ଗତ ୨୩ ତାରିଖରେ ପିସିସି ପକ୍ଷରୁ ଏକ ତଥ୍ୟ ଅନୁଧ୍ୟାନ କମିଟି ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ୍ଙ୍କ ଅଧ୍ୟକ୍ଷତାରେ ଘଟଣାସ୍ଥଳ ପରିଦର୍ଶନ କରିଥିଲେ। ସେଠାର ସ୍ଥାନୀୟ ଜିଲା ଆରକ୍ଷୀ ଅଧୀକ୍ଷକ ଓ ପରିବାରବର୍ଗଙ୍କୁ ସାକ୍ଷାତ କରି ନିରପେକ୍ଷ ତଦନ୍ତ ସହ ପରିବାରବର୍ଗଙ୍କୁ ସମ୍ପୂର୍ଣ୍ଣ ସୁରକ୍ଷା ଯୋଗାଇ ଦେବା ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିଲା। ଯଦି ଘଟଣାର ନିରପେକ୍ଷ ତଦନ୍ତ କରିବାରେ ବିଳମ୍ବ ହୁଏ ତେବେ ରାଜ୍ୟରେ କଂଗ୍ରେସ ଆନ୍ଦୋଳନାତ୍ମକ ପଦକ୍ଷେପ ଗ୍ରହଣ କରିବ ବୋଲି ନିରଞ୍ଜନ କହିଛନ୍ତି।
Breaking
ଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି
