ବଜେଟକୁ ନବୀନଙ୍କ କଟାକ୍ଷ
ଭୁବନେଶ୍ୱର: ବଜେଟ ଆଲୋଚନାରେ ଭାଗ ନେଇ ସୋମବାର ଦିନ ରାଜ୍ଯ ସରକାରଙ୍କୁ କଟାକ୍ଷ କରିଛନ୍ତି ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ବିଜେଡି ଶାସନ ସମୟରେ କାର୍ଯ୍ୟକାରୀ ହୋଇଥିବା ୮୦% ଯୋଜନାକୁ ଆପଣାଇଛନ୍ତି ବିଜେପି ସରକାର।
ବିଧାନସଭାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ବଜେଟ୍ ଉପରେ ହୋଇଥିବା ବିତର୍କରେ ଅଂଶଗ୍ରହଣ କରି ବିଜେଡି ସଭାପତି ଏଭଳି ଦାବି କରିବା ସହ କହିଛନ୍ତି ଯେ ବଜେଟ୍ ଆବଣ୍ଟନର ୮୦ ପ୍ରତିଶତରୁ ଅଧିକ ଯୋଜନାର ରୂପରେଖ ବିଜେଡି ସରକାର ଦ୍ବାରା ପ୍ରସ୍ତୁତ କରାଯାଇଥିଲା।