banner
Breaking

ପୁଣି ସୋସିଆଲ ଆପ ଡାଉନ କ୍ଷମା ମାଗିଲା ଫେସବୁକ୍

0

ନୂଆଦିଲ୍ଲୀ,୯ ।୧୦: ଇନଷ୍ଟାଗ୍ରାମ, ଫେସବୁକ ଆଦି ଡାଉନ ହେବାର ଏକ ସପ୍ତାହ ମଧ୍ୟରେ ଏହା ପୁଣିଥରେ ଡାଉନ୍ ହୋଇଛି । କେତେଜଣ ୟୁଜର୍ସ ଫଟୋ ଶେୟାରିଂ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଫଟୋ ଶେୟାର କରି ପାରୁ ନାହାନ୍ତି । ରାତି ପ୍ରାୟ ୧୨ଟାରୁ ଏକ ଘଣ୍ଟା ପର୍ଯ୍ୟନ୍ତ ଏହି ସୋସିଆଲ ମିଡିଆ ଡାଉନ୍ ହୋଇ ଯାଇଥିବା କୁହାଯାଉଛି । ସର୍ଭର ଡାଉନ କାରଣରୁ ଫେସବୁକ ଓ ଇନଷ୍ଟାଗ୍ରାମ କିଛି ସମୟ ପାଇଁ ବନ୍ଦ ହୋଇଯାଇଥିଲା । ଯାହା ଫଳରେ କେତେକ ୟୁଜର୍ସ ଅସୁବିଧାର ସମ୍ମୁଖିନ ହୋଇଥିଲେ । ହେଲେ ଏବେ ଏହା ଠିକ୍‌ଠାକ୍ ଚାଲିଛି । ଏଭଳି ଅସୁବିଧା ପାଇଁ କମ୍ପାନୀ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ଫେସବୁକ ପକ୍ଷରୁ ଟୁଇଟ୍ କରି କୁହାଯାଇଥିଲା କି ଆମର ଆପ୍ସ ଓ ୱେବସାଇଟ ପର୍ଯ୍ୟନ୍ତ ପହଞ୍ଚିବାକୁ ସମସ୍ୟା ହେଉଛି । ଯଦି ଆପଣ ଆମ ଆପ ବ୍ୟବହାର କରିପାରୁ ନାହାନ୍ତି ସେଥିପାଇଁ କମ୍ପାନୀ ଦୁଃଖିତ । ଏବେ ସମସ୍ୟାର ସମାଧାନ ହୋଇଯାଇଛି । ଏଥର ବି ଆପଣମାନେ ଧୈର୍ଯ୍ୟର ସହ ଅପେକ୍ଷା କରିଥିବାରୁ ଧନ୍ୟବାଦ । ସେହିପରି ଇନଷ୍ଟ୍ରାଗ୍ରାମ ବି ଅନିର୍ବାର୍ଯ୍ୟ ତ୍ରୁଟି ଯୋଗୁ ଦୁଃଖ ପ୍ରକାଶ କରିଛି ।

Khansweb Solution Bhubaneswar

Leave A Reply

Your email address will not be published.