banner
Breaking

ପୁରୀ ବଡ଼ଦାଣ୍ଡରେ ଦୋକାନ ଦୁଇଦିନ ବନ୍ଦ ରହିବ

0

ପୁରୀ,୩୦।୧୨: ଶନିବାର ଓ ନୂଆବର୍ଷ ରବିବାର ପାଇଁ ଶ୍ରୀମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଛି । ଏ ନେଇ ଦିବ୍ୟାଙ୍ଗ, ବରିଷ୍ଠ ନାଗରିକ ଓ ସ୍କୁଲ ପିଲାଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରାଯାଇଛି। ଭିଡକୁ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଜିଲା ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।
ଅନ୍ୟପକ୍ଷେ ଦୁଇଦିନ ପୁରୀ ବଡ଼ ଦାଣ୍ଡରେ ସମସ୍ତ ଦୋକାନ ବନ୍ଦ ରହିବ । ମାର୍କେଟ ଛକ ଠାରୁ ବ୍ୟାରିକେଟ୍‌ ବ୍ୟବସ୍ଥା କରାଯାଇଛି ।
ଶୃଙ୍ଖଳିତ ନୀତି, ଗହଳି ନିୟନ୍ତ୍ରଣ, ଭକ୍ତଙ୍କ ବିଶ୍ରାମ, ପାନୀୟ ଜଳ ଯୋଗାଣ ପାଇଁ ବ୍ୟବସ୍ଥା ହୋଇଛି। ଜିଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.