ଭୁବନେଶ୍ୱର, ୧୦/୯ : ଷୋଡ଼ଶ ବିଧାନସଭାର ସପ୍ତମ ଅଧିବେଶନ ଗୁରୁବାର ଶେଷ ହୋଇଛି। ଏହି ଅଧିବେଶନ ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇଥିଲା। ଏଥିରେ ମୋଟ୍ ୮ଟି କାର୍ଯ୍ୟ ଦିବସ ମଧ୍ୟରୁ ୭ଟି ସରକାରୀ ଓ ଗୋଟିଏ ବେସରକାରୀ ଦିବସ ରହିଥିଲା। ଏହି ସ୍ବଳ୍ପକାଳୀନ ଅଧିବେଶନରେ ୧୩ଟି ବିଲ୍ ପାରିତ ହୋଇଥିବାବେଳେ ୩ଟି ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଏଥିସହିତ ୧୦ଟି ବାର୍ଷିକ ରିପୋର୍ଟ, ୩ଟି କମିଟି ରିପୋର୍ଟ, ଗୋଟିଏ ଅଧ୍ୟାଦେଶ, ୪ଟି ସିଏଜି ରିପୋର୍ଟ, ୨ଟି ସରକାରୀ ସଂକଳ୍ପ ଉପରେ ଆଲୋଚନା ହୋଇଥିଲା। ଏହି ଅଧିବେଶନ ସ୍ବଳ୍ପ ସମୟ ଧରି ଚାଲିଥିଲେ ମଧ୍ୟ ବେଶ୍ ସରଗରମ ରହିଥିଲା। ବିରୋଧୀ ସଦସ୍ୟମାନେ ମରୁଡ଼ି, ଖଣି ଦୁର୍ନୀତି, ଷ୍ଟାଫ୍ ସିଲେକ୍ସନ କମିଶନରେ ଦୁର୍ନୀତି, ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ସରକାରଙ୍କୁ ଅଡ଼ୁଆରେ ପକାଇଥିଲେ। ଏହି ଅଧିବେଶନରେ ୧୩ଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ଗୃହରେ ଅନୁମୋଦନ ଲାଭ କରିଛି। ବିରୋଧୀଙ୍କ ଅନୁପସ୍ଥିତିରେ ବିଲ୍ଗୁଡ଼ିକୁ ସରକାର ଏକପାଖିଆ ପାରିତ କରିନେଇଛନ୍ତି। ତେବେ ପୌର ବିଧି (ସଂଶୋଧନ) ବିଲ୍-୨୦୨୧ ଏବଂ ପଞ୍ଚାୟତ ବିଧି (ସଂଶୋଧନ) ବିଲ୍-୨୦୨୧ ପାରିତ କରି ସରକାର ପୌର ଓ ପଞ୍ଚାୟତ ନିର୍ବାଚନ ଲାଗି ଥିବା ସଂରକ୍ଷଣ ଦ୍ୱନ୍ଦ୍ୱକୁ ଦୂର କରିଛନ୍ତି। ଉକ୍ତ ଦୁଇଟି ବିଲ୍ ବିଧାନସଭାର ଅନୁମୋଦନ ଲାଭ କରିବା ଦ୍ୱାରା ସ୍ଥାନ ସଂରକ୍ଷଣ ସୀମା ୫୦ ପ୍ରତିଶତରେ ସୀମିତ ରହିଛି। ଫଳରେ ଦୀର୍ଘ ୩ ବର୍ଷ ଧରି ବନ୍ଦ ରହିଥିବା ପୌର ନିର୍ବାଚନ ସକାଶେ ପଥ ପରିଷ୍କାର ହୋଇଛି।
Breaking
ଚନ୍ଦ୍ରଶେଖରପୁରରେ ମହାଆଡମ୍ବରରେ ପାଳିତ ହେବ ଶ୍ରୀରାମ ନବମୀ ଉତ୍ସବଓଡିଶାରେ ଡିଜିଟାଲ ମିଡ଼ିଆ ଓନର୍ସ ଆସୋସିଏସନ୍ ଗଠିତ, ଭୁବନେଶ୍ୱର ଠାରେ ଲୋଗୋ ଉନ୍ମୋଚିତ, ସମସ୍ତ ମାଲିକ ଓ ସମ୍ପାଦକ ସାମିଲ ହେବାକୁ ଆହ୍ୱାନକୋକା-କୋଲା ୧୨ ବର୍ଷ ପରେ ଭାରତକୁ ଆଇକନିକ୍ ଫିଫା ବିଶ୍ୱକପ୍ ଟିଏମ ଟ୍ରଫି ଆଣିଛିରୋଟାରୀ କ୍ଳବ୍ ଅଫ୍ ଭୁବନେଶ୍ୱର ରୟାଲ ପକ୍ଷରୁ କମ୍ବଳ ବଣ୍ଟନଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛି
