ଭୁବନେଶ୍ୱର, ୧୦/୯ : ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ ଗୁରୁବାର ଶେଷ ହୋଇଛି। ଏହି ଅଧିବେଶନ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିଲା। ଏଥିରେ ମୋଟ୍ ୮ଟି କାର୍ଯ୍ୟ ଦିବସ ମଧ୍ୟରୁ ୭ଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ରହିଥିଲା। ଏହି ସ୍ବଳ୍ପକାଳୀନ ଅଧିବେଶନରେ ୧୩ଟି ବିଲ୍ ପାରିତ ହୋଇଥିବାବେଳେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଏଥିସହିତ ୧୦ଟି ବାର୍ଷିକ ରିପୋର୍ଟ, ୩ଟି କମିଟି ରିପୋର୍ଟ, ଗୋଟିଏ ଅଧ୍ୟାଦେଶ, ୪ଟି ସିଏଜି ରିପୋର୍ଟ, ୨ଟି ସରକାରୀ ସଂକଳ୍ପ ଉପରେ ଆଲୋଚନା ହୋଇଥିଲା। ଏହି ଅଧିବେଶନ ସ୍ବଳ୍ପ ସମୟ ଧରି ଚାଲିଥିଲେ ମଧ୍ୟ ବେଶ୍ ସରଗରମ ରହିଥିଲା। ବିରୋଧୀ ସଦସ୍ୟମାନେ ମରୁଡ଼ି, ଖଣି ଦୁର୍ନୀତି, ଷ୍ଟାଫ୍ ସିଲେକ୍ସନ କମିଶନରେ ଦୁର୍ନୀତି, ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଅଡ଼ୁଆରେ ପକାଇଥିଲେ। ଏହି ଅଧିବେଶନରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହରେ ଅନୁମୋଦନ ଲାଭ କରିଛି। ବିରୋଧୀଙ୍କ ଅନୁପସ୍ଥିତିରେ ବିଲ୍ଗୁଡ଼ିକୁ ସରକାର ଏକପାଖିଆ ପାରିତ କରିନେଇଛନ୍ତି। ତେବେ ପୌର ବିଧି (ସଂଶୋଧନ) ବିଲ୍-୨୦୨୧ ଏବଂ ପଞ୍ଚାୟତ ବିଧି (ସଂଶୋଧନ) ବିଲ୍-୨୦୨୧ ପାରିତ କରି ସରକାର ପୌର ଓ ପଞ୍ଚାୟତ ନିର୍ବାଚନ ଲାଗି ଥିବା ସଂରକ୍ଷଣ ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି। ଉକ୍ତ ଦୁଇଟି ବିଲ୍ ବିଧାନସଭାର ଅନୁମୋଦନ ଲାଭ କରିବା ଦ୍ୱାରା ସ୍ଥାନ ସଂରକ୍ଷଣ ସୀମା ୫୦ ପ୍ରତିଶତରେ ସୀମିତ ରହିଛି। ଫଳରେ ଦୀର୍ଘ ୩ ବର୍ଷ ଧରି ବନ୍ଦ ରହିଥିବା ପୌର ନିର୍ବାଚନ ସକାଶେ ପଥ ପରିଷ୍କାର ହୋଇଛି।

Breaking
ଉତ୍କଳ କନିକା ଗ୍ୟାଲେରିଆ ମଲରେ ଖୋଲିଲା ସେଲିଓ ଷ୍ଟୋରଯୁବପିଢ଼ିଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ମାନସିକ ରୋଗକୁ ରୋକିବାକୁ ସର୍ବୋଚ୍ଚ ପ୍ରାଥମିକତା ଓଡ଼ିଶା ସରକାରଙ୍କ ପ୍ରୟାସକୁ ପ୍ରଶଂସା କରାଯାଇଛିଆଇଏନ୍ଡବ୍ଲ୍ୟୁଇସି ଜାତୀୟ ମହିଳାଙ୍କ ବାଣିଜ୍ୟ ମେଳା ୨.୦ର ଚତୁର୍ଥ ଦିବସରେ ଫ୍ୟାସନ, ଉଦ୍ୟୋଗ ଏବଂ କାହାଣୀ କହିବାର ଶକ୍ତିରେ ଉନ୍ନତିମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କଲେ ଏମ୍ସ ଭୁବନେଶ୍ୱର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ଏବଂ ଏମ୍ସ ଭୁବନେଶ୍ୱର ଅଧ୍ୟକ୍ଷ ଡ. ଶୈଳେଶ କୁମାରଜାତୀୟ ମହିଳା ବ୍ୟବସାୟ ମେଳାର ତୃତୀୟ ଦିବସ -ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ ଓ ବଲିଉଡ୍ ତାରକା