banner
Breaking

ତିନି ତଲାକ୍ ଉପରେ ପ୍ରଶ୍ନ ଉଠାଇଲେ ସାଧାରଣ। ବିଜୟ ସାହୁଙ୍କ ଆଲେଖ୍ୟ

0

ଗତକାଲି ରାଜ୍ୟସଭା ରେ ମୁସଲିମ ମହିଳା ( ବିବାହ ଓ ଅଧିକାର ) ବିଲ ରାଜ୍ୟ ସଭାରେ ଗୃହୀତ ହେବା ପରେ ଏବେ ଆଇନ ହେବ । କେବଳ ବାମପନ୍ଥୀଦଳ ଓ ଆପ କୁ ଛାଡିଲେ ଅନ୍ୟ ସବୁ ବଡ଼ ଦଳ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ଏହି ବିଲ ଗୃହୀତ ହେବାରେ ସହାୟତା କରିଛନ୍ତି । ବିଲ କୁ ବିରୋଧ କରୁଥିବା ବିଜେଡି, YSRC, ଭୋଟ ଦେଇଛି, କେସିଆର, ଜେଡିୟୁ, ଏଆଇଡିଏମକେ ଅନୁପସ୍ଥିତ ରହିଛନ୍ତି, କଂଗ୍ରେସ, ରାଷ୍ଟ୍ରୀୟ କଂଗ୍ରେସ, ସମାଜବାଦୀ ପାର୍ଟି, ବିଏସପି, ପିଡ଼ିପି ପ୍ରଭୃତି ଦଳର କିଛି କିଛି ଅନୁପସ୍ଥିତ କରିଛନ୍ତି । ଅର୍ଥାତ ସମସ୍ତେ ସହାୟତା କରିଛନ୍ତି ।
ବର୍ତ୍ତମାନ ଏହା ଉପରେ ଦେଶବ୍ୟାପୀ ବିତର୍କ ଚାଲିବ । ସମର୍ଥକ କହିବେ ଯାହାହେଉ ମୁସଲିମ ମହିଳାମାନେ ନ୍ୟାୟ ପାଇଲେ । ବିରୋଧୀ ମାନେ ନିଜ ପକ୍ଷ ରଖିବେ । ସବୁଠାରୁ ଭଲ ବିବୃତ୍ତି ଦେଇଛନ୍ତି ବିଜେଡି ଏମ ପି ପ୍ରସନ୍ନ ଆଚାର୍ଯ୍ୟ । ମହିଳା ସଶକ୍ତିକରଣ ପାଇଁ ବିଜେଡି ବିଲ କୁ ସମର୍ଥନ କଲା । ଏହାର ଅର୍ଥ ଦୁଇବର୍ଷ ହେଲା ବିରୋଧ କରୁଥିଲେ ମହିଳାଙ୍କୁ ଦୁର୍ବଳ କରିବାକୁ ।
ପ୍ରକୃତ କଥା ନିଜ ନିଜର ରାଜନୈତିକ ଫାଇଦା ପାଇଁ ବିଲକୁ ସମର୍ଥନ ବା ବିରୋଧ କରାଯାଇଛି ।
ମୁଁ ଆଇନ ର ଛାତ୍ର ନୁହେଁ ବା ଆଇନ ସମ୍ପର୍କରେ ବିଶେଷ ଜ୍ଞାନ ନାହିଁ । କିନ୍ତୁ ଯେତିକି ବିଭିନ୍ନ ତର୍କ ବିତର୍କ , ଲେଖା , ଆଲୋଚନା ଇତ୍ୟାଦି ରୁ ବୁଝିଛି ତାହା କୁ ନେଇ କିଛି ବିଚାର ରଖୁଛି ।
ସୁପ୍ରିମକୋର୍ଟ 2017 ଶାହାବାନୋ କେଶ ରେ ରାୟ ଦେଇ କହିଲେ ତିନି ତଲାକ ହେଇ ପାରିବ ନାହିଁ , ଏଣୁ ଏହାକୁ struck down କରି ସ୍ୱାମୀ ସ୍ତ୍ରୀ ସମ୍ପର୍କକୁ ବଜାୟ ରଖିଲେ । ଏହି ତିନି ତଲାକ ଅର୍ଥ ଏକା ସାଙ୍ଗରେ ତିନି ଥର ତଲାକ କହିଲେ ତାହା ଗ୍ରହଣୀୟ ନୁହେଁ । କିନ୍ତୁ ସାଧାରଣ ବର୍ଗରେ ଧାରଣା ତଲାକ ବା ଛାଡପତ୍ର ବୋଧେ ଆଉ ଦେଇ ହେବ ନାହିଁ । ମୁସଲିମ ପର୍ଶନଲ ଲ ଅନୁଯାୟୀ ତଲାକ ହେଇ ପାରିବ । ଅର୍ଥାତ ମାସେ ଅନ୍ତରରେ ଯଦି ମୁସଲିମ ସ୍ୱାମୀ ଥରେ ଥରେ ତଲାକ ଦିଏ ଓ ଏହି ସମୟରେ କୌଣସି ସମଝୋତା ନ ହୁଏ ତେବେ ତିନି ମାସ ପରେ ଛାଡପତ୍ର ବୈଧ । ଏହି ବିଷୟରେ ସୁପ୍ରିମ କୋର୍ଟ କୌଣସି ବିଚାର କରିନାହିଁ ବା ଆବେଦନ କାରିଣୀ ମୋକଦ୍ଦମା କରି ନଥିଲେ । ତାଙ୍କର କେବଳ ଇସ୍ୟୁ ଥିଲା ଏକା ଥରକେ ତିନି ଥର ତଲାକ କହିବା ।
ଏଣୁ ସୁପ୍ରିମ କୋର୍ଟ ଯେତେବେଳେ କହିଦେଲେ ଏହା ଅବୈଧ ସେତିକି ରେ କାମ ସରିଲା । କାରଣ ବିବାହ ବଳବତ୍ତର ରହିଲା ।
କିନ୍ତୁ ସରକାର ଏବେ ଯେଉଁ ଆଇନ କରୁଛନ୍ତି ତାହା ତିନି ତଲାକ କୁ ଅପରାଧିକ ମାମଲା ଭାବେ ବିଚାର କରି ସ୍ୱାମୀ କୁ ତିନି ବର୍ଷ ଜେଲ ପ୍ରାବଧାନ , ସ୍ତ୍ରୀ କୁ ଭରଣ ପୋଷଣ ବ୍ୟବସ୍ଥା କରୁଛି । ଅର୍ଥାତ ଯେଉଁ କ୍ରିୟା ଘଟି ନାହିଁ ( ଛାଡ଼ ପତ୍ର ) ତଥାପି କାହିଁକି କହିଲୁ ସେଥିପାଇଁ ସ୍ୱାମୀ କୁ ଜେଲ ଦଣ୍ଡ ହେଉଛି ।
ଆମର ଫୌଜଦାରୀ ମାମଲା ଓ ଦେୱାନୀ ମାମଲା ଅଛି ।
ଫୌଜଦାରୀ ମାମଲାର ଆଭିମୁଖ୍ୟ ହେଲା ବ୍ୟକ୍ତି ବା ସର୍ବସଧାରଣ ଙ୍କ ପ୍ରତି ଯେଉଁ କ୍ରିୟା ଅନ୍ୟାୟ ଓ ଅକ୍ଷମଣୀୟ ଭାବେ କ୍ଷତି ପାହୁଁଚାଏ ତାକୁ ନିଷେଧ ଓ ପ୍ରତିରୋଧ କରିବା ।
କିନ୍ତୁ ଏହି ତିନିତଲାକ ଯେହେତୁ କାହାର କ୍ଷତି କରିଲାନି କେମିତି ଅପରାଧିକ ମାମଲା ହେବ ଏକ ବଡ଼ ପ୍ରଶ୍ନ ।
ମୁସଲିମ ବିବାହ ଏକ ସୋସିଆଲ କଣ୍ଟ୍ରାକ । ପୁରୁଷ ଓ ମହିଳା ମଧ୍ୟରେ ନିକାନାମା ଜରିଆରେ ବିବାହ ସମ୍ପନ୍ନ ହେଉଛି । ଏହାକୁ ଭଙ୍ଗ କରିବା ପଦ୍ଧତି ବି personal law ରେ ରହିଛି ଯାହା ଅବୈଧ ନୁହେଁ । ହିନ୍ଦୁ ବିବାହ ଭଳି ଜନ୍ମ ଜନ୍ମାନ୍ତର ନୁହେଁ ।
ଦ୍ଵିତୀୟ ପ୍ରଶ୍ନ ହେଲା ଅନ୍ୟ ସମସ୍ତ ଫୌଜଦାରୀ ମାମଲା ଭଳି ଏହି ଆଇନରେ ତିନି ତଲାକ ହୋଇଛି ବୋଲି ପ୍ରମାଣ ମହିଳା କୁ ଦେବାକୁ ହେବ । ପୁରୁଷ କହିବ ମୁଁ କହି ନାହିଁ, ମଜାରେ କହି ଦେଲି , ମଦ ଖାଇଥିଲି ବା ରାଗରେ କହିଦେଲି ସେ ମୋର ସ୍ତ୍ରୀ ଥିଲା ଓ ରହିବ ତାହେଲେ କଣ ହେବ ?
ତୃତୀୟ କଥା ହେଲା ସରକାର ଟଙ୍କାଟିଏ ଭରଣ ପୋଷଣ ଦେବେନାହଁ । ଯେଉଁ ସ୍ୱାମୀ ଜେଲରେ ରହିଲା ତାର ତ ରୋଜଗାର ନାହିଁ କେଉଁଠୁ ଦେଵ ଓ ଏହି ତିନି ବର୍ଷ ସ୍ତ୍ରୀ କଣ କରିବ ?
ଚତୁର୍ଥ ପ୍ରଶ୍ନ ଆମର ଫୌଜଦାରୀ ମାମଲାରେ ଭାରତୀୟ ପିଙ୍ଗଳ କୋଡ଼ ର ଦଫା 148, 153A, 233, 237, 295A, ବହୁତ ଗୁରୁତର ଅପରାଧ ପାଇଁ ଯେଉଁଥିରେ 3 ବର୍ଷ ଜେଲ, ଅନ୍ୟ ଗୁରୁତର ଦଫା 304A, 147, 295, 171E, 269, 272, 284 ଇତ୍ୟାଦି ରହିଛି ଯେଉଁଥିରେ ଦଣ୍ଡ 6 ମାସ ବର୍ଷେ ବା ଦୁଇବର୍ଷ ରହିଛି , ଅଥଚ ମୁହଁରେ ତିନିଥର ତଲାକ କହିଦେଲା ବୋଲି 3 ବର୍ଷ ଜେଲ । ଆମ ସମ୍ବିଧାନ ର ଅନୁଛେଦ 14 କହିଲା ଅତ୍ୟଧିକ, ଅଯୌକ୍ତିକ, ମନମୁଖୀ କୌଣସି ଆଇନ ହେଇପାରିବ ନାହିଁ ତାହା ସମ୍ବିଧାନ ବିରୋଧୀ । ତାହେଲେ ଏକ୍ଷେତ୍ରରେ କଣ ହେବ ?
ପଞ୍ଚମ ପ୍ରଶ୍ନ ହେଲା ଯଦି ଜେଲ ରେ ଥିବା ସ୍ୱାମୀ ଜେଲରୁ ମାସେ ମାସେ ଅନ୍ତରରେ ତଲାକ ଲେଖି ଜେଲରୁ ସ୍ତ୍ରୀ ପାଖକୁ ଚିଠି ଲେଖେ ତେବେ ଆଇନତଃ ତଲାକ ହେବ ନା ନାହିଁ ? ଅର୍ଥାତ ଭଲ କରାଯାଉଥିବା ଆଇନ ଶେଷରେ ଭେଲ କରିବ ନା ନାହିଁ ?

ଆମ ସମ୍ବିଧାନ ଓ ବିଚାର ପଦ୍ଧତି ଆଧୁନିକ ଗଣତାନ୍ତ୍ରିକ , ଧର୍ମ ନିରପେକ୍ଷ ବୁନିଆଦି ଉପରେ ଠିଆ ହେଇଛି । କୌଣସି ଗଣତାନ୍ତ୍ରିକ ବିଚାର ରଖୁଥିବା ଦେଶରେ ଏପରି ଫୌଜଦାରୀ ଆଇନ ହୋଇ ନାହିଁ ଯେଉଁଥିରେ :
1 – ଯେଉଁ କ୍ରିୟାଦ୍ୱାରା ଅମଙ୍ଗଳ ( evil ) ହୋଇନାହିଁ ତା ଉପରେ ଫୌଜଦାରୀ ଆଇନ ପ୍ରଣୟନ କରୁଛି,
2- ଯେଉଁଥିରେ ଦଣ୍ଡ ପ୍ରଦାନ ର ଯୌକ୍ତିକତା ନାହିଁ ଓ
3- ଯେଉଁଥିରେ ଲାଭ ନାହିଁ ଅର୍ଥାତ evil of punishment is greater than evil of act ( deed ) ସେ କ୍ଷେତ୍ରରେ ଆଇନ ପ୍ରଣୟନ ହେଉଛି ;

ଏହି ସବୁ ଦିଗ ଆଗାମୀ ଦିନରେ ସୁପ୍ରିମକୋର୍ଟ ର ବୃହତ ବେଞ୍ଚ ନିଶ୍ଚୟ ତର୍ଜମା କରିବେ ଓ ଆମେ ଆଶା କରିବା ପ୍ରକୃତ ଦିଗଦର୍ଶନ ଦେବେ ଯାହା ସମ୍ବିଧାନ ଓ ନ୍ୟାୟ ଶାସ୍ତ୍ର ର କଷଟି ରେ ଠିଆ ହେଇ ପାରିବ ।

Khansweb Solution Bhubaneswar

Leave A Reply

Your email address will not be published.