banner
Breaking

ଭ୍ରାନ୍ତ ତଥ୍ୟ ପ୍ରସାର ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ମେଟା ପ୍ରକୃତ କଣ ଜାଣନ୍ତୁ ଅଭିଯାନ ଆରମ୍ଭ କରିଛି

5

ଆଜିର ଡିଜିଟାଲ ଯୁଗରେ ଭ୍ରାନ୍ତ ତଥ୍ୟର ମୁକାବିଲା କରିବାର ଆବଶ୍ୟକତା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ମେଟା ଏକ ଏକୀକୃତ ସୁରକ୍ଷା ଅଭିଯାନ ‘ପ୍ରକୃତ କ’ଣ ଜାଣନ୍ତୁ’ ଆରମ୍ଭ କରିଛି । ଡିଜିଟାଲ ସର୍ବୋତମ ପ୍ରଥାକୁ ପ୍ରୋତ୍ସାହିତ କରିବା ଏବଂ ଉପଲବ୍ଧ ସୁରକ୍ଷା ଉପକରଣକୁ ହାଇଲାଇଟ କରି ୱାଟସଏପ ଏବଂ ଇନଷ୍ଟାଗ୍ରାମରେ ଭ୍ରାନ୍ତ ତଥ୍ୟ ଚିହ୍ନଟ ଏବଂ ସମାଧାନ ଉପରେ ଉପଭୋକ୍ତା ମାନଙ୍କୁ ଶିକ୍ଷା ଦେବାଏହି ଅଭିଯାନର ଉଦ୍ଦେଶ୍ୟ ।

ଭ୍ରାନ୍ତ ତଥ୍ୟ ଚିହ୍ନଟ କରିବା ଏବଂ ଏହାର ଅଧିକ ପ୍ରସାରକୁ ରୋକିବାକୁ ବ୍ୟବହାରକାରୀଙ୍କୁ ସୁସଜ୍ଜିତ କରିବା ପାଇଁ ବ୍ଲକ ଏବଂ ରିପୋର୍ଟ, ଫରୱାର୍ଡ ଲେବଲ ଭଳି ୱାଟସଏପ’ରେ ଉପସ୍ଥିତ ଉତ୍ପାଦ ବୈଶିଷ୍ଟ୍ୟ ଏବଂ ସୁରକ୍ଷା ଉପାୟ ଉପରେ ଆଲୋକପାତ କରିବା ଏବଂ ସନ୍ଦେହଜନକ କିମ୍ବା ଭ୍ରାନ୍ତ ଜଣାପଡୁଥିବା ସୂଚନାକୁ ୱାଟସଏପ ଚେନେଲ’ରେ ଫେକ୍ଟ-ଯାଂଚ ସଙ୍ଗଠନ ମାଧ୍ୟମରେ ଯାଂଚ କରିବାକୁ ୮ ସପ୍ତାହବ୍ୟାପୀ ଅଭିଯାନ ଲୋକଙ୍କୁ ଉତ୍ସାହିତ କରୁଛି ।

ଇନଷ୍ଟାଗ୍ରାମରେ ମେଟା ତଥ୍ୟ ଯାଂଚ କରିବା ପାଇଁ ଫେକ୍ଟ ଯାଂଚର ଏକ ଦୃଢ ନେଟୱାର୍କ ସହିତ ଏକାଠି କାମ କରିବା ପାଇଁ ଯୋଡି ହୋଇଛି । ମିଥ୍ୟା, ଡିପଫେକ ପରି କିଛି ମିଳିଲେ ଏହା ସଠିକ ନୁହେଁ ବୋଲି ଲୋକଙ୍କୁ କହିବା ପାଇଁ ସେମାନେ ଏପ’ରେ ଚେତାବନୀ ଲେବଲ ଲଗାନ୍ତି । ଫେକ୍ଟ-ଚେକର ଦ୍ୱାରା “ମିଥ୍ୟା” ଲେବଲ ଲାଗିଥିବା ବିଷୟ ବସ୍ତୁର ପହଂଚକୁ ଆମେ ମଧ୍ୟ ସୀମିତ କରିଥାଉ ତେଣୁ କମ ଲୋକ ଏହାକୁ ଦେଖିପାରିବେ । କୌଣସି ଅଯୌକ୍ତିକ ବିଷୟବସ୍ତୁକୁ ଆଗକୁ ବଢାଇବା କିମ୍ବା ଅଂଶୀଦାର କରିବା ବଦଳରେ ସୂଚନା ଯାଂଚ କରିବାକୁ ଆକ୍ରୋଶ ଅଫିସର କିମ୍ବା କୌଣସି ସ୍ୱାଧିନ ତଥ୍ୟ ଯାଂଚ କରୁଥିବା ଅଂଶୀଦାରଙ୍କୁ ରିପୋର୍ଟ କରିବା ପାଇଁ ଏହି ଅଭିଯାନ ମାଧ୍ୟମରେ ମେଟା ଲୋକଙ୍କୁ ଉତ୍ସାହିତକରୁଛି ।

ବୈଶ୍ୱିକ ଭାବେ ଫେକ୍ଟ-ଚେକିଙ୍ଗର ଅନ୍ୟତମ ସର୍ବବୃହତ ନେଟସ୍ୱାର୍କ ହୋଇଥିବା ୧୧ଟି ସ୍ୱାଧିନ ଫେକ୍ଟ ଯାଂଚ ସଙ୍ଗଠନ ସହିତ ଭାଗୀଦାରୀ ଭାରତରେ ମେଟାର ଫେକ୍ଟ ଯାଂଚ କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ । ଏହି ସହଭାଗୀମାନଙ୍କର ଓଡିଆ ସହିତ ଇଂରାଜୀ ଆଦି ୧୫ଟି ଭାରତୀୟ ଭାଷାରେ ବିଷୟବସ୍ତୁର ଫେକ୍ଟ ଯାଂଚ କରିବାର କ୍ଷମତା ଅଛି- ଲୋକଙ୍କୁ ଚିହ୍ନଟ, ସମୀକ୍ଷା, ସୂଚନା ଯାଂଚ ଏବଂ ମେଟା ପ୍ଲାଟଫର୍ମରେ ଭ୍ରାନ୍ତ ତଥ୍ୟ ପ୍ରସାରକୁ ରୋକିବାରେଏହା ଲୋକଙ୍କୁ ସକ୍ଷମ କରିଥାଏ ।

ଏହି ଅଭିଯାନ ଆରମ୍ଭ ସମ୍ପର୍କରେ ସୂଚନା ଦେଇ ମେଟାର ପବ୍ଲିକ ପଲିସି ଇଣ୍ଡିଆର ନିର୍ଦ୍ଦେଶକ ଶିବନାଥ ଥ୍ରୁକାଲ କହିଥିଲେ, “ଅନଲାଇନରେ ଭ୍ରାନ୍ତ ତଥ୍ୟ ବିରୋଧରେ ଲଢିବାକୁ ମେଟା ପ୍ରତିଶ୍ରୁତିବଦ୍ଧ । ମିଥ୍ୟା ଦାବିକୁ ବାହାରେ ପକାଇବା ଏବଂ ଏଆଇ ଦ୍ୱାରା ସୃଷ୍ଟି ହୋଇଥିବା ଭ୍ରାନ୍ତ ତଥ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଏକ ୱାଟସଏପ ଟିପ ଲାଇନ ଆରମ୍ଭ କରିବାକୁ ଏମସିଏ ସହିତ ସହଯୋଗ କରିବା ସହିତ ନାଗରିକମାନଙ୍କୁ ନିର୍ଭରଯୋଗ୍ୟ ସୂଚନା ପାଇବାରେ ସାହାଯ୍ୟ କରିବାକୁ ସ୍ୱାଧୀନ ଫେକ୍ଟ-ଚେକର’ର ଏକ ଦୃଢ ନେଟୱାର୍କ ଭଳି ଉଦ୍ୟୋଗ ଅଗ୍ରଣୀ କାର୍ଯ୍ୟକ୍ରମ ସ୍ଥାପନ କରିବା ପାଇଁ ଆମେ ବିନିଯୋଗ କରିଛୁ । ଭ୍ରାନ୍ତ ତଥ୍ୟର ପ୍ରସାରକୁ ରୋକିବା ଏବଂ ଏହାର ମୁକାବିଲା କରିବା ପାଇଁ ଲୋକମାନେ ଗ୍ରହଣ କରିପାରିବା ଭୂମିକା ବିଷୟରେ ସେମାନଙ୍କୁ ଶିକ୍ଷା ଦେଇ ଏକ ସରଳ ସୁରକ୍ଷା ମାର୍ଗଦର୍ଶିକା ଭାବରେ କାର୍ଯ୍ୟ କରିବା ପାଇଁ ଆମର ଚାଲିଥିବା ପ୍ରୟାସର ଅଭିଯାନ ଏକ ସଂପ୍ରସାରଣ ଅଟେ ।”

ଏଇ ଗତ ସପ୍ତାହରେଏଆଇ-ଜେନେରେଟେଡ ଭ୍ରାନ୍ତ ତଥ୍ୟ-ବିଶେଷକରି ଡିପଫେକ’ର ମୁକାବିଲା କରିବା ଏବଂ ଯାଂଚ ହୋଇଥିବା ଓ ବିଶ୍ୱାସଯୋଗ୍ୟ ସୂଚନା ସହିତ ଲୋକଙ୍କୁ ସଂଯୋଗ କରିବାରେ ସାହାଯ୍ୟ କରିବାକୁ ୱାଟସଏପ’ରେ ଏକ ଉତ୍ସର୍ଗୀକୃତ ଫେକ୍ଟ-ଚେକିଙ୍ଗ ହେଲ୍ପଲାଇନ ଆରମ୍ଭ କରିବାକୁ କମ୍ପାନୀ ଘୋଷଣା କରିଥିଲା । ତୃତୀୟ-ପକ୍ଷ ଫେକ୍ଟ-ଚେକର’ଙ୍କ ପାଇଁ ଏକ ସ୍ୱ-ନିୟାମକ ସଂଗଠନ (ଏସଆରଓ) ପ୍ରତିଷ୍ଠା କରିବାକୁ ମେଟା କ୍ରସ ଇଣ୍ଡଷ୍ଟ୍ରି ଏବଂ ବହୁ-ହିତାଧିକାରୀ ନେତୃତ୍ୱ ନେଇଥିବା ମିସଇନଫର୍ମେସନ କମ୍ବା ଟଏଲାଇନ୍ସର (ଏମସିଏ) ପଦକ୍ଷେପକୁ ମଧ୍ୟ ସମର୍ଥନ କରିଛି ।

Khansweb Solution Bhubaneswar
5 Comments
  1. 666betcasino says

    Alright, 666betcasino… name’s a bit edgy! But actually the casino’s pretty good! Decent selection of games, not too shabby bonuses. Maybe the devil’s got good taste after all! Check it out here: 666betcasino

  2. gamvip88 says

    Just wanted to share my experience with gamvip88. Found some cool games I hadn’t seen before. Customer support was pretty responsive when I had a question too. Definitely putting gamvip88 on my list of go-to spots for some fun.

  3. s9gamelogin says

    Just got my s9gamelogin sorted. So easy to get into the game! Worth a look if you’re after a quick login. Check it here s9gamelogin

  4. slotroyal01 says

    G’day, legends! I tried slotroyal01 and it was pretty sweet, to be honest. Plenty of slots to choose from and the bonuses don’t seem too shabby. Give it a burl: slotroyal01

  5. sodopro says

    Sodopro dạo này thấy quảng cáo nhiều quá. Có bác nào chơi ở đây rồi review cho anh em với! Learn more: sodopro

Leave A Reply

Your email address will not be published.