ରାଜ୍ୟସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ
ଭୁବନେଶ୍ଵର : ରାଜ୍ୟସ୍ତରୀୟ ୭୬ତମ ସାଧାରଣତନ୍ତ୍ର ଦିବସ ଭୁବନେଶ୍ୱରର ମହାତ୍ମା ଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ରାଜ୍ୟପାଳ ଶ୍ରୀ ହରିବାବୁ କମ୍ଭମପତି ଯୋଗଦେଇ ପତାକା ଉତ୍ତୋଳନ କରିଛନ୍ତି। ଏଥର ପରେଡ୍ରେ ଆର୍ମି, ବିଏସ୍ଏଫ୍ ଓ ପୋଲିସ ସାମିଲ ହୋଇଛନ୍ତି । ଭୁବନେଶ୍ବରରେ ମୋଟ ୪୮-୪୯ କଣ୍ଟିଜେଣ୍ଟ ପରେଡ୍ରେ ସାମିଲ ହୋଇଥିଲେ। ଏହାର ନେତୃତ୍ୱ ନେଇଥିଲେ ଯୁବ ଆଇପିଏସ୍ ଭୋସଲେ ଶୁଭମ ସଞ୍ଜୟ। ସେ ଏବେ ସମ୍ବଲପୁର ଅତିରିକ୍ତ ଏସ୍ପି ଭାବେ କାର୍ଯ୍ୟ ତୁଲାଉଛନ୍ତି । ଏଥର ପରେଡ଼୍ରେ ସିଆରପିଏଫ୍, ୧୨୦ ବାଟାଲିୟନ, ଆଇଟିବିପି, ଏଏସବିଏନ୍, ଅଗ୍ନିଶମ, ଏସଓଜି ସମେତ ୪୫ଟି ଟ୍ରୁପ୍ ଭାଗ ନେଇଛନ୍ତି ।