ଇତିହାସ ରଚିବାକୁ ଯାଉଛି ଚନ୍ଦ୍ରାୟାନ-୩
ନୂଆଦିଲ୍ଲୀ : ଇତିହାସ ରଚିବାକୁ ଯାଉଛି ଚନ୍ଦ୍ରାୟାନ-୩। ବୁଧବାର ଚନ୍ଦ୍ରାୟାନ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟର ଚନ୍ଦ୍ର କକ୍ଷପଥକୁ ପ୍ରବେଶକୁ ସଫଳତାର ସହ ସମାପ୍ତ କରିଛି। ଚନ୍ଦ୍ରାୟନ ଏବେ ଚନ୍ଦ୍ରର ଆହୁରି ନିକଟତର ହୋଇଛି।
ଇସ୍ରୋ ପକ୍ଷରୁ ଟ୍ବିଟ୍ କରି କୁହାଯାଇଛି ଯେ, ଚନ୍ଦ୍ରାୟାନର ଗତି ବଢାଇବା ପାଇଁ ବୁଧବାର ସଫଳ ଭାବେ ଫାୟାରିଂ କରାଯାଇଛି। ଏହି ଫାୟାରିଂ ଚନ୍ଦ୍ରୟାନକୁ ୧୫୩ କିଲୋମିଟର x ୧୬୩ କିଲୋମିଟରର ଉଦ୍ଦିଷ୍ଟ କକ୍ଷପଥରେ ରଖିଛି। ଏଥିସହ ଚନ୍ଦ୍ରାୟନ-୩ର କକ୍ଷ ପରିବର୍ତ୍ତନର ଅନ୍ତିମ ପ୍ରକ୍ରିୟାକୁ ସମାପ୍ତ କରିଛି।
ଜୁଲାଇ ୧୪,୨୦୨୩ରେ ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଉତ୍କ୍ଷେପଣ ହୋଇଥିବା ଚନ୍ଦ୍ରାୟନ-୩ କ୍ରମାଗତ ଭାବରେ ଚନ୍ଦ୍ରର ନିକଟତର ହେଉଛି। ଅଗଷ୍ଟ ୧୭ରେ ପ୍ରପୁଲସନ ଲ୍ୟାଣ୍ଡର ଯାନରୁ ଅଲଗା ହେବାପାଇଁ ପ୍ରସ୍ତୁତ ହେଉଛି। ଏହା ପରେ, ଅଗଷ୍ଟ ୨୩ରେ ଚନ୍ଦ୍ରୟାନ-୩ ଚନ୍ଦ୍ରପୃଷ୍ଠରେ ସଫଳ ଅବତରଣ କରିବ।

**mitolyn**
Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.