banner
Breaking

ଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍‌

ଭୁବନେଶ୍ୱର : ସମଗ୍ର ଓଡ଼ିଶାରେ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏସଏମଇ ସମୂହ) ଏକ ଦ୍ରୁତଶୀଳ ଡ଼ିଜିଟାଲ ରୂପାନ୍ତରିକରଣକୁ ନେଇ ଆଗେଇ ଚାଲିଛି ଏଥି ସହିତ ଭୁବନେଶ୍ୱରର ନବୀନତମ, ଅର୍ଥ ପ୍ରଯୁକ୍ତି ଗ୍ରହଣକାରୀତା ଏବଂ ଏଆଇ ଅଗ୍ରଣୀ ଅଭିବୃଦ୍ଧି ସହିତ ଏକ ପ୍ରମୁଖ ହବ ଭାବରେ ପ୍ରତିଷ୍ଠିତ ହେବାକୁ ଯାଉଛି । ୧୯ ଲକ୍ଷରୁ ଅଧିକ ଏମଏସଏମଇର ଅବଦାନ ସହିତ ଏହା ରାଜ୍ୟର ଅର୍ଥନୈତିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଯାହା ମଧ୍ୟରେ ରହିଛି ତନ୍ତଶିଳ୍ପ, ହସ୍ତଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଯାନ୍ତ୍ରିକୀ, ଏଆଇ କ୍ଷମତା ଆଡ଼କୁ ଆକର୍ଷିତକାରୀତାର ବିଭିନ୍ନ ଉପାୟ ଏବଂ ଡ଼ିଜିଟାଲ ବ୍ୟାଙ୍କିଙ୍ଗ ବ୍ୟବସ୍ଥା ଯାହାକି ଯଥାର୍ଥରେ ଦକ୍ଷତା, ମାନଦଣ୍ଡ ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗୀତା ମନଭାବକୁ ନେଇ ଅନେକ ଗୁଡ଼ିଏ ନୂଆ ନୂଆ ସୁଯୋଗର ତାଲା ଖୋଲି ପାରିଛି ।
ଏହି ମୁହୂର୍ତକୁ ଆହୁରି ଅଧିକ ବ୍ୟାପକ କରିବା ପାଇଁ, ଓଡ଼ିଶା ରାଜ୍ୟ ସରକାର ଅନେକ ଗୁଡ଼ିଏ ସଫଳକାରୀ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି ଯାହା ମଧ୍ୟରେ ରହିଛି, ସମନ୍ୱିତ ଗ୍ଲୋବାଲ ଫିନଟେକ ସକ୍ଷମକାରୀ ହବ ଏବଂ ଓଡ଼ିଶା ଆଇଟି ପଲିସି ୨୦୨୫, ଯାହାର ମୂଳଲକ୍ଷ୍ୟ ଡ଼ିଜିଟାଲ କୁଶଳତାକୁ ଆଗକୁ ବଢ଼ାଇବା ସହିତ, ନବୀନତମ ଏବଂ ଏସଏମଇ ଗୁଡ଼ିକ ମଧ୍ୟରେ ଫିନଟେକ୍ ସମନ୍ୱିତକାରୀତା ପ୍ରତିଷ୍ଠା କରିବା । ଏଭଳି ଉଦ୍ୟମ ଗୁଡ଼ିକ ଯଥାର୍ଥରେ ଏକ ବିରାଟକାୟ ଇକୋପ୍ରଣାଳୀ ପ୍ରତିଷ୍ଠା କରିପାରିଛି ଯେଉଁଠାରେ କି ପାରମ୍ପରିକ ଉଦ୍ୟୋଗ ଗୁଡ଼ିକ ଆଧୁନିକତମ କାର୍ଯ୍ୟକ୍ଷମ କରିବା ସହିତ ଯୋଗାଣ ଚେନ ସହିତ ଏକାଠି ହୋଇ ସେମାନଙ୍କର ବଜାର ପ୍ରବେଶକୁ ଆହୁରି ବ୍ୟାପକ କରିପାରିଛନ୍ତି ।
“ଆମେ ତିନୋଟି ପ୍ରମୁଖ ଉର୍ଦ୍ଧ୍ୱଗାମୀକୁ ଦୃଶ୍ୟମାନ କରିପାରିଛୁ” ମତରଖି କହିଛନ୍ତି ଶେଖର ଭଣ୍ଡାରୀ, ସଭାପତି ଏସଏମଇ, କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ । “କାର୍ଯ୍ୟ ସ୍ରୋତରେ ଆଜି ଏଆଇ ନିଜକୁ ଏଥି ସହିତ ମଜବୁତ କରିବା ସହିତ ବାଣିଜ୍ୟିକ ଦସ୍ତାବିଜକୁ ଏଥି ସହିତ ଯୋଡ଼ି ଭୁକ୍ତାନ ପ୍ରକ୍ରିୟା ଏବଂ ଗ୍ରହଣୀୟତାକୁ ଆହୁରି ଅଧିକ ଦୃଢ ଼କରିପାରିଛି । କ୍ଲଷ୍ଟର-ପରିଚାଳିତ ଜ୍ଞାନ ପ୍ରଦାନକାରୀତା ତଥା ଗ୍ରହଣକାରୀତା ବୃଦ୍ଧି ପାଇଛି । ଏସଏମଇ ଗୁଡ଼ିକ ଏଆଇ ତଥା ଡ଼ିଜିଟାଲ ବ୍ୟାଙ୍କିଙ୍ଗ ସହିତ ସମନ୍ୱୟ ରକ୍ଷା କରି କ୍ୟାସ ଫ୍ଲୋ ଦୃଶ୍ୟମାନତା ଏବଂ କାର୍ଯ୍ୟକାରୀ ପୁଞ୍ଜି କ୍ଷେତ୍ରରେ ଯଥେଷ୍ଟ ବୃଦ୍ଧି କରିପାରିଛନ୍ତି ।”
କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ ଏଭଳି ଏକ ରୂପାନ୍ତରିତକରଣକୁ ନେଇ ଏହାର ଡ଼ିଜିଟାଲ ମଂଚ କୋଟାକ୍ ଏଫୱାଇଏନ ଜରିଆରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଯାହାକି ଏକ ପେପରଲେସ ବ୍ୟବସାୟୀକ ଆର୍ଥିକ, ତ୍ରୁଟି ଶୂନ୍ୟ, ଦେଣ ଦେଣ ତଥା ଏଆଇ କ୍ଷମତା ଯୁକ୍ତ ବିଶ୍ଲେଷଣକାରୀ ମୋବାଇଲ ମାଧ୍ୟମ, ୱେବ ଏବଂ ଏପିଆଇର ପ୍ରୟୋଗ କରିପାରିଛି । ବୃଦ୍ଧି ପାଉଥିବା ଚାହିଦାକୁ ଦୃଷ୍ଟିରେ ରଖି ବ୍ୟାଙ୍କ ଓଡ଼ିଶାରେ ଏହାର ପଦଧ୍ୱନିକୁ ଅଧିକ ବ୍ୟାପକ କରିବା ସହିତ ସ୍ଥାନୀୟ ବ୍ୟବସାୟୀ ମାନଙ୍କୁ ସେମାନଙ୍କର ଡ଼ିଜିଟାଲ ଯାତ୍ରାରେ ମଧ୍ୟ ସହାୟତା ପ୍ରଦାନ କରୁଅଛି । ଏହି ମଂଚ ଏସଏମଇର କ୍ୟାସ ଫ୍ଲୋ ବୃଦ୍ଧି କରିବାରେ ସାହାଯ୍ୟ କରିବା ସହିତ, କାର୍ଯ୍ୟକାରୀ ପୁଞ୍ଜି ଲଗାଣକୁ ଅନୁକୁଳିତ କରିବା ଏବଂ ଆର୍ଥିକ କାର୍ଯ୍ୟକାରୀତାକୁ ସୁସଂଗଠିତ କରିବା ସହିତ ବ୍ୟବସାୟୀକ ଚକ୍ରର ପ୍ରାଧାନ୍ୟକୁ ସଶକ୍ତ କରି ଉତ୍ପାଦନ ବୃଦ୍ଧି ତଥା ବିଶ୍ୱସ୍ତରରେ ପ୍ରତିଯୋଗୀତା ପାଇଁ ପ୍ରସ୍ତୁତିକୁ ଅଧିକ ସୁଗମ କରିପାରିଛି ।
ନୀତି ଆୟୋଗ ମୁତାବକ, ଭାରତର ବିସ୍ତାରିତ ଏଆଇ ପଦକ୍ଷେପ ୨୦୩୫ ମସିହା ବେଳକୁ ଜିଡ଼ିପି ହାରରେ ୫୦୦-୬୦୦ ବିଲିୟନ ଆମେରିକୀୟ ମୁଦ୍ରାର ଉତ୍ସାହକାରୀ ପ୍ରତିଫଳନ କରିପାରିବ ଏଥି ସହିତ ଏସଏମଇ ଏହି ଅଭିବୃଦ୍ଧି ଦିଗରେ ଏକ କେନ୍ଦ୍ରୀୟ ଭୂମିକା ପ୍ରଦର୍ଶନ କରିପାରିବ । ଭୁବନେଶ୍ୱରର ବୃଦ୍ଧି ପାଉଥିବା କାୟା ଫିନଟେକ୍ ଏବଂ ନବୀନତମ ହବର ସ୍ଥିତିକୁ ନେଇ ଓଡ଼ିଶା ଦେଶର ଏହି ରୂପାନ୍ତରିକରଣ ପ୍ରକ୍ରିୟାରେ ସବୁଠାରୁ ଆଗ ଧାଡ଼ିରେ ରହିବାର ସଫଳତା ଲାଭ କରିଛି ।

Khansweb Solution Bhubaneswar

Comments are closed.