ଚାଷୀଙ୍କ ଜୀବିକା ବୃଦ୍ଧି ପାଇଁ ଓଡ଼ିଶାରେ ଉନ୍ନତି କଫି ପଦକ୍ଷେପ ଆରମ୍ଭ ହୋଇଛି
ଭୁବନେଶ୍ୱର : ସ୍ଥାନୀୟ କୃଷକମାନଙ୍କୁ ସହାୟତା କରିବା ପାଇଁ ଏକ ପ୍ରମୁଖ ପ୍ରୟାସ ଅନ୍ତର୍ଗତ ଇଂଟିଗ୍ରେଟେଡ ସାମାଜିକ କଲ୍ୟାଣ ଏବଂ ଅନୁସନ୍ଧାନ କେନ୍ଦ୍ର (ଆଇଏସଡବ୍ଲୁଏଆର) ଓଡିଶାର କୋରାପୁଟ ଜିଲ୍ଲାରେ ପ୍ରୋଜେକ୍ଟ ଉନ୍ନତି କଫି ଆରମ୍ଭ କରିବାକୁ ସହଭାଗୀ ହୋଇଛି । ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଦ୍ୱାରା ଉଦଘାଟିତ ଏହି ପଦକ୍ଷେପ, ସ୍ଥାୟୀ ଅଭ୍ୟାସ ମାଧ୍ୟମରେ କଫି ଉତ୍ପାଦନ ଏବଂ ଲାଭ ବୃଦ୍ଧି କରି ଓଡିଶାର କୃଷକଙ୍କ ଜୀବନରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି ।
ସରକାରଙ୍କ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ସହିତ ସମନ୍ୱିତ ଏହି ପ୍ରକଳ୍ପ, ବିଶେଷ କରି ଆଦିବାସୀ ସମ୍ପ୍ରଦାୟ ମଧ୍ୟରେ ଏହି ଅଂଚଳର କଫିି ବୃଦ୍ଧି ସମ୍ଭାବନାକୁ ବିକଶିତ କରିବ ।
ଫୋକସର ପ୍ରମୁଖ କ୍ଷେତ୍ର, କର୍ଣ୍ଣାଟକର କୋଡାଗୁ ଜିଲ୍ଲାରେ ପୂର୍ବରୁ ନିର୍ମିତ ସଫଳ ଭିତିିଭୂମି ଉପରେ କଫି ଉତ୍ପାଦନ ଏବଂ ଗୁଣବତା ବୃଦ୍ଧି, କୃଷକ ଉତ୍ପାଦକ ସଂଗଠନ (ଏପପିଓ)ରେ ସଦସ୍ୟତା ବୃଦ୍ଧି ଏବଂ କୃଷକଙ୍କ ଜୀବିକା ନିର୍ବାହ ପାଇଁ ବ୍ୟାପକ ତାଲିମ ଏବଂ ଉତ୍ସ ଯୋଗାଇବା ଅନ୍ତର୍ଭୁକ୍ତ ।
ଆଇଏସଡବ୍ଲୁଏଆର ବ୍ୟାପକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବ ଯାହା ଆଧୁନିକ କୃଷି କୌଶଳ ଏବଂ ସ୍ଥାୟୀ ଅଭ୍ୟାସକୁ ଗୁରୁତ୍ୱ ଦେଇଥାଏ । ଏହି ପଦକ୍ଷେପ କୃଷକମାନଙ୍କୁ ସେମାନଙ୍କର କଫି ଉତ୍ପାଦନରେ ଉନ୍ନତି ଆଣିବା ପାଇଁ ଅତ୍ୟାବଶ୍ୟକ କୌଶଳ ସହିତ ରୁଦ୍ଧିମନ୍ତ କରିବ । ପରିଶେଷରେ ବର୍ଦ୍ଧିତ ଆୟ ସୁଯୋଗ ସୃଷ୍ଟି କରିବ ।
ଏହି ଅବସରରେ ଓଡିଶାର ଉପମୁଖ୍ୟମନ୍ତ୍ରୀ ତଥା କୃଷି ଏବଂ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ କହିଛନ୍ତି ଯେ, ଆମର କଫି ଚାଷୀଙ୍କୁ ସହାୟତା କରିବା ତଥା ରାଜ୍ୟରେ ନିରନ୍ତର କୃଷି ବିକାଶ ପାଇଁ ଓଡିଶା ସରକାର ଗଭୀର ପ୍ରତିବଦ୍ଧ । ଏହି ଯାତ୍ରାରେ ଆମେ ବେସରକାରୀ କମ୍ପାନୀର ଅଂଶଗ୍ରହଣକୁ ସ୍ୱାଗତ କରୁଛୁ । ବିଶେଷ କରି କୋରାପୁଟ ଭଳି ଜିଲ୍ଲାମାନଙ୍କରେ କଫି ଚାଷ ବୃଦ୍ଧିରେ ଉନ୍ନତି କଫି ଭଳି ପ୍ରକଳ୍ପ ଗୁରୁତ୍ୱପୂର୍ଣ୍ଣ । ଏହି ପଦକ୍ଷେପ ଓଡିଶା ସରକାରଙ୍କ ଚାଲୁଥିବା ପଦକ୍ଷେପ ସହିତ ସୁସଙ୍ଗତ ଜୀବିକା ନିର୍ବାହ ଯୋଜନା ଏବଂ କୋରାପୁଟ କଫି ବ୍ରାଣ୍ଡର ପ୍ରୋତ୍ସାହନ ଭଳି ଓଡିଶାର ଅନନ୍ୟ କଫିକୁ ଏକ ବୃହତ ବଜାରକୁ ଆଣିବା ସହ ଆମ ସମ୍ପ୍ରଦାୟର ସମୃଦ୍ଧ ଭବିଷ୍ୟତ ସୁନିଶ୍ଚିତ କରିବା ଭଳି ପଦକ୍ଷେପ ଗ୍ରହଣ କରିଛି ।
ଏହି ଅବସରରେ ଆଇଏସଡବ୍ଲୁଏଆରର ସିଇଓ ପୀୟୁଷ ରଂଜନ ମିଶ୍ର କହିଲେ, ଏହି ସହଯୋଗ ମାଧ୍ୟମରେ ଆମେ କୋରାପୁଟରେ ଆଦିବାସୀ ସମ୍ପ୍ରଦାୟକୁ ସେମାନଙ୍କର କଫି ବୃଦ୍ଧି ସମ୍ଭାବନାକୁ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛୁ । ଉତ୍ପାଦନ ଏବଂ ଗୁଣବତା ବୃଦ୍ଧି, କୃଷକ ଉତ୍ପାଦକ ସଂଗଠନକୁ ବିସ୍ତାର କରିବା ଏବଂ ବଜାର ସଂଯୋଗ ସ୍ଥାପନ କରି ଆମେ ଏକ ସ୍ଥାୟୀ ମଡେଲ ସୃଷ୍ଟି କରିପାରିବା ଯାହା କୃଷକ ଏବଂ ସ୍ଥାନୀୟ ଅର୍ଥନୀତିକୁ ଲାଭ ଦେବ ।
ଉନ୍ନତି କଫି ପଦକ୍ଷେପ କୋକାକୋଲା ଭାରତର ନିରନ୍ତର କୃଷି ଏବଂ ସମ୍ପ୍ରଦାୟ ସଶକ୍ତିକରଣ ପାଇଁ ବ୍ୟାପକ ପ୍ରତିବଦ୍ଧତାର ଏକ ଅଂଶ, ଆତ୍ମନିର୍ଭରଶୀଳତା ଏବଂ ନିରନ୍ତର କୃଷି ଅଭ୍ୟାସ ପାଇଁ ଭାରତ ସରକାରଙ୍କ ଦୃଷ୍ଟିକୋଣ ସହିତ ସମାନ ।
ପ୍ରୋଜେକ୍ଟ ଉନ୍ନତି ପ୍ରୋଗ୍ରାମ ବିଷୟରେ:
ଏହି ପ୍ରକଳ୍ପ କୋକାକୋଲାର ଫଳ ସର୍କୁଲାର ଇକୋନୋମି ପଦକ୍ଷେପର ଏକ ଅଂଶ, ଯାହା କମ୍ପାନୀର ଇଏସଜି ପ୍ରାଥମିକତା ସ୍ଥାୟୀ କୃଷିର ଏକ ପ୍ରମୁଖ ସ୍ତମ୍ଭ ଅଟେ । ପ୍ରୋଜେକ୍ଟ ଉନ୍ନତି କୃଷି ଦକ୍ଷତା ବୃଦ୍ଧି, ଅଗ୍ରଗାମୀ ସଂଯୋଗକୁ ଦୃଢ଼ କରିବା ଏବଂ ଦେଶରେ ଖାଦ୍ୟ ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି କରି ଭାରତୀୟ କୃଷି-ଇକୋସିଷ୍ଟମକୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖିଛି । ଏକ ଦଶନ୍ଧିରୁ ଅଧିକ ସମୟ ମଧ୍ୟରେ, ପ୍ରୋଜେକ୍ଟ ଉନ୍ନତି ଭାରତର ୧୩ ଟି ରାଜ୍ୟ ଏବଂ ୟୁନିଅନ ଟେରିଟୋରୀର ୪ ଲକ୍ଷରୁ ଅଧିକ ଚାଷୀଙ୍କୁ ସକ୍ଷମ କରିବା ସହିତ ସଶକ୍ତିକରଣ କରିବାରେ ସାହାଯ୍ୟ କରିଛି । ସାତଟି ଫସଲ କିସମ ଆମ୍ବ, ଆପଲ, କମଳା, ଅଙ୍ଗୁର, ଲିଚି, କଫି, ଏବଂ ଆଖୁ ଉପରେ ଧ୍ୟାନ ଦେଇ ଏହି କାର୍ଯ୍ୟକ୍ରମଟି ଉଦ୍ୟାନ କୃଷି ଯୋଗାଣ ଶୃଙ୍ଖଳାକୁ ବୃଦ୍ଧି କରିବା ଏବଂ ଦେଶରେ କୃଷି ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ଉଦ୍ଦିଷ୍ଟ ।
ଆଇଏସଡବ୍ଲୁଏଆର ବିଷୟରେ:
ଗରିବ ପରିବାରର ଜୀବନର ଗୁଣାତ୍ମକ ମାନର ଉନ୍ନତି ପାଇଁ ଏହା କାର୍ଯ୍ୟ କରିଥାଏ । ଏହା ଜଳବାୟୁ କାର୍ଯ୍ୟ, କାର୍ବନ ଫୁଟପ୍ରିଂଟ ହ୍ରାସ, ପ୍ରାକୃତିକ ଉତ୍ସ ପରିଚାଳନା, ଜୀବିକା ପ୍ରୋତ୍ସାହନ, ମୂଲ୍ୟ ଶୃଙ୍ଖଳା ବିକାଶ, ସ୍ୱାସ୍ଥ୍ୟ, ଶିକ୍ଷା ଏବଂ ଲିଙ୍ଗଗତ ପ୍ରାର୍ଥକ୍ୟଠାରୁ ଆରମ୍ଭ କରି ଏକ ବ୍ୟାପକ ବିଷୟବସ୍ତୁ ବିସ୍ତାର ସହିତ ଜଡିତ ।

Valorcasiono? Is that even a word? LOL. Anyway, been playing there for a bit now. It’s alright, nothing spectacular, but nothing terrible either. Just a standard casino site. Check it out: valorcasiono
Downloaded the b29apk on my phone and I must say now I have access to all the games on the go! A must download for those on the move all the time! b29apk
I find dudoanxsmb to be a game changer. Payouts are quick and the interface is really easy to use. Give dudoanxsmb a shot and let me know how you like it