banner
Breaking

ଏମ୍‌ସ ଭୁବନେଶ୍ୱରରେ ଗତ ତିନି ମାସରେ ପରୀକ୍ଷା ହୋଇଥିବା ୮୫୧୮ ମଧ୍ୟରୁ ୩୧ ଜଣ ଏଚ୍.ଆଇ.ଭି ପଜିଟିଭ୍ ଚିହ୍ନଟ

5

ଭୁବନେଶ୍ୱର, : ଗତ ତିନିମାସ ମଧ୍ୟରେ, ଏମ୍‌ସ ଭୁବନେଶ୍ୱରର ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି) ୮୫୧୮ ଜଣ ବ୍ୟକ୍ତିଙ୍କର ଏଚ୍.ଆଇ.ଭି ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟ‌ରୁ ୩୧ ଜଣ ଏଚ୍.ଆଇ.ଭି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୨୭ ଜଣଙ୍କୁ ଆଣ୍ଟି-ରେଟ୍ରୋଭାଇରାଲ୍ ଥେରାପି (ଏଆର୍‌ଟି) କେନ୍ଦ୍ରକୁ ପଠାଯାଇଛି। ଏହି ସମୟ ଅବଧି ମଧ୍ୟରେ ୮୫୩୮ ଜଣଙ୍କୁ ମୁକ୍ତ ପରାମର୍ଶ ସେବା ପ୍ରଦାନ କରାଯାଇଛି। ଉପରୋକ୍ତ ପ୍ରକ୍ରିୟା ଏଚ୍.ଆଇ.ଭି. ଦ୍ୱାରା ପ୍ରଭାବିତ ବ୍ୟକ୍ତିବିଶେଷଙ୍କ ପ୍ରତିରୋଧ, ନିରାକରଣ ଏବଂ ଯତ୍ନ ପାଇଁ ଏମ୍‌ସ ଭୁବନେଶ୍ୱରର ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ ବୋଲି ଏହି ଜାତୀୟ ପ୍ରତିଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ବାସ ପ୍ରକାଶ କରିଛନ୍ତି।
ବିଶ୍ୱ ଏଡସ୍ ଦିବସ ପାଳନ ଅବସରରେ, ଜନସାଧାରଣଙ୍କ ମଧ୍ୟ‌ରେ ବ୍ୟାପକ ସଚେନତନା ସୃଷ୍ଟି ଉଦ୍ଦେଶ୍ୟରେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଏକାଧିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। କମ୍ୟୁନିଟି ମେଡିସିନ୍ ଏବଂ ଫ୍ୟାମିଲି ମେଡିସିନ୍ ଏବଂ ଟ୍ରାନ୍ସଫ୍ୟୁଜନ୍ ଏବଂ ବ୍ଲଡ ବ୍ୟାଙ୍କ ବିଭାଗ ଦ୍ୱାରା, ଓଡ଼ିଶା ରାଜ୍ୟ ଏଡସ୍ ସୋସାଇଟି ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ବିଶେଷଜ୍ଞ ଏଡ୍‌ସକୁ ନେଇ ଉପାଦେୟ ସୂଚନା ପ୍ରଦାନ କରିଥିଲେ।
ଏହି ଅବସରରେ ମାଗଣା ଏଚ୍.ଆଇ.ଭି ପରୀକ୍ଷା ଶିବିର ଏବଂ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଅୟୋଜିତ ହୋଇଥିଲା। ଏହି ଶିବିରରେ ୪୫ ଜଣ ବ୍ୟକ୍ତି ଏଚ୍‌ଆଇଭି ପରୀକ୍ଷା କରାଇଥିଲେ।
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଆଠଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଏମ୍‌ସ ଭୁବନେଶ୍ବର ଅନ୍ୟତମ। ଏହି ଜାତୀୟ ଅନୁଷ୍ଠାନର ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼ ରାଜ୍ୟରେ ଏଡ୍‌ସ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମର ନେତୃତ୍ବ ନେଉଛି। ଆସନ୍ତା ବର୍ଷ ଜାନୁୟାରୀରେ ୧୯ତମ ରାଉଣ୍ଡ ଏଚ୍.ଆଇ.ଭି ସେଣ୍ଟିନେଲ ସର୍ଭିଲାନ୍ସ ଆୟୋଜନ ହେବ।
ଭାରତରେ ବିଶ୍ବର ଦ୍ୱିତୀୟ ସର୍ବାଧିକ ଏଚ୍.ଆଇ.ଭି ମହାମାରୀ ଥିବାବେଳେ ପ୍ରାୟ ୨୪.୬୭ ଲକ୍ଷ ଲୋକ ଏଚ୍.ଆଇ.ଭି ରେ ବାସ କରୁଛନ୍ତି। ଦେଶ ଏଆର୍‌ଟି (୬୮ ପ୍ରତିଶତ)କଭରେଜରେ ଉଲ୍ଲେଖନୀୟ ଅଗ୍ରଗତି ହାସଲ କରିଛି। ୫୨,୦୦୦ ପିଏଲ୍‌ ଏଚ୍‌ଆଇଭି ସହିତ ଓଡ଼ିଶାରେ ଏଚ୍.ଆଇ.ଭି ପ୍ରାଦୁର୍ଭାବ ହାର ୦.୧୪ ପ୍ରତିଶତ ରହିଛି। ଏଆର୍‌ଟି କଭରେଜ୍ ୪୯ ପ୍ରତିଶତ ରହିଛି। ଏହି ପରିସଂଖ୍ୟାନ ଏଚ୍.ଆଇ.ଭି ସଂକ୍ରମିତ ଲୋକଙ୍କ ନିରନ୍ତର ନିରାକରଣ, ଚିକିତ୍ସା ଏବଂ ଯତ୍ନ ନିଶ୍ଚିତ କରିବାକୁ ନିରନ୍ତର ପ୍ରୟାସର ଆବଶ୍ୟକତାକୁ ଦର୍ଶାଏ।
ଏହି କାର୍ଯ୍ୟକ୍ରମରେ ମେଡିକାଲ୍‌ ଅଧୀକ୍ଷକ ଡ. ଦିଲ୍ଲୀପ କୁମାର ପରିଡ଼ା, ଡ. ବିନୋଦ କୁମାର ପାତ୍ରୋ, ଡ. ଅନୁପମ ଦେ, ଡ. ବିଜୟିନୀ ବେହେରା, ଡ. ବିନୋଦ କୁମାର ବେହେରା, ଡ. ଅରବିନ୍ଦ କୁମାର ସିଂ, ଡ. ଅଂଶୁମାନ ସାହୁ, ଡ. ଧ୍ରିତିମାନ ଏବଂ କେଏନପି ପ୍ଲସ୍‌ର ପ୍ରଭାସିନୀ ପ୍ରଧାନ ପ୍ରମୁଉଖ ଉପସ୍ଥିତ ଥିଲେ।

Khansweb Solution Bhubaneswar
5 Comments
  1. 11betorg says

    Gave 11betorg a whirl. It’s… okay. It’s got the basics covered, I guess, but there’s nothing that really makes it stand out. If you’re not too picky, it’s fine. Decide for yourself: 11betorg

  2. phwingame says

    I’ve been hanging at phwingame. Overall not a bad online gaming experience. It also has a bunch of options. Remember not to go overboard!

  3. x777casinologin says

    Logging in to x777casinologin was a breeze! No crazy hoops to jump through, which is always a plus. The layout is clean and simple, which is all I ask for. Give it a shot: x777casinologin

  4. vn123vip says

    VN123vip? Nghe cái tên là thấy sang xịn mịn rồi đó. Không biết chất lượng thế nào, nhưng mà cứ vào thử xem sao. Biết đâu lại vớ được món hời. Let’s go vn123vip!

  5. hi888win says

    What’s up! Just wanted to say hi888win is actually pretty good. I was looking for a reliable site and found it. Fast payouts too. Get your game on at hi888win.

Leave A Reply

Your email address will not be published.