banner
Breaking

୨୪ ତମ ସମାଜମଙ୍ଗଳ ହୁଣ୍ଡିରୁ କର୍କଟ ପିଡ଼ିତ ଶୁଭ୍ରାଂଶୁ ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲା କଳ୍ପନା ଛକଟୋକା ସଙ୍ଘ ।

1

ଭୁବନେଶ୍ବର : ସାମାଜିକ ଅନୁଷ୍ଠାନ କଳ୍ପନା ଛକଟୋକା ସଙ୍ଘର ୨୪’ତମ ସମାଜମଙ୍ଗଳ ହୁଣ୍ଡିଦାନ କାର୍ଯ୍ୟକ୍ରମ କଳ୍ପନା ଛକଠାରେ ଅନୁଷ୍ଠିତ ହୋଇଯାଇଛି । ସମାଜମଙ୍ଗଳ ହୁଣ୍ଡି ଭାଙ୍ଗି ହୁଣ୍ଡିରୁ ଆଦାୟ ମୋଟ ୧୮ ହଜାର ୩୩୫ ଟଙ୍କା ଅର୍ଥରାଶି ଖୋର୍ଦ୍ଧା ବୋଲଗଡ଼ ବେଗୁନିଆ ଅଞ୍ଚଳର ୧୮ ବର୍ଷର କର୍କଟ ପୀଡିତ ଶୁଭ୍ରାଂଶୁ ସବ୍ୟସାଚୀ ସାହୁଙ୍କୁ ପ୍ରଦାନ କରିଛି ସଙ୍ଘ । ସଙ୍ଘ ପ୍ରତିଷ୍ଠାତା ବାପୁ ଓଝାଙ୍କ ସଭାପତିତ୍ୱରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ ସମାଜମଙ୍ଗଳ ହୁଣ୍ଡି ଭାଙ୍ଗିଥିଲେ ଓ ଏହି କାର୍ଯ୍ୟକ୍ରମ ବ୍ୟାପକ ପ୍ରଚାର ପ୍ରସାର ହେଲେ ଅନେକ କର୍କଟ ପୀଡିତ ଆର୍ଥିକ ସହଯୋଗ ପାଇ ପାରିବେ ବୋଲି ପ୍ରକାଶ କରିଥିଲେ । ଏହି ଅବସରରେ ସମ୍ମାନିତ ଅତିଥିଭାବେ ୪୨ ନମ୍ବର ୱାର୍ଡ ର କର୍ପୋରେଟର ଆଶିଷ କୁମାର ପଟ୍ଟନାୟକ, ବଡ଼ଗଡ଼ ଗ୍ରାମର ବିଶିଷ୍ଟ ସମାଜସେବୀ ଆଦିତ୍ୟ ଗଜେନ୍ଦ୍ର, ସାମ୍ବାଦିକ କିଶନ ବରାଇ , ସାମ୍ବାଦିକ ଲକ୍ଷ୍ମୀକାନ୍ତ ଦାସ (ନବୀନ) , ସାମ୍ବାଦିକ ପ୍ରଶାନ୍ତ ଦାସ, କର୍ପୋରେଟର ଭରତ ଲେଙ୍କା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ଉଚ୍ଚ ପ୍ରଶଂସା କରିଥିଲେ । ଧୀରେନ ଶଙ୍କର ଦାସ, ରୋହିତ କୁମାର, ସଞ୍ଜୟ ପରିଡା, ଚିତ୍ତରଞ୍ଜନ ଦାଶ, ଭୁବନାନନ୍ଦ ସାମନ୍ତ, ବର୍ଷା ଦାସ, ମମତା ପ୍ରିୟଦର୍ଶିନୀ ମହାପାତ୍ର, ନିରଞ୍ଜନ ସାହୁ, ଶ୍ରୀକାନ୍ତ ମିଶ୍ର, ବିଶ୍ୱଜିତ ଦାସ, ଲୋଚନ ବେହେରା, କବଚ ବେହେରା ପ୍ରମୁଖ ସଙ୍ଘର ସଦସ୍ୟମାନେ ଉପସ୍ଥିତ ଥିଲେ, କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସଙ୍ଘ ସଭାପତି ଧୀରେନ ରାଉତରାୟ ।

Khansweb Solution Bhubaneswar
1 Comment
  1. mitolyn official says

    **mitolyn official**

    Mitolyn is a carefully developed, plant-based formula created to help support metabolic efficiency and encourage healthy, lasting weight management.

Leave A Reply

Your email address will not be published.