ଭୁବନେଶ୍ୱର,୯।୧୦ : ଦଶହରା ପାଇଁ ପର୍ଯ୍ୟଟକଙ୍କୁ ନୂଆ ଭେଟି ଦେଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ଶୁକ୍ରବାର ୬୭ତମ ରାଜ୍ୟସ୍ତରୀୟ ବନ୍ୟପ୍ରାଣୀ ସପ୍ତାହ ପାଳନ ଅବସରରେ ପର୍ଯ୍ୟଟକଙ୍କ ପାଇଁ ବହୁ ପ୍ରତୀକ୍ଷିତ ସାଜିଥିବା ତଥା ଆକର୍ଷଣୀୟ ଓ ଆଧୁନିକୀକରଣରେ ଝଲସୁଥିବା ଶିଶୁ ରେଳଗାଡ଼ି(ଟୟଟ୍ରେନ)ର ଲୋକାର୍ପଣ କରିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ମନ୍ତ୍ରୀ ପତାକା ଦେଖାଇ ଏହାର ପ୍ରଚଳନର ଶୁଭାରମ୍ଭ କରିଥିଲେ। ଏଥିସହ ରୋପୱେର ମଧ୍ୟ ଶିଳାନ୍ୟାସ ମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିଲା।
ନନ୍ଦନକାନନ କାର୍ଯ୍ୟାଳୟ ପରିସରରେ ଆୟୋଜିତ ବନ୍ୟପ୍ରାଣୀ ସପ୍ତାହ ସମାରୋହରେ ମୁଖ୍ୟ ଅତିଥିଭାବେ ମନ୍ତ୍ରୀ ଆରୁଖ ଯୋଗଦେଇ ୨୦୧୪ରୁ ବନ୍ଦ ଥିବା ଟୟଟ୍ରେନ ସୁବିଧା ୪ କୋଟି ୯୮ଲକ୍ଷ ଟଙ୍କା ବ୍ୟୟରେ ପୁଣି ନୂତନ ଭାବେ ଆରମ୍ଭ ହୋଇଛି। ସେହିପରି ୧୩ କୋଟି ଟଙ୍କା ବ୍ୟୟରେ ହେବାକୁଥିବା ରୋପୱେର ଭୂମିପୂଜନ ହୋଇଥିବାବେଳେ ୧୮ମାସ ମଧ୍ୟରେ କାର୍ଯ୍ୟ ଶେଷ ହେବ। ଏବେ ଟୟଟ୍ରେନ ରାଇଟସ ସଂସ୍ଥା ଚଳାଇବା ବେଳେ ଆଗକୁ ନନ୍ଦନକାନନ ଏହାକୁ ଚଳାଇବ ବୋଲି ମନ୍ତ୍ରୀ କହିଥିଲେ। ଲୁପ୍ତପ୍ରାୟ ପ୍ରଜାତିଙ୍କୁ ସେମାନଙ୍କ ପ୍ରାକୃତିକ ଆବାସସ୍ଥଳୀରେ ସଂରକ୍ଷଣ କରିବା ନିମନ୍ତେ ରାଜ୍ୟରେ ୧୯ଟି ଅଭୟାରଣ୍ୟ, ୨ଟି ବ୍ୟାଘ୍ର ପ୍ରକଳ୍ପ, ଗୋଟିଏ ଲେଖାଏ ଜାତୀୟ ଉଦ୍ୟାନ ଓ ଜୈବମଣ୍ଡଳ ସ୍ଥାପନ କରାଯାଇଥିବା ମନ୍ତ୍ରୀ କହିଥିଲେ।
ଅନ୍ୟତମ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଅତିଥିଭାବେ ଯୋଗଦେଇ ଜଙ୍ଗଲ ଓ ପରିବେଶର ସନ୍ତୁଳନ ରକ୍ଷା ଉପରେ ଗୁରୁତ୍ୱାରୋପ କରିଥିଲେ। ବନ୍ୟପ୍ରାଣୀ ବିଭାଗ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶଶୀ ପଲ ସ୍ବାଗତଭାଷଣ ଦେଇଥିଲେ। ବନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଲିଙ୍ଗରାଜ ହୋତା, ପ୍ରଧାନ ମୁଖ୍ୟ ବନସଂରକ୍ଷକ ତଥା ବନବାହିନୀର ମୁଖ୍ୟ ଶିଶିର ରଥ ସମ୍ମାନିତ ଅତିଥିଭାବେ ଯୋଗଦେଇ ଆଜିର ଦିନରେ ଆମେ ଶପଥ ନେଇ ଜଙ୍ଗଲ, ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ଆଗେଇ ଆସିବାକୁ ଆହ୍ବାନ ଦେଇଥିଲେ। ଏହାପରେ ବନ୍ୟପ୍ରାଣୀ ସୁରକ୍ଷା ଓ ସଂରକ୍ଷଣରେ ଉଲ୍ଲେଖନୀୟ ଅବଦାନ ପାଇଁ ଚଳିତବର୍ଷ ଲାଗି ନନ୍ଦକିଶୋର ଭୁଜବଳଙ୍କୁ ବିଜୁ ପଟ୍ଟନାୟକ ବନ୍ୟଜନ୍ତୁ ସଂରକ୍ଷଣ ସମ୍ମାନ-୨୦୨୧ ମନ୍ତ୍ରୀ ସମ୍ମାନିତ କରିଥିଲେ। ଏଥିସହ ୱାଇଲ୍ଡଲାଇଫ-୨୦୨୧ ଏବଂ ଏକ ହ୍ୟାଣ୍ଡବୁକ ନାମରେ ୨ଟି ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏପରିକି ଅନ୍ଲାଇନରେ ହୋଇଥିବା କୁଇଜ ଓ ଫଟୋଗ୍ରାଫି ପ୍ରତିଯୋଗିତାରେ ସଫଳ ଛାତ୍ରୀଛାତ୍ରଙ୍କ ନାମ ଘୋଷଣା କରାଯାଇଥିଲା। ଶେଷରେ ବନସଂରକ୍ଷକ ସତ୍ୟନାରାୟଣ ବେହେରା ଧନ୍ୟବାଦ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ନିର୍ଦ୍ଦେଶକ ମନୋଜ କୁମାର ମହାପାତ୍ର, ଉପନିର୍ଦ୍ଦେଶକ ସଞ୍ଜିତ କୁମାର, ସହକାରୀ ନିର୍ଦ୍ଦେଶକ ଅମୂଲ୍ୟ କୁମାର ପରିଡ଼ାଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ତେବେ ଶୁକ୍ରବାର ଟୟଟ୍ରେନ ପ୍ରଚଳନର ଶୁଭାରମ୍ଭ ହୋଇଥିବାର ଜାଣି ବହୁ ପର୍ଯ୍ୟଟକ ସେଠାକୁ ଯାଇଥିଲେ ମଧ୍ୟ ଶନିବାରଠାରୁ ଏହା ଚାଲିବାକୁ ଥିବା ଜାଣି ନିରାଶରେ ଫେରିଥିବା ଦେଖିବାକୁ ମିଳିଥିଲା।
Breaking
ଟାଟା ମୋଟର୍ସ ନବୀକରଣତା, ସାହାଯ୍ୟକାରୀତା ଏବଂ ବୁଦ୍ଧିମତା ଚଳମାନ ସମାଧାନ ସହିତ ଏହାର ଗତିପଥକୁ ଏକ୍ସକନ ୨୦୨୫ରେ ଆଗକୁ ବଢ଼ାଇପାରିଛିଭୁବନେଶ୍ୱର ଅଗ୍ରଣୀ ଓଡ଼ିଶାର ବୈଷୟିକୀ ବିପ୍ଳବକୁ ଆଗକୁ ବଢ଼ାଇଛି ଯେତେବେଳେକି ଏଆଇ ଏବଂ ଡ଼ିଜିଟାଲ ବ୍ୟାକିଙ୍ଗ ଏସଏମଇ ଭିତିଭୂମିକୁ ପୁନଃରୂପରେଖ ପ୍ରଦାନ କରିଛି: କୋଟାକ୍ଭୁବନେଶ୍ବର ବାଲିଯାତ୍ରା ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକଭୁବନେଶ୍ୱର ଉତ୍ତର ପୂଜା ଭସାଣୀ ସମିତି ପ୍ରସ୍ତୁତି ବୈଠକ୧୨ ନଂ ୱାର୍ଡରେ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା କର୍ପୋରେଟର ଜୟନ୍ତୀ ସାହୁଙ୍କ ନିଆରା ଢଙ୍ଗରେ ପୁଜାଭେଟି
