banner
Breaking

କିରୋସିନ୍ ସଙ୍କଟ, ଏଣିକି ମିଳିବ ୨ ଲିଟର

0

ଭୁବନେଶ୍ୱର, ୩୧/୭ (ଓଡ଼ିଆ ନ୍ୟୁଜ):  ବଢିଛି ପଡି କାର୍ଡଧାରୀ କିରୋସିନ ବ୍ୟବହାରକାରୀଙ୍କ ଅଡୁଆ । ଏଣିକି ଆସନ୍ତା ଅଗଷ୍ଟ ମାସରୁ ରାଜ୍ୟର କିରୋସିନ ହିତାଧିକାରୀଙ୍କୁ ଅଢ଼େଇ ଲିଟର ପରିବର୍ତ୍ତେ ୨ ଲିଟର କିରୋସିନ ମିଳିବ ବୋଲି ଆଜି ବିଧାନସଭାରେ ଉତ୍ତର ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟୀକଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ ଉତ୍ତର ଦେଇଛନ୍ତି ଯେ ବର୍ତ୍ତମାନ ୩ କୋଟିରୁ ଉଦ୍ଧ୍ୱ ଲୋକଙ୍କୁ ଅଢ଼େଇ ଲିଟର କିରୋସିନ ଦିଆଯାଉଛି । କେନ୍ଦ୍ର କିରୋସିନ କୋଟା କମାଇଥିବାରୁ ହିତାଧିକାରୀଙ୍କୁ କମ୍ କିରୋସିନ ମିଳିବ ବୋଲି ବିଧାନସଭାର ପ୍ରଶ୍ନକାଳରେ ଏହି ସୂଚନା ଦେଇଛନ୍ତି ମନ୍ତ୍ରୀ ।

Khansweb Solution Bhubaneswar

Leave A Reply

Your email address will not be published.